ଆଜି ‘ମୋ ସରକାର’ରେ ସାମିଲ ହେବ ଆଉ ୩ ବିଭାଗ

ଭୁବନେଶ୍ୱର,୪।୩(ବ୍ୟୁରୋ): ବୁଧବାର ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ଶକ୍ତି ଏବଂ ଉଚ୍ଚଶିକ୍ଷା ବିଭାଗ ‘ମୋ ସରକାର’ରେ ସାମିଲ ହେବାର ଅଛି। ସେଦିନ ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୩ ବିଭାଗୀୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଉପରୋକ୍ତ ୩ ବିଭାଗ ‘ମୋ ସରକାର’ରେ ସାମିଲ ହେବ। ଗତ ସୋମବାର ରାଜ୍ୟ ସରକାରଙ୍କ ୫ଟି ବିଭାଗକୁ ‘ମୋ ସରକାର’ରେ ସାମିଲ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ମୋଟ ୨୨ଟି ବିଭାଗ ସାମିଲ ହୋଇସାରିଛି। ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟକୁ ସଫଳ ରୂପାୟନ କରିବା ଏବଂ ସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ା