ଆଜି ଭଙ୍ଗାଯିବ ବଡ଼ ଆଖଡ଼ା ମଠ

ପୁରୀ ଅଫିସ,୩।୯: ଶ୍ରୀମନ୍ଦିର ସୁରକ୍ଷା ଆଉ ପୁରୀ ସହରର ବିକାଶ ପାଇଁ ମାଟିରେ ମିଶିବ ଆଉ ଏକ ଐତିହ୍ୟ। ତୃତୀୟ ମଠ ଭାବେ ସତ୍ତା ହରାଇବ ସିଂହଦ୍ୱାର ନିକଟ ବହୁ ପୁରାତନ ବଡ଼ ଆଖଡ଼ା ମଠ। ପୂର୍ବରୁ ଲଙ୍ଗୁଳି ମଠ ଭଙ୍ଗା ସରିଥିବାବେଳେ ଏମାର ମଠର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏବେ ବଡ଼ ଆଖଡ଼ା ମଠର ପାଳି। ପୌରସଂସ୍ଥା ପକ୍ଷରୁ ମଠରେ ଲଗାଯାଇଛି ଅସୁରକ୍ଷିତର ଲଟ୍‌କା। ଉଚ୍ଛେଦ ପାଇଁ ପ୍ରଶାସନ ପ୍ରସ୍ତୁତ ହୋଇଯାଇଛି। ମଙ୍ଗଳବାର ସକାଳେ ଭଙ୍ଗାଯିବ ଏହି ମଠ। ଚାଲିବ ବୁଲ୍‌ଡୋଜର ଆଉ ବ୍ରେକର। ମଠ କୋଠାରେ ଚାଲୁଥିବା ସିଂହଦ୍ୱାର ଥାନା ଓ ୩୮ଟି ଦୋକାନ ଘର ସୋମବାର ସୁଦ୍ଧା ଖାଲି ହୋଇଯାଇଛି। ମଠରେ ଉପାସିତ ଠାକୁରଙ୍କ ବିଜେସ୍ଥଳୀକୁ ବାଦ୍‌ ଦିଆଯାଇ ଭଙ୍ଗାଯିବ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ବଖରା ଘର। ସେଥିଲାଗି ମଠର ଆସବାବପତ୍ରକୁ ମଧ୍ୟ ସ୍ଥାନାନ୍ତର କରି ଦିଆଯାଇଛି।
ତେବେ ଐତିହ୍ୟସମ୍ପନ୍ନ ମଠଗୁଡ଼ିକ ଭଙ୍ଗାଯିବାକୁ ନେଇ ବିଭିନ୍ନ ସମୟରେ ଉଠୁଛି ବିରୋଧର ସ୍ବର। ସଂରକ୍ଷଣ ବଦଳରେ ଉଚ୍ଛେଦ ଠିକ୍‌ ନୁହେଁ ବୋଲି ଅନେକ ମତ ରଖୁଛନ୍ତି। ଶ୍ରୀମନ୍ଦିର ସୁରକ୍ଷାକୁ କେହି ବିରୋଧ କରୁନାହାନ୍ତି, କିନ୍ତୁ ଏଥିପାଇଁ ଶହ ଶହ ବର୍ଷର ମଠ ସଂସ୍କୃତିକୁ ନ ଭାଙ୍ଗି କିପରି ପରପିଢ଼ି ପାଇଁ ସଂରକ୍ଷିତ ରଖାଯିବ ସେ ଦିଗରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଦାବି କରିଛି ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ। ଏଥିପାଇଁ ସୋମବାର ଅପରାହ୍ନରେ ବଡ଼ ଆଖଡ଼ା ମଠ ପରିଦର୍ଶନ କରିଥିଲେ ଐତିହ୍ୟ ସଂରକ୍ଷଣ ପରିଷଦର କର୍ମକର୍ତ୍ତା। ପରିଷଦର ଆଧାର ପୁରୁଷ ଡ. ସୁରେନ୍ଦ୍ର କୁମାର ମିଶ୍ର, ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ, ଉପସଭାପତି ରାଜକୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ବିଶ୍ୱଜିତ ସେନାପତି, ଅଶୋକ ମହାପାତ୍ର, ରବୀନ୍ଦ୍ର ମହାରଣା ପ୍ରମୁଖ ମହନ୍ତଙ୍କ ସହିତ ଆଲୋଚନା କରିଥିଲେ। ମହନ୍ତ ହରିନାରାୟଣ ଦାସ ପରିଷଦ କର୍ମକର୍ତ୍ତାଙ୍କୁ ମଠର ଐତିହ୍ୟସ୍ଥଳୀ ପରିଦର୍ଶନ କରାଇବା ସହ ଏସବୁକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା କହିଥିଲେ।
ସେପଟେ ଆଉ ହାତଗଣତି କେଇଟା ଦିନ ପରେ ଶ୍ରୀକ୍ଷେତ୍ରର ମଠ ମାନଚିତ୍ରରୁ ସତ୍ତା ହରାଇବ ବଡ଼ ଆଖଡ଼ା ମଠ। କେବଳ ମଠ ଠାକୁରଙ୍କ ବିଜେସ୍ଥଳୀକୁ ଛାଡ଼ିି ଆଉ ସବୁ ନିର୍ମାଣ ମାଟିରେ ମିଶିବ। ତେଣୁ ଏହାକୁ ନେଇ ବେଶ୍‌ ମର୍ମାହତ ଏଠାରେ ରହୁଥିବା ବିଦ୍ୟାର୍ଥୀ। ମଠରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ରହି ପାଠ ପଢୁଥିଲେ। ଯଦିଓ ପ୍ରଶାସନ ସେମାନଙ୍କ ପାଇଁ ରହିବା ସୁବିଧା କରିଛି, କିନ୍ତୁ ତାହାକୁ ନେଇ ବିଦ୍ୟାର୍ଥୀମାନେ ଖୁସି ନାହାନ୍ତି। ଆଗକୁ କେଉଁଠି ରହିବେ, କେମିତି ପଢ଼ିବେ ତାହାକୁ ନେଇ ସେମାନେ ସନ୍ଦିହାନ ହୋଇପଡ଼ିିଛନ୍ତି। ଭବିଷ୍ୟତ ଗଢ଼ିବା ଆଶାରେ ମଠରେ ରହିଥିବା ଏହି ବିଦ୍ୟାର୍ଥୀମାନେ କେବଳ ଦୁଃଖ କରୁଛନ୍ତି ସିନା ହେଲେ ମନ କଥା କାହାକୁ କହିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri