Categories: ଖେଳ

ଆଜି ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍‌ ସେମିଫାଇନାଲ: ଜାଣନ୍ତୁ କେବେ, କେଉଁଠାରେ ଦେଖିବେ ମ୍ୟାଚ୍‌

କେବଟାଉନ୍‌,୨୩।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା ହେବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ କେପଟାଉନରେ ଖେଳାଯିବ। ଗତ ଟି-୨୦ ବିଶ୍ୱକପ୍‌ର ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ତା’ପରେ କଙ୍ଗାରୁ ଦଳ ଜିତିଥିଲା। ସେମିଫାଇନାଲରେ ସେହି ପରାଜୟର ପ୍ରତିଶୋଧ ନେବାକୁ ଟିମ ଇଣ୍ଡିଆ ଚାହିଁବ। ଦ୍ୱିତୀୟ କ୍ରମାଗତ ଟି-୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିବା ପାଇଁ ଭାରତ ଚେଷ୍ଟା କରିବ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲ ଭାରତୀୟ ସମୟ ସା ୬.୩୦ରୁ ଖେଳାଯିବ। ଟସ ସା ୬ ଟାରେ ହେବ। ଷ୍ଟାର ସ୍ପୋର୍ଟସ ନେଟୱାର୍କର ମହିଳା ଟି-୨୦ ବିଶ୍ୱକପ ମ୍ୟାଚକୁ ଟେଲିକଷ୍ଟ କରିବାର ଅଧିକାର ରହିଛି। ଷ୍ଟାର୍‌ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଦେଶର ଅନ୍ୟ ଭାଷାରେ କମେଣ୍ଟ୍ରି ସହିତ ଆପଣ ଏହି ମ୍ୟାଚ ଦେଖିପାରିବେ। ଏହି ମ୍ୟାଚର ଲାଇଭ-ଷ୍ଟ୍ରିମିଂ ଭାରତର ହଟଷ୍ଟାର ଆପରେ ଦେଖିବାକୁ ମିଳେ।

Share