ଆଜି ମେଡିକାଲ କାଉନ୍‌ସେଲିଂ

ଭୁବନେଶ୍ୱର,୩୦-୮(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ମେଡିକାଲ କଲେଜରେ ଖାଲିଥିବା ଏମ୍‌ବିବିଏସ୍‌ ସିଟ୍‌ଗୁଡ଼ିକ ଲାଗି ଶୁକ୍ରବାର ପୁଣି ଥରେ କାଉନସେଲିଂ ହେବ। ୧୦ଟି ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି କାଉନସେଲିଂରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ମେଡିକାଲ କଲେଜ ଭାଗ ନେବେ। ଏସ୍‌ସିବି ମେଡିକାଲରେ ୫ଟି ସିଟ୍‌ରେ ନାମଲେଖା ହେବାକୁ ଥିବାବେଳେ ବଲାଙ୍ଗୀର ମେଡିକାଲ କଲେଜର ୨ଟି ସିଟ୍‌ରେ ନାମଲେଖା ହେବ। ଏହାବ୍ୟତୀତ ବୁର୍ଲାସ୍ଥିତ ଭିଏସ୍‌ଏସ୍‌ ମେଡିକାଲ କଲେଜ, ବାରିପଦା ମେଡିକାଲ କଲେଜ ଏବଂ ବାଲେଶ୍ୱର ମେଡିକାଲ କଲେଜରେ ଗୋଟିଏ ଲେଖାଏ ସିଟ୍‌ରେ ନାମଲେଖା ହେବ।