ରିଷିଡ଼ା,୧୬ା୧୧(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡ଼ାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ତ୍ରିଦିବସୀୟ ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି।
ଅଧ୍ୟକ୍ଷ ହେମନ୍ତ ଚୌଧୁରୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଭୂପିନ୍ଦର ସିଂ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ ତ୍ରିପାଠୀ ଯୋଗ ଦେଇଥିଲେ। ଏଥିରେ ଭବାନୀପାଟଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାମ୍ପିୟନ ଓ ରାୟଗଡ଼ ଏମ୍ଏମ୍ ଉଚ୍ଚ ବିଦ୍ୟାଳୟ ରନରର୍ସଅପ ହୋଇଥିଲେ। ଦ୍ୱିତୀୟ ଦିବସରେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟଅତିଥି, ଜିଲାପରିଷଦ ସଭ୍ୟ ମହେନ୍ଦ୍ର ରଣା, ଜେ.ଡି. କଲେଜ ଅଧ୍ୟକ୍ଷ ଗଦାଧର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଅଶୋକ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳ ଶିକ୍ଷକ ଲଳିତ ଗୌଡ, ଲଳିତ ସାହୁ, ରାଜକିଶୋର ରଣା, ଦେବେନ୍ଦ୍ର ଭୋଇ, ଭେରିକାନ୍ତ ପଧାନ, ପ୍ରଶାନ୍ତ ସାହୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ।