ଆଜି ମା’ ଲଙ୍ଗ ବାଉତୀଙ୍କ ପୌଷ ପୂର୍ଣ୍ଣମୀ ଯାତ୍ରା: ଆକର୍ଷଣ ସାଜିବ ମହିଳା ପାଇକ ଖେଳ

ବଅଁରପାଳ, ୧୦।୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମର ପ୍ରତ୍ୟକ୍ଷ ଦେବୀ ମା’ ଲଙ୍ଗ ବାଉତୀଙ୍କ ବାର୍ଷିକ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ସମଗ୍ର ଗ୍ରାମ। ଏଥିସହିତ ପ୍ରତ୍ୟେକ ଗ୍ରାମବାସୀ ଯାତ୍ରାକୁ ମହାଆଡମ୍ବର ସହକାରେ ପାଳନ କରିବା ପାଇଁ ତତ୍ପର ହୋଇପଡ଼ିଛନ୍ତି।
ପ୍ରତ୍ୟେକ ବର୍ଷ ପୌଷ ପୂର୍ଣ୍ଣିମା ତିଥିରେ ମା’ଙ୍କ ଯାତ୍ରା ପାଳିତ ହୋଇଥାଏ। ଯାତ୍ରା ଆସିଲେ ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼ ଜମିବା ସହ ପିଠାପଣା ହୋଇଥାଏ। ଯାତ୍ରାଦିନ ଗ୍ରାମର ଦିଅଁ ଘରେ ସକାଳେ ପୂଜାର୍ଚ୍ଚନା ହୋଇଥାଏ। ପୂର୍ବାହ୍ନରେ ବିଭିନ୍ନ ବାଦ୍ୟବାଜଣା ସହକାରେ ମା’ଙ୍କ ଆଲମକୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଯାତ୍ରା ପୀଠକୁ ଅଣାଯାଏ। ଶୋଭାଯାତ୍ରାରେ ଚଳିତ ବର୍ଷ ଖୋର୍ଦ୍ଧାର ମହିଳା ପାଇକ ଖେଳ ଓ ଭବାନୀପାଟଣାର ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ ହେବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ଆଲମ ଆସିବା ପରେ ଦେବୀଙ୍କ ମାଜଣା ପର୍ବ ସହ ବଡ଼ପୂଜା ଅନୁଷ୍ଠିତ ହେବ। ମାନସିକ ପୂରଣ ପାଇଁ ବହୁ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ଅଧିଆ ପଡିବେ। ଯାତ୍ରାରେ ବିଭିନ୍ନ କିସମର ଦୋକାନ ବଜାର ପଡିବ। ଏଥିପାଇଁ ବ୍ୟବସାୟୀମାନେ ସେମାନଙ୍କ ପସରା ମେଲାଇ ସାରିଲେଣି। ଯାତ୍ରା ଅବସରରେ ଗ୍ରାମରେ ଦଣ୍ଡନୃତ୍ୟ ପ୍ରତିଯୋଗିତା ସହ ମେଲୋଡି, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ଯାତ୍ରାକୁ ଗ୍ରାମବାସୀ ପରିଚାଳନା କରୁଛନ୍ତି। ଏ ନେଇ ବୁଢ଼ାପଙ୍କ ସରପଞ୍ଚ ଉତ୍ସବ ଦେହୁରୀ, ବୁନୁ ସିଂ, ଅଭୟ ସାମଲ ପ୍ରମୁଖ କୁହନ୍ତି, ଦେବୀ ଆମର ପ୍ରତ୍ୟକ୍ଷ ଠାକୁରାଣୀ। ଏଠାରେ ଯିଏ ଯେଉଁ ମାନସିକ କରେ ତାହାର ମାନସିକ ପୂରଣ ହୋଇଥାଏ। ଚଳିତବର୍ଷ ଯାତ୍ରାକୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ବିଶେଷକରି ଶୋଭାଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri