ଆଜି ଯୁକ୍ତ୨ ବିଜ୍ଞାନ ପରୀକ୍ଷାଫଳ

ଭୁବନେଶ୍ୱର, ୩ା୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଭବନରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ଏହି ସମୟଠାରୁ ପରୀକ୍ଷାର୍ଥୀମାନେ www.chseodisha.nic.in ଓ www.orissaresults.nic.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ। ଛାତ୍ରୀଛାତ୍ରମାନେ ନିଜର ରୋଲ୍‌ ନମ୍ବର ଓ ରେଜିଷ୍ଟ୍ରେଶନ ନମ୍ବର ଦେଇ ନିଜ ପରୀକ୍ଷା ଫଳ ପାଇପାରିବେ ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଏଥର ଯୁକ୍ତ୨ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହୋଇଥିଲା। ଚଳିତବର୍ଷ ୯୯ ହଜାର ୧୮ଜଣ ଛାତ୍ରୀଛାତ୍ର ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଦେଇଛନ୍ତି।