ଆଜି ଖୋଲିବ ନନ୍ଦନକାନନ, ବଟାନିକାଲ ଗାର୍ଡେନ

ବାରଙ୍ଗ,୨୧।୫(ଡି.ଏନ୍‌.ଏ.): ବାତ୍ୟା ପାଇଁ ୧୯ଦିନର ବନ୍ଦ ପରେ ମଙ୍ଗଳବାର ଖୋଲିବାକୁ ଯାଉଛି ନନ୍ଦନକାନନ। ବାତ୍ୟାର ଅବ୍ୟାହିତ ପୂର୍ବରୁ ନନ୍ଦନକାନନକୁ ୨ରୁ ୪ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା। ଫନୀ ପ୍ରଭାବରେ ନନ୍ଦନକାନନ ବ୍ୟାପକ କ୍ଷତି ଘଟି ସମ୍ପୂର୍ଣ୍ଣ ଚିତ୍ର ବଦଳିଯାଇଥିଲା। ବାତ୍ୟା ପୂର୍ବରୁ ନନ୍ଦନକାନନ କର୍ତ୍ତୃପକ୍ଷ ପଶୁପକ୍ଷୀମାନଙ୍କୁ ସୁରକ୍ଷିତ ରଖିପାରିଥିବାବେଳେ ପରିସରରେ ଥିବା ସବୁଜ ବନାନୀ ଧୂଳିସାତ ହୋଇଯାଇଥିଲା। ଏହାର ପୁନରୁଦ୍ଧାର ପାଇଁ ପ୍ରାଥମିକ ଭାବେ ନନ୍ଦନକାନନକୁ ୪ ଠାରୁ ୧୩ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। କିନ୍ତୁ ଏହି ସମୟସୀମା ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ନ ହେବାରୁ ପୁଣି ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ସୋମବାର ସ୍ବାସ୍ଥ୍ୟ କମିଟିର ସଦସ୍ୟ ପ୍ରଫେସର ହୁସେଣ ପଣ୍ଡା, ଶଲ୍ୟ ବିଭାଗର ପ୍ରଫେସର ଇନ୍ଦ୍ରମଣି ନାଥ, ପ୍ରଫେସର ନିରଞ୍ଜନ ସାହୁ ଏବଂ ବୈଷୟିକ କମିଟିର ସଭାଧ୍ୟକ୍ଷ ଜିଏନ ମହାନ୍ତି, ପ୍ରଫେସର ଏସ.କେ.ରାୟ, ସୁଧାକର ମହାପାତ୍ର, ଡ.ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟଙ୍କୁ ମିଶାଇ ୭ଜଣିଆ ସଦସ୍ୟ ଥିବା ଏହି ଟିମ ନନ୍ଦନକାନନକୁ ଅନୁଧ୍ୟାନ ପାଇଁ ଆସିଥିଲେ। ଏହି ସଦସ୍ୟମାନେ ପରିସରର ବିଭିନ୍ନ ଏନକ୍ଲୋଜରର ଡିସପ୍ଲେ ଓ ପଶୁପକ୍ଷୀମାନଙ୍କ ବିଶ୍ରାମସ୍ଥଳୀର ପୁନରୁଦ୍ଧାର କାର୍ଯ୍ୟ, ଏନକ୍ଲୋଜରଗୁଡିକରେ ରୋଗପ୍ରତିରୋଧ ପାଇଁ ବିଶୋଧନ ପ୍ରକ୍ରିୟା, ପଶୁପକ୍ଷୀଙ୍କ ପ୍ରତିଷେଧକ ବ୍ୟବସ୍ଥା ଓ ସ୍ବାସ୍ଥ୍ୟସେବା, ରାସ୍ତାଘାଟ ସଫା ଓ ପର୍ଯ୍ୟଟକମାନଙ୍କ ବୁଲିବା ବାଟ, ବିଦ୍ୟୁତ ସରବରାହ ଓ ପାନୀୟ ଜଳଯୋଗାଣର ସ୍ବାଭାବିକ ସ୍ଥିତି ଆଦି ବିଷୟରେ ଅନୁଧ୍ୟାନ କରିଥିଲେ। ପ୍ରଥମେ ଭାଲୁ ଦେଖିସାରିବା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଜୀବଜନ୍ତୁଙ୍କୁ ଦେଖିବାସହ ବରିଷ୍ଠ ଡା. ଆଲୋକ କୁମାର ଦାସଙ୍କ ସହ ଆଲୋଚନା କରିଥିଲେ। ବାଘ, ସିଂହ, ଜିରାଫ ସରୀସୃପ ଉଦ୍ୟାନ, ସିମ୍ପାଜି, ଓରାଙ୍ଗଓଟାନ, ହରିଣ ଜାତୀୟ ପ୍ରାଣୀ, ପକ୍ଷୀମାନଙ୍କୁ ମଧ୍ୟ ଦେଖିଥିଲେ। ଓରାଙ୍ଗଓଟାନର ସ୍ବାସ୍ଥ୍ୟକଥା ପଚାରି ବୁଝିଥିଲେ। ଏହାପରେ ନନ୍ଦନକାନନର ଅନ୍ୟତମ ଆକର୍ଷକ ବାଘ, ସିଂହ, ଭାଲୁ, ତୃଣଭୋଜି ଆଦି ୪ସଫାରିର ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। କମିଟିଦ୍ୱୟ ନନ୍ଦନକାନନର ସ୍ଥିତି ପରଖିବାବେଳେ ସାଙ୍ଗରେ ନନ୍ଦନକାନନର ନିର୍ଦ୍ଦେଶକ ଶଶିପଲ, ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ଏସିଏଫ ଅଞନ ମହାନ୍ତି, ଅଶୋକ ଦାସ, ଶିକ୍ଷାଧିକାରୀ ମିଲନ ପଣ୍ଡା, ଗାର୍ଡ ରାମଚନ୍ଦ୍ର କାଣ୍ଡି ପ୍ରମୁଖ ସହଯୋଗ କରିଥିଲେ। ଜଳଚର ବିହଙ୍ଗସରଣୀ ଦେଖିବାବେଳେ ଏକ ଅନ୍ଧାରିବଗର ଛୁଆ ଗଛରୁ ପଡି ମୃତ୍ୟୁ ହୋଇଥିବାର କମିଟି ଦେଖିବାକୁ ପାଇଥିଲେ। ପରେ ଗେଷ୍ଟହାଉସରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରିବାପରେ ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବାର ସ୍ବୀକୃତି ଦେଇଥିଲେ। ଏହାସହ ସଫାରି ଚାଲିବା ନେଇ ମଧ୍ୟ ସ୍ବୀକୃତି ଦେଇଥିଲେ। ଏହି କମିଟିଦ୍ୱୟ ରାଜ୍ୟ ଉଭିଦ ଉଦ୍ୟାନ ବା ବଟାନିକାଲ ଗାର୍ଡେନର ସ୍ଥିତି ପରଖିବାକୁ ଯାଇ ନ ଥିଲେ ମଧ୍ୟ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ କ୍ଷୟକ୍ଷତି ଓ ବଣଭୋଜିସ୍ଥଳୀ, ରାସ୍ତାଘାଟ ସହ ବିଭିନ୍ନ ପାର୍କର ପୁନରୁଦ୍ଧାର କାର୍ଯ୍ୟ ବିଷୟରେ ଆଲୋଚନା କରି ଏହି ଗାର୍ଡେନ ଖୋଲିବାକୁ କହିଥିଲେ। ଉଭୟ କମିଟିଦ୍ୱୟ ସମୀକ୍ଷା ପରେ ପୁନରୁଦ୍ଧାର କାର୍ଯ୍ୟରେ ସନ୍ତୁଷ୍ଟି ଅନୁଭବ