Categories: ଜାତୀୟ

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ: ଲୋକ ସଭା ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ଦିଆଯିବ ପ୍ରସ୍ତାବ

ନୂଆଦିଲ୍ଲୀ, ୨୪।୫: ଶେଷ ହୋଇଛି ଲୋକ ସଭା ନିର୍ବାଚନ। ଫଳାଫଳ ବି ସ୍ପଷ୍ଟ ହୋଇଛି। ଏବେ ୧୬ଶ ଲୋକସଭା ଭଙ୍ଗ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିବ। ବୈଠକରେ ବୈଠକରେ ଲୋକ ସଭା ଭଙ୍ଗ ପାଇଁ ଏକ ପ୍ରସ୍ତାବ ଆଗତ ହେବ। ଏହି ପ୍ରସ୍ତାବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପଠାଯିବ ବୋଲି ଜଣାପଡିଛି। ଏହାସହ ନିର୍ବାଚନ ଆୟୋଗଙ୍କ ୩ଜଣିଆ ସଦସ୍ୟ ନବର୍ନିବାଚିତ ପ୍ରାର୍ଥୀଙ୍କ ତାଲିକା ରାଷ୍ଟ୍ରପତିଙ୍କୁ ଭେଟି ହସ୍ତାନ୍ତର କରିବେ। ଏହାପରେ ରାଷ୍ଟ୍ରପତି ଭଙ୍ଗ ପାଇଁ ନିର୍ଦ୍ଦେଶ ଦେବେ। ସୂଚନଯୋଗ୍ୟ, ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ହଁି ଲୋକ ସଭା ଭଙ୍ଗ ହେବାର ନିୟମ ରହିଛି। ଜୁନ ୩ ପର୍ଯ୍ୟନ୍ତ ୧୬ଶ ଲୋକସଭାର କାର୍ଯ୍ୟକାଳ ଏହାର ପୂର୍ବରୁ ୧୭ତମ ଲୋକ ସଭା ଗଠନ କରାଯିବ।

Share