ଆଠମାସ ପରେ ପରିବାରକୁ ଫେରିଲେ ବୃଦ୍ଧ: ସହଯୋଗର ହାତ ବଢ଼ାଇଲା ଆରପିଏଫ୍‌

ପୁରୀ ଅଫିସ, ୧୧-୯:କେନ୍ଦୁଝର ଆନନ୍ଦପୁର ଅଞ୍ଚଳରୁ ଗତ ଜାନୁୟାରୀରେ ନିଖୋଜ ହୋଇଥିବା ବୃଦ୍ଧ ଜୟାନନ୍ଦ ନାଥ (୭୫ବଷ)ଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିିଛି ପୁରୀ ଆରପିଏଫ୍‌ ପୋଲିସ। ଦୀର୍ଘ ୮ମାସ ପରେ ନିଖୋଜ ବାପାଙ୍କୁ ପାଇ ପୁଅ ଦିଲୀପ ଏବଂ ପରିବାର ସଦସ୍ୟ ଭାବବିହ୍ବଳ ହୋଇଯାଇଥିଲେ। ଆରପିଏଫ୍‌ର ଏପରି କାର୍ଯ୍ୟକୁ ବାହାର ପର୍ଯ୍ୟଟକ ଓ ଯାତ୍ରୀ ଭୂୟସୀ ପ୍ରଶଂସା କରିଥିଲେ।
ମିଳିଥିବା ସୂଚନା ପ୍ରକାରେ ଆରପିଏଫ୍‌ ଏସ୍‌ଆଇ ପି.କେ. ରାଉଳ ଗତ ଶନିବାର ଷ୍ଟେଶନ ପରିସରରେ ଡ୍ୟୁଟି କରୁଥିଲେ। ଯାତ୍ରୀନିବାସରେ ଜଣେ ବୃଦ୍ଧ ଅସହାୟ ଅବସ୍ଥାରେ ବସିଥିବା ଦେଖି ତାଙ୍କ ନିକଟକୁ ଯାଇଥିଲେ। ସେତେବେଳେ ଭୀଷଣ ଜ୍ୱରରେ ତାଙ୍କ ଦେହ କମ୍ପୁଥିଲା। ଗତ କିଛିଦିନ ହେଲା ନ ଖାଇ ନ ପିଇ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏସ୍‌ଆଇ ରାଉଳ ତାଙ୍କୁ ସେଠାରୁ ଉଦ୍ଧାର କରି ଷ୍ଟେଶନ ପରିସରରେ ଥିବା ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ତାଙ୍କ ସହ କଥାବାର୍ତ୍ତା କରି ତାଙ୍କ ନାମ ଏବଂ ଠିକଣା ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କ ଠାରୁ ସଂଗ୍ରହ ତଥ୍ୟକୁ ଆଧାର କରି ଆନନ୍ଦପୁର ଥାନାକୁ ଯୋଗାଯୋଗ କରିଥିଲେ। ସଂପୃକ୍ତ ବୃଦ୍ଧ ଜଣକ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ଆନନ୍ଦପୁର ପୋଲିସ ସୂଚନା ଦେଇଥିଲା। ଆନନ୍ଦପୁର ପୋଲିସ ଠାରୁ ପରିବାର ସମ୍ପର୍କରେ ଖବର ସଂଗ୍ରହ କରି ଏସ୍‌ଆଇ ରାଉଳ ବୃଦ୍ଧଙ୍କ ପୁଅ ଦିଲୀପ ନାଥଙ୍କୁ ଯୋଗାଯୋଗ କରିଥିଲେ। ପରେ ଦିଲୀପ ସମ୍ପର୍କୀୟଙ୍କ ସହ ପୁରୀ ଆରପିଏଫ୍‌ ଥାନାରେ ପହଞ୍ଚତ୍ଥିଲେ। ଏ ସମ୍ପର୍କରେ ଦିଲୀପ ଗଣମାଧ୍ୟମକୁ ସୂଚନା ଦେଇ କହିଲେ ଯେ, ବାପାଙ୍କୁ ନିଖୋଜ ହେବାର ୮ମାସ ବିତିଯାଇଥିଲା। ପୁଣି ଥରେ ପାଇବି ବୋଲି ଆଶା ଛାଡି ଦେଇଥିଲି। ମହାପ୍ରଭୁଙ୍କ କୃପା ଏବଂ ଆରପିଏଫ୍‌ ବଦାନ୍ୟତାରୁ ମୁଁ ମୋ ବାପାଙ୍କୁ ଫେରି ପାଇଲି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri