ଆଜି ପଖାଳ ଦିବସ: ମନ ଖୋଜୁଛି ପଖାଳ

ଭୁବନେଶ୍ୱର,୨୦ା୩(ବ୍ୟୁରୋ)ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି ସବୁବେଳେ ସେମାନଙ୍କର ଆକର୍ଷଣ ରହିଆସିଛି। ସେଥିପାଇଁ କଥାରେ ଅଛି, ‘ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ’। ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ଆଉ ସେହି ସମ୍ପର୍କ ହିଁ ଆମକୁ ଦେଇଛି ସ୍ବତନ୍ତ୍ର ପରିଚୟ। ଆଜି ବି ଗାଁଠୁ ସହର ପର୍ଯ୍ୟନ୍ତ ପ୍ରତି ଘରେ ଲୋକମାନଙ୍କ ଜୀବନ ଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ହୋଇରହିନି ବରଂ ପ୍ରତି ପରିବାରକୁ ଓ ପ୍ରତି ମନକୁ ଯୌଥ ସୂତ୍ରରେ ଯୋଡ଼ିି ଧରିବାରେ ଏକ ମାଧ୍ୟମ ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗରେ ସ୍ଥାନ ପାଇଥିବା ପଖାଳ ଏବେ ଗାଁଠାରୁ ସହର ଏବଂ ଝୁମ୍ପୁଡ଼ିିରୁ ତାରକା ହୋଟେଲ ପର୍ଯ୍ୟନ୍ତ ସବୁଠି ମହକୁଛି। ଓଡ଼ିିଆ ସଂସ୍କୃତିରେ ପଖାଳର ଏହି ଗୁରୁତ୍ବକୁ ଉପଲବ୍ଧି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି।
ଗାଁ ଠାରୁ ସହରରେ ଅଧିକ କ୍ରେଜ୍‌
ଗାଁ ଓ ଗରିବ ଲୋକଙ୍କର ଖାଦ୍ୟ ପଖାଳ। ଏହି ଭ୍ରାନ୍ତଧାରଣାକୁ ଦୂରକରିଛି ସହରବାସୀଙ୍କ ପଖାଳ କ୍ରେଜ୍‌। ସହର ଚାକଚକ୍ୟ ଏବଂ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି। ଗତ କିଛିବର୍ଷ ମଧ୍ୟରେ ପିଜା, ବର୍ଗର, ସ୍ୟାଣ୍ଡୱିଚ୍‌ ଓ ନୁଡୁଲ୍ସ ଭିତରେ ଅଣନିଃଶ୍ୱାସୀ ହୋଇପଡ଼ିିଥିବା ପଖାଳ ଏବେ ନିଜର ପୂର୍ବ ଗୌରବ ଫେରିପାଇଛି। ବିଶେଷକରି ୨୦୧୧ରେ ପଖାଳ ଦିବସ ପାଳନ ଆରମ୍ଭ ହେବାଠାରୁ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ପଖାଳର କ୍ରେଜ୍‌ ବେଶ୍‌ ଅଧିକ ଦେଖିବାକୁ ମିଳୁଛି। ସ୍ବସ୍ତି ପ୍ରିମିୟମ୍‌, ମେ’ଫେୟାର, ହୋଟେଲ କ୍ରାଉନ୍‌, ମ୍ୟାରିୟନ୍‌, ହୋଟେଲ କଳିଙ୍ଗ ଅଶୋକ ଭଳି ତାରକା ହୋଟେଲଗୁଡିକ ଖରାଦିନ ପାଇଁ ସ୍ବତନ୍ତ୍ର ପଖାଳର ବ୍ୟବସ୍ଥା କରୁଛନ୍ତି। ଚୂନାମାଛରୁ ଆରମ୍ଭ କରି ଶୁଖୁଆ ରାଇ, ଶୁଖୁଆ ପୋଡ଼ା, ଶାଗ ଭଜା, ବଡ଼ିି ଚୂରା ଓ ଆଳୁ ଭରତା ପର୍ଯ୍ୟନ୍ତ ସବୁକିଛି ଏହି ଷ୍ଟାର୍‌ ହୋଟେଲ ମେନ୍ୟୁରେ ରହୁଛି। ଏପରି କି କଣ୍ଟିନେଣ୍ଟାଲ, ଚାଇନିଜ୍‌ ଏବଂ ସି-ଫୁଡ୍‌ ଭଳି ଅନ୍ୟାନ୍ୟ ବିଦେଶୀ ଖାଦ୍ୟଠାରୁ ପଖାଳର ମୂଲ୍ୟ ଅଧିକ ରହୁଛି। ପାରମ୍ପରିକ ଓଡ଼ିଆ ଶୈଳୀରେ ପଖାଳ ପ୍ରସ୍ତୁତ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଶେଫ୍‌ମାନେ ପଖାଳ ତିଆରି ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଉଛନ୍ତି।
