ଆଜି ବିରାଜିବେ ଧନଦାତ୍ରୀ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ମା’ ଦୁର୍ଗତିନାଶିନୀଙ୍କ ବିଦାୟ ପରେ ଧରାବତରଣ କରିବାକୁ ଯାଉଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ। ଧନଧାନ୍ୟରେ ଜନମାନସକୁ ସମୃଦ୍ଧି କରିବାକୁ ପ୍ରତିବର୍ଷ ଧରାପୃଷ୍ଠକୁ ଓହ୍ଲାଇଥାନ୍ତି ମା’ ଗଜଲକ୍ଷ୍ମୀ। ଏନେଇ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶିଳ୍ପୀମାନେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଇସାରିଥିବାବେଳେ ସହରରେ ଶୋଭାପାଉଛି ଆକର୍ଷଣୀୟ ତୋରଣ। ଚଳିତ ବର୍ଷ ପ୍ରତ୍ୟେକ ମଣ୍ଡପରେ ପରିବେଶ ସଚେତନ ଏବଂ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ଗଜଲକ୍ଷ୍ମୀ ପୂଜାମଣ୍ଡପଭାବେ ପରିଚିତ ଲକ୍ଷ୍ମୀସାଗର ଗଜଲକ୍ଷ୍ମୀ ପୂଜା ସମିତି ଚଳିତବର୍ଷ ୨୯ବର୍ଷରେ ପଦାର୍ପଣ କରିଛି। ଏଥର ୭୦ଫୁଟ ଉଚ୍ଚତା ଓ ୮୦ ଫୁଟ ଓସାର ବିଶିଷ୍ଟ ଲଣ୍ଡନର ବଙ୍କିମ୍‌ ହୋମ୍‌ ପ୍ୟାଲେସ୍‌ ସଦୃଶ ତୋରଣ ଏଠାରେ ନିର୍ମାଣ କରାଯାଇଛି। ପ୍ରଥମଥର ପାଇଁ ଏଠାରେ ମା’ଙ୍କୁ ୬ କେଜିର ଚାନ୍ଦି ମୁକୁଟ ଓ ହାର ଅର୍ପଣ କରାଯିବ। ୧୩ ତାରିଖରୁ ପୂଜା ଆରମ୍ଭ ହୋଇ ୧୯ ପର୍ଯ୍ୟନ୍ତ ଚାଲିବ ଏବଂ ୨୦ରେ ବିସର୍ଜନ କରାଯିବ। ୭ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ପ୍ଲାଷ୍ଟିକ୍‌ ବ୍ୟାନ୍‌ ପ୍ରତି ଲୋକଙ୍କୁ ସଚେତନ କରାଯିବ। ସେହିଭଳି ବିଜେବି ନଗରସ୍ଥିତ ମହାବୀର ଯୁବକ ସଂଘ ପକ୍ଷରୁ ସ୍ବତନ୍ତ୍ର ଥିମ୍‌ ତୋରଣ ନିର୍ମାଣ କରାଯିବ। ତୋରଣ ଜରିଆରେ ଲୋକଙ୍କୁ ପ୍ଲାଷ୍ଟିକ୍‌ ବର୍ଜନ ଓ ଜଳ ସଂରକ୍ଷଣ ଆଦି ସଚେତନତା ବାର୍ତ୍ତା ଦିଆଯିବ। ବର୍ଷାଜଳକୁ କିପରି ସଂରକ୍ଷଣ କରାଯାଇପାରିବ ତାହା ଏଠାରେ ପ୍ରଦର୍ଶିତ କରାଯିବ। ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସେହିଭଳି ବାପୁଜୀ ନଗର ୟୁଥ୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଚଳିତବର୍ଷ ୫୪ବର୍ଷରେ ପଦାର୍ପଣ କରିଥିବାବେଳେ ଏଠାରେ ଏଥର ମା’ଙ୍କ ମୂର୍ତ୍ତି ବାହାରୁ ଅଣାଯାଇ ସ୍ଥାପନା କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ତୋରଣ ଏଠାକାର ଅନ୍ୟତମ ପ୍ରମୁଖ ଆକର୍ଷଣ ରହିବ। ନୟାପଲ୍ଲୀ ଯୁବ ପରିଷଦ ପକ୍ଷରୁ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜାରେ ଚଳିତବର୍ଷର ଆକର୍ଷଣ ରହିବ ରାଜସ୍ଥାନୀ ମନ୍ଦିର ସାଙ୍ଗକୁ ମା’ଙ୍କ ୨କେଜିର ରୁପା ମୁକୁଟ, ମଥାମଣି ଓ ହାର। ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୭ବର୍ଷରେ ପଦାର୍ପଣ କରିଥିବା ୟୁନିଟ୍‌-୩ ଖାରବେଳନଗର ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ପକ୍ଷରୁ ଆୟୋଜିତ ମା’ ଧନଦାତ୍ରୀଙ୍କ ପୂଜାରେ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାରେ ଅବଦାନ ପାଇଁ ବିଏମ୍‌ସିର ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହାଛଡ଼ା ପୁରୁଣା ଷ୍ଟେସନବଜାର, ଭିଏସ୍‌ଏସ୍‌ ନଗର, ୟୁନିଟ-୮ସ୍ଥିତ ଗୋପବନ୍ଧୁ ସ୍ମୃତି ସଂସଦ, ବରମୁଣ୍ଡା, ଶିରିପୁର, ୟୁନିଟ୍‌-୬, ଅଶୋକନଗର, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ସିଆର୍‌ପି, ମଞ୍ଚେଶ୍ୱର, ଚକେଇସିହାଣି, ରସୁଲଗଡ଼, ୟୁନିଟ-୯, ପୁରୁଣା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ପୂଜାମଣ୍ଡପରେ ମା’ ବିରାଜିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri