Categories: ଅନୁଗୋଳ

ଆଜି ଖୋଲିବ ରେଙ୍ଗାଳି ଗେଟ

କଣିହାଁ,୧।୧୦(ଡି.ଏନ.ଏ)

ଅନୁଗୋଳ ଜିଲା କଣିହାଁସ୍ଥିତ ବ୍ରାହ୍ମଣୀ ନଦୀ ରେଙ୍ଗାଳି ଡ୍ୟାମରେ ଜଳସ୍ତର ବିପଦ ସଙ୍କେତ ଊର୍ଦ୍ଧ୍ୱରେ ରହିଛି। ଏ ନେଇ ମଙ୍ଗଳବାର ଅକ୍ଟୋବର ମାସର ପ୍ରଥମ ଦିନରେ ବନ୍ୟାଜଳ ନିଷ୍କାସନ ପାଇଁ ଗେଟ୍‌ ଖୋଲିବ ବୋଲି ନଦୀ ବନ୍ଧ ତଳମୁଣ୍ଡରେ ଥିବା ଗ୍ରାମବାସୀଙ୍କୁ ସଚେତନ କରାଯାଇଛି।
ଡ୍ୟାମ ଅବବାହିକା ନିର୍ବାହୀ ଯନ୍ତ୍ରୀ ଅଜିତ୍‌ କୁମାର ଜେନା କହିଛନ୍ତି, ଡ୍ୟାମର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ୧୨୫.୪୦ ମିଟର ହୋଇଥିବାବେଳେ ବିପଦ ସଙ୍କେତ ସ୍ତର ୧୧୩.୫୦ ମିଟର ଧାର୍ଯ୍ୟ ହୋଇଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଖବରଲେଖା ପର୍ଯ୍ୟନ୍ତ ପ୍ରତି ସେକେଣ୍ଡରେ ଶାଖା ନଦୀରୁ ୩୦୨୭ ଘନ ମିଟରରୁ ଅଧିକ ଜଳ ଡ୍ୟାମରେ ପ୍ରବେଶ କରୁଛି। ବିଦ୍ୟୁତ୍‌ ଉତ୍ପାଦନକୁ ନେଇ ମାତ୍ର ୫୨୭ ଘନ ମିଟର ଜଳ ପାଓ୍ବାର ହାଉସରୁ ନିଷ୍କାସନ ହେଉଛି। ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଁ ବିପଦସଙ୍କୁଳ ଟପିଥିବାବେଳେ ୧୨୩.୭୧ ମିଟର ରହିଛି। ୩ୟ ଥର ପାଇଁ ମଙ୍ଗଳବାର ସକାଳ ୯ଟା ସୁଦ୍ଧା ଗୋଟିଏ ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯିବ।