Categories: ମେଟ୍ରୋ

ଆଜି ରାଜ୍ୟସ୍ତରୀୟ ସତ୍‌ସଙ୍ଗ କର୍ମୀ ସମ୍ମିଳନୀ: ଯୋଗଦେବେ ପୂଜନୀୟ ବାବାଇଦା

ଭୁବନେଶ୍ୱର,୧୧।୮(ବ୍ୟୁରୋ): ସ୍ଥାନୀୟ ସତ୍‌ସଙ୍ଗ ବିହାରଠାରେ ରବିବାର ରାଜ୍ୟସ୍ତରୀୟ ସତ୍‌ସଙ୍ଗ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ସତ୍‌ସଙ୍ଗର ପ୍ରଶାସକ ପୂଜନୀୟ ଅର୍କଦ୍ୟୁତି ଚକ୍ରବର୍ତ୍ତୀ ‘ବାବାଇଦା’ଙ୍କର ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ସତ୍‌ସଙ୍ଗର ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦାଙ୍କ ଆଶୀର୍ବାଦକ୍ରମେ ଆସନ୍ତା ନଭେମ୍ବର ୧୭ରେ ଏଠାରେ ରାଜ୍ୟସ୍ତରୀୟ ‘ସୁଧା-ସର୍ଜନା’ ମହୋତ୍ସବ ଅନୁଷ୍ଠିତ ହେବ। ସତ୍‌ସଙ୍ଗ ବିହାରଠାରେ ରବିବାର ସକାଳେ ‘ବାବାଇଦା’ ପହଞ୍ଚତ୍ବା ପରେ ପ୍ରଥମେ ସ୍ବସ୍ତୟନୀ ବ୍ରତ ପ୍ରଦାନ କରିବେ। ତତ୍‌ପରେ ପୂର୍ବାହ୍ନ ୧୦.୩୦ ମିନିଟ୍‌ରେ ସମ୍ମିଳନୀରେ ଯୋଗଦେଇ ଉକ୍ତ ମହୋତ୍ସବର ସଫଳ ରୂପାୟନ ଲାଗି କର୍ମୀମାନଙ୍କୁ ଦିଗ୍‌ଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଥିବା ସତସଙ୍ଗ ବିହାର ପକ୍ଷରୁ ସୂଚିତ କରାଯାଇଛି।