ପଖାଳର ହାର୍ଟ ‘ଏକାମ୍ର ହାଟ’
ଭୁବନେଶ୍ୱର ପଖାଳ ହବ୍‌ କୁହାଯାଉଥିବା ଏକାମ୍ର ହାଟ ସବୁବର୍ଷ ଭଳି ଏବର୍ଷ ମଧ୍ୟ ଗ୍ରାହକଙ୍କୁ ପଖାଳ ପରଷିବାକୁ ପ୍ରସ୍ତୁତ ହୋଇଛି। ପ୍ରାୟ ଏକମାସ ହେଲା ଏଠାରେ ଥିବା ବିଭିନ୍ନ ହୋଟେଲରେ ଭଳିକି ଭଳି ପଖାଳ ଉପଲବ୍ଧ ହେଉଛି। ଅବଶ୍ୟ ଏବେ କରୋନାର ଭୟାବହତା ଯୋଗୁ ଗ୍ରାହକଙ୍କୁ ଦେଖିବାକୁ ମିଳୁନି। ତେବେ ପଖାଳର ହାର୍ଟ କୁହାଯାଉଥିବା ଏକାମ୍ର ହାଟ ସୁସ୍ବାଦୁ ପଖାଳ ପାଇଁ ଏହାର ପରିଚୟ ବଜାୟ ରଖିଛି। କାକା ହୋଟେଲ, ପେଟପୂଜା, ଓଡ଼ିଶା ହୋଟେଲ ଭଳି ସ୍ଥାନରେ ସୁଲଭ ମୂଲ୍ୟରେ ପଖାଳ ମିଳୁଛି। ପକେଟକୁ ସୁହାଇଲା ଭଳି ଦାମ୍‌ରେ ମାତ୍ର ୫୦ ଟଙ୍କାରେ ଯେକୌଣସି ବର୍ଗର ବ୍ୟକ୍ତି ଏଠାରେ ପେଟପୂରା ପଖାଳ ଖାଇପାରୁଛନ୍ତି। ବିଭିନ୍ନ ପ୍ରକାର ପଖାଳ ସହ ଆଳୁ ଚକଟା, ପାମ୍ପଡ଼, ବଡ଼ିଚୂରା, ବାଇଗଣ ଭଜା ବାଧ୍ୟତାମୂଳକଭାବେ ରହୁଛି। ଏହାସହ ପ୍ରତିଦିନ ମେନ୍ୟୁ ପରିବର୍ତ୍ତନ ହୋଇ କଖାରୁ ଫୁଲ ଭଜା, ମସଲାଦିଆ ପୋଟଳ ଭଜା, ଗୋଟା କଲରା ଭଜା, ଭେଣ୍ଡି ଭଜା, ଆମ୍ବୁଲ ପାଣି, ଚିଙ୍ଗୁଡ଼ି ଭଜା, ମଉରାଳି ମାଛ ଭଜା, ଚୂନା ମାଛ ଭଜା ଏବଂ ରୋହି ମାଛ ଭଜା ଆଦି ମିଳୁଛି। ସେହିଭଳି ଗ୍ରାହକଙ୍କ ଡିମାଣ୍ଡ ଅନୁଯାୟୀ ହୋଟେଲ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ମନମୁତାବକ ଖାଦ୍ୟ ପ୍ରସ୍ତୁତ କରିଦେଉଛନ୍ତି।

ଫୁଡ୍‌ ବ୍ଲଗର୍‌ ଓ ପଖାଳ
କେବଳ ଜଣାଶୁଣା ଶେଫ୍‌ ନୁହନ୍ତି, ପଖାଳକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ଓଡ଼ିଶାର ଫୁଡ୍‌ ବ୍ଲଗର୍‌ ଏବଂ ଫୁଡ୍‌ କ୍ରିଟିକ୍‌। ବ୍ଲଗିଂ ମାଧ୍ୟମରେ ପଖାଳ ଓ ଦହିବରା ଭଳି ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ନୂଆପିଢିଙ୍କ ମଧ୍ୟରେ ଲୋକପ୍ରିୟ କରାଇଛନ୍ତି। ଅଳକା ଜେନାଙ୍କଠାରୁ ଆରମ୍ଭକରି ଲୁସି ପରିଜାଙ୍କ ପର୍ଯ୍ୟନ୍ତ, ଇନ୍‌ଷ୍ଟାଗ୍ରାମରେ ବେଶ୍‌ ଅଧିକ ଫ୍ୟାନ୍‌ ଫଲୋଇଙ୍ଗ୍‌ ଥିବା ବ୍ଲଗର୍‌ମାନେ ପଖାଳକୁ ଏକ ନୂଆସ୍ତରକୁ ନେଇଛନ୍ତି। ଜିରା ପଖାଳରୁ ଆରମ୍ଭକରି ଦହି ପଖାଳ, ସାଦା ପଖାଳ, ଛୁଙ୍କ ପଖାଳ, ସଜ ପଖାଳ, ପରିବା ପଖାଳ, ଖଟା ବା ବାସି ପଖାଳ ଭଳି ବିଭିନ୍ନ ପ୍ରକାର ପଖାଳକୁ ସମର୍ପିତାଙ୍କ ଆରୋମା ପୋଟ୍ରେଟ୍‌ ଭଳି ଇନ୍‌ଷ୍ଟା ବ୍ଲଗିଂ ସାଇଟ୍‌ ଲୋକଲୋଚନକୁ ଆଣିଛନ୍ତି। ନିକଟରେ ଦହିବରା ଦିବସ ପାଳନ କରି ଚର୍ଚ୍ଚାକୁ ଆସିଥିବା ଭୁବନେଶ୍ୱର ଫୁଡ୍‌ ବ୍ଲଗର୍ସ ନେଟ୍‌ଓ୍ବର୍କ ପଖାଳ ଦିବସକୁ ମଧ୍ୟ ବେଶ୍‌ ଉତ୍ସୁକତାର ସହ ପ୍ରତିବର୍ଷ ପାଳନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri