ଆଜି ଜାତୀୟ ହସ୍ତତନ୍ତ ଦିବସ: ଅନ୍ତର୍ଜାତୀୟ ବଜାରରେ ବଢୁଛି ଓଡ଼ିଶା ହସ୍ତତନ୍ତର ଚାହିଦା

ଭୁବନେଶ୍ୱର, ୭ା୮(ବ୍ୟୁରୋ): ଫେରୁଛି ହସ୍ତତନ୍ତର ଲୋକପ୍ରିୟତା। ପୁଣିଥରେ ଆଦୃତ ହେଉଛି ଭାରତର ପାରମ୍ପରିକ ହସ୍ତତନ୍ତ। କେବଳ ବୟସ୍କ ନୁହଁନ୍ତି, ବର୍ତ୍ତମାନର ଯୁବପିଢୀମାନେ ହସ୍ତତନ୍ତ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତକୁ ଆଧୁନିକ ଡିଜାଇନ୍‌ ଓ ନୂତନ ରଙ୍ଗରେ ପ୍ରସ୍ତୁତ କରାଯିବା ପରେ ତାହାର ଚାହିଦା ବଜାରରେ ବଢୁଛି। ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ପାରମ୍ପରିକ ହସ୍ତତନ୍ତ ଆଧୁନିକ ଫ୍ୟାଶନର ଏକ ପ୍ରମୁଖ ଅଂଶଭାବେ ପରିଗଣିତ ହେଉଛି। ଏପଟେ ଉତ୍କୃଷ୍ଟ ଓ ସୂକ୍ଷ୍ମ କାରିଗରୀରେ ପ୍ରସ୍ତୁତ ଓଡ଼ିଶା ହସ୍ତତନ୍ତର ଚାହିଦା ଅନ୍ତର୍ଜାତୀୟ ବଜାରରେ ବଢୁଛି। ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ତଥ୍ୟ ମୁତାବକ ଗତ ୪ବର୍ଷ ମଧ୍ୟରେ ଓଡ଼ିଶାର ହସ୍ତତନ୍ତ ଦେଶ ତଥା ବିଦେଶରେ ଆଦୃତ ଲାଭ କରିଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଓ ଟ୍ରେଡ୍‌ ଶୋ’ ଆଦିରେ ଓଡ଼ିଶା ବସ୍ତ୍ରର ଚାହିଦା ଦେଖିବାକୁ ମିଳୁଛି। ବିଭିନ୍ନ ଫ୍ୟାଶନ ଶୋ’ରେ ପାଶ୍ଚାତ୍ୟ ପୋଷାକ ସହ ଓଡ଼ିଶା ହ୍ୟାଣ୍ଡଲୁମ୍‌ର ଫ୍ୟୁଜନ କରାଯାଇ ପ୍ରଦର୍ଶିତ ହେଉଛି।
ଇ-ମାର୍କେଟିଂ କ୍ଷେତ୍ରରେ ଧୀରେ ଧୀରେ ଆଗକୁ ବଢୁଥିବା ଓଡ଼ିଶା ଅନ୍‌ଲାଇନ୍‌ରେ ନିଜର ବ୍ୟବସାୟକୁ ବ୍ୟାପକ କରିଛି। ଏକାଧିକ ଇ-କମର୍ସ ପ୍ଲାଟଫର୍ମରେ ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତତନ୍ତର ଅନ୍‌ଲାଇନ୍‌ ବିକ୍ରିବଟା ହେଉଥିବା ଦେଖିବାକୁ ମିଳୁଛି। ସମ୍ବଲପୁରୀ ବସ୍ତ୍ରାଳୟ ସହ ବୟନିକା ଏବଂ ଉତ୍କଳିକା ଇ-ମାର୍କେଟିଂ କ୍ଷେତ୍ରରେ ବିଶେଷ ସଫଳତା ପାଇଛନ୍ତି। ‘ଫ୍ୟାବ୍‌ ଇଣ୍ଡିଆ’ ସହ ‘କୁଭ୍‌ସ’, ‘ଫ୍ଲିପ୍‌କାର୍ଟ’, ‘ଆମାଜନ୍‌’, କ୍ରାଫ୍ଟଲୀ ଓ ‘ଠୁମ୍‌ରୀ’ ଭଳି ଅନ୍‌ଲାଇନ ପ୍ଲାଟଫର୍ମରେ ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତତନ୍ତର ଚାହିଦା ରହିଛି। ସମ୍ବଲପୁରୀ, ଇକ୍କତ୍‌, ପସାପାଲି, ଟସର ସିଲ୍କ ଭଳି ହସ୍ତତନ୍ତର ଚାହିଦା ବିଶ୍ୱ ବଜାରରେ ବଢିଛି। ଏଭଳିସ୍ଥଳେ ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ବିଶ୍ୱର ଅନ୍ୟତମ ଲୋକପ୍ରିୟ ଇ-ମାର୍କେଟିଂ ପ୍ଲାଟ୍‌ଫର୍ମ ‘ଆମାଜନ୍‌’ ପକ୍ଷରୁ ଆରମ୍ଭ ହୋଇଥିବା ‘କାରିଗର୍‌ ଷ୍ଟୋର୍‌’ରେ ସମ୍ବଲପୁରୀ ବସ୍ତ୍ରକୁ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି। ଭାରତର ୨୦ଟି ରାଜ୍ୟର ୨୭୦ଟି ବିରଳ କଳା ଓ କଳାକୃତିକୁ ନେଇ ଆରମ୍ଭ ହୋଇଥିବା ‘ଆମାଜନ୍‌ କାରିଗର’ରେ ଆର୍ଷଣୀୟ ସମ୍ବଲପୁରୀ ଇକ୍କତ ଶାଢୀ ଦେଖିବାକୁ ମିଳୁଛି। ନୂଆ ନୂଆ ରଙ୍ଗ ଓ ଆକର୍ଷଣୀୟ ଡିଜାଇନ୍‌ରେ ଉପଲବ୍ଧ ନୂଆପାଟଣା ଶାଢୀ, ସମ୍ବଲପୁରୀ ଶାଢୀ, ସମ୍ବଲପୁରୀ ସାଲଓ୍ବାର ସୁଟ୍‌, ଇକ୍କତ ଟାଇ ଆଣ୍ଡ୍‌ ଡାଇ ଶାଢୀ, ସମ୍ବଲପୁରୀ ସିଲ୍କ, ବୋମକାଇ ପାଟ ଆଦିକୁ ଏହି ଇ-କମର୍ସ ପ୍ଲାଟଫର୍ମର ସ୍ବତନ୍ତ୍ର ସେଗ୍‌ମେଣ୍ଟରେ ସ୍ଥାନିତ କରାଯାଇଛି। ଏହାସହ ହସ୍ତତନ୍ତ ବିକ୍ରିବଟା ପାଇଁ ୧୩ଟି ରାଜ୍ୟର ସରକାରୀ ସଂସ୍ଥା ସହ ଚୁକ୍ତି କରିଥିବା ଆମାଜନ୍‌ ଓଡ଼ିଶାର ‘ବୟନିକା’ ସହ ଯୋଡ଼ିହୋଇଛି। ଫଳରେ ଆମାଜନ୍‌ ମାଧ୍ୟମରେ ବୟନିକାର ଏକାଧିକ ଡିଜାଇନ୍‌ ଏବେ ଜଣେ ଘରେବସି କିଣିପାରିବ।
ଅନ୍ୟପକ୍ଷରେ ଇ-ମାର୍କେଟିଂ ପଲିସି ହସ୍ତତନ୍ତ ଓ ହସ୍ତଶିଳ୍ପ ଇଣ୍ଡଷ୍ଟ୍ରୀକୁ ସୁହାଉ ନ ଥିବାରୁ ଏହା ଅନ୍‌ଲାଇନ୍‌ ବିକ୍ରିରେ ସମସ୍ୟା ସୃଷ୍ଟିକରୁଛି। ଗୋଟିଏ ଗୋଟିଏ ଶାଢୀ ପ୍ରସ୍ତୁତ କରିବାକୁ ପାରମ୍ପରିକ ପଦ୍ଧତିରେ ପ୍ରାୟ ଏକମାସ ସମୟ ଲାଗିଯାଉଥିବା ବେଳେ ଗ୍ରାହକଙ୍କ ଚାହିଦା ପୂରଣ କରିବା କଷ୍ଟକର ହୋଇପଡ଼ୁଛି। ଇ-ମାର୍କେଟିଂ ପାଇଁ ଗୋଟିଏ ଶାଢୀର ଏକାଧିକ କପି ଆବଶ୍ୟକ ହେଉଥିବା ବେଳେ ପାରମ୍ପରିକ ପ୍ରଣାଳୀରେ ତାହା ପ୍ରସ୍ତୁତି କରିବା ବୁଣାକାରଙ୍କ ପାଇଁ ଅସମ୍ଭବ ହୋଇପଡ଼ୁଛି। ଏଭଳିସ୍ଥଳେ ରାଜ୍ୟ ସରକାର ଇ-ମାର୍କେଟିଂ ବିକାଶ ଉପରେ ସ୍ବତନ୍ତ୍ରଭାବେ ଫୋକସ୍‌ କରିବା ସହ ଅତ୍ୟାଧୁନିକ ପଦ୍ଧତିର ବ୍ୟବହାର ପାଇଁ କାରିଗରଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri