ଆଜି ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ

ପୁରୀ ଅଫିସ୍‌, ୧୬।୭: ଶ୍ରୀମନ୍ଦିରରେ ମଙ୍ଗଳବାର ଚନ୍ଦ୍ରଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ସକାଳ ୬ଟାରେ ଦ୍ୱାରଫିଟା ପରେ ନିର୍ଦ୍ଦିିଷ୍ଟ ନୀତି ସବୁ ସମ୍ପନ୍ନ ହୋଇଛି। ୧୦ଟା ସୁଦ୍ଧା ଗୋପାଳ ବଲ୍ଲଭ ଶେଷ ହେବ ପରେ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ସକାଳ ଧୂପ କରଯାଇଛି। ଦିନ ୧୨ଟାରୁ ୧ଟା ମଧ୍ୟରେ ମଇଲମ ଓ ବେଶ ହେବ। ୧୦ଟା ୪୫ରୁ ୧ଟା ୩୦ ମଧ୍ୟରେ ଭୋଗ ମଣ୍ଡପ ହେବ। ଅପରାହ୍ମ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ଓ ୨ଟା ୧୫ରୁ ୪ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ନୀତିହେବ। ଅପରାହ୍ମ ୪ଟାରେ ମଇଲମ ଓ ୪ଟା ୩୦ରେ ତଡ଼ପଲାଗି ହେବ।