Categories: ବାଣିଜ୍ୟ

ଆଜି ଠାରୁ ଖୋଲିବ ହୋଟେଲ ଶିଳ୍ପ

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ମାସରୁ ହୋଟେଲ ଶିଳ୍ପକୁ ବନ୍ଦ କରିଦେଇଥିଲେ। ଏହି ସଂକ୍ରମଣର ଭୟାବହତା କାରଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ କଟକଣା ଜାରି କରିଥିଲେ। ୪ର୍ଥ ପଯ୍ୟାୟ ଲକଡାଉନ ଶେଷ ରେ ସରକାର ଅନଲକ-୧ ଘୋଷଣା କରିଥିଲେ। ଅନଲକ-୧ରେ ହୋଟେଲ ଶିଳ୍ପ ଖୋଲିବା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି। କଟକଣା ଓ ସରକାରଙ୍କ ଗାଇଡଲାଇନକୁ ଅନୁସରଣ କରିବା ପାଇଁ ଉକ୍ତ ନିର୍ଦ୍ଦେଶାବଳୀରେ କୁହାଯାଇଥିବା ଫେଡ଼ରେସନ ଅଫ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ ଇଣ୍ଡିଆ(ଏଫ୍‌ଏଚ୍‌ଏଆର୍‌ଆଇ) ପକ୍ଷରୁ ସୂଚନା ରହିଛି। ଏହି ଆଧାରରେ ଜୁନ ୮ ରୁ ଦେଶର ହୋଟେଲ ଶିଳ୍ପ ପୂର୍ବଭଳି ସେବା ଯୋଗାଇବ। ଦିର୍ଘ ୩ମାସ ହେବ କରୋନା କଟକଣା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ହୋଟେଲଗୁଡିକ ବନ୍ଦ ରହିଥିଲା। ସୋମବାରରୁ ଦେଶରୁ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବ ବୋଲି ସଂଘ ପକ୍ଷରୁ ସୂଚନା ରହିଛି। ସରକାରଙ୍କ କଟକଣା ଓ ଗାଇଡଲାଇନ ଅନୁସାରେ ଗ୍ରାହକଙ୍କୁ ସେବା ଯୋଗାଇ ଦିଆଯିବ । କର୍ମଚାରୀମାନେ ସାମାଜିକ ଦୂରତା ଅବଲମ୍ବନ ସହ ମାସ୍କ ଓ ଗ୍ଲୋଭସ ପରିଧାନ କରି ଗ୍ରାହକଙ୍କୁ ଖାଦ୍ୟ ପରିବେଷଣ କରିବେ। ବର୍ତ୍ତମାନ ସମୟରେ ହୋଟେଲ ପରିସରରେ କୌଣସି ଗହଳି କରାଯିବ ନାହିଁ କିମ୍ବା ହୋଟେଲ ଭିତରେ କେହି ଖାଇ ପାରିବେ ନାହିଁ। ସେହିଭଳି ହୋଟେଲରୁ ପାର୍ସଲ ସବୁ ବର୍ଗର ଲୋକ ଓ ବିଭିନ୍ନ ଫୁଡ ଡ଼େଲିଭରୀ ସଂସ୍ଥାର କର୍ମଚାରୀମାନେ ଗ୍ରାହକଙ୍କ ଅର୍ଡ଼ର ଅନୁସାରେ ଖାଦ୍ୟ ନେଇ ପାରିବେ। ସାନିଟାଇଜେସନ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ ବୋଲି ସଂଘ ପକ୍ଷରୁ ସୂଚନା ରହିଛି।

Share