ଆଜି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର, ୮ା୬(ବ୍ୟୁରୋ): ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀଭାବେ ଶପଥ ନେବାପରେ ପ୍ରଥମ ଥର ପାଇଁ ଶନିବାର ଓଡିଶା ଆସୁଛନ୍ତି। ସେମାନଙ୍କ ସହ ରାଜ୍ୟ ପ୍ରଭାରୀ ଅରୁଣ ସିଂ ମଧ୍ୟ ରାଜ୍ୟ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେମାନେ ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୮ଟା ୩୦ରେ ପହଞ୍ଚିବେ। ଏହାପରେ ସେମାନେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯିବେ। ଅପରାହ୍ନ ୩ଟାରେ ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଦଳ ପକ୍ଷରୁ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଭାଜପାର ସବୁ ନବ ନିର୍ବାଚିତ ଏମ୍‌ପି ଏବଂ ବିଧାୟକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ବୋଲି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।