ଆଞ୍ଚଳିକ ବାରିକ ସମିତି ପକ୍ଷରୁ ଦାବିପତ୍ର

ବାହାନଗା,୬ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଳକ ଗୋପାଳପୁର ଆଞ୍ଚଳିକ ବାରିକ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାହାନଗା ତହସିଲଦାର ଓ ସୋର ବିଧାୟକଙ୍କୁ ସରକାର ଲକଡାଉନ୍‌ରେ ସହାୟତା ପ୍ରଦାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ା ଗୋପାଳପୁର ଆଞ୍ଚଳିକ ବାରିକ୍‌ ସମିତି ସଭାପତି ଭଗବାନ ଚରଣ ବାରିକ୍‌ ଓ ଉପସଭାପତି ସୁଦାମ ଚରଣ ବାରିକ ଓ ସମ୍ପାଦକ ଦିବାକର ବାରିକଙ୍କ ନେତୃତ୍ୱରେ ସକାଳ ୯ଟା ସମୟରେ ବାହାନଗାସ୍ଥିତ ପାଇକାସ୍ତା ତହସିଲଦାର ରାଜେନ୍ଦ୍ର ନାରାୟଣ କରଙ୍କୁ ଜଣାଇଥିଲେ। ସେମାନଙ୍କ ପରିବାର ଚଳାଇବା ନିମନ୍ତେ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି କରିବା ସହିତ ସରକାରୀ ନୀତି ନିୟମ ଯେପରି ମାସ୍କ, ସାନିଟାଇଜର ଆଦି ବ୍ୟବହାର କରି ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ା ସେହିପରି ସୋର ବିଧ୍ୟାୟକ ପର୍ଶୁରାମ ଧଡାଙ୍କୁ ମଧ୍ୟ ଅନୁରୂପ ଦାବି କରି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।