ଆଜି ଭାରତ ବନ୍ଦ: ହାଇକୋର୍ଟ କାର୍ଯ୍ୟରେ ଯୋଗ ଦେବେନି ଓକିଲ

କଟକ ଅଫିସ, ୮।୧: ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ଓକିଲମାନେ ହାଇକୋର୍ଟ କାର୍ଯ୍ୟରେ ଯୋଗ ଦେଇପାରିବେନାହିଁ ବୋଲି ବାର୍‌ ଆସୋସିଏଶନ ସଭାପତି ଗୋପାଳକୃଷ୍ଣ ମହାନ୍ତି ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ହାଇକୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ବାର୍‌ ଆସୋସିଏଶନ ପକ୍ଷରୁ ହାଇକୋର୍ଟ ରେଜିଷ୍ଟ୍ରାର୍‌ଙ୍କୁ ଲିଖିତ ଅନୁରୋଧ କରାଯାଇଛି। ସୂଚନାଥାଉ କି, ବିଭିନ୍ନ ଦାବି ନେଇ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଉକ୍ତ ବନ୍ଦକୁ କଂଗ୍ରେସ ସମର୍ଥନ ଜଣାଇଛି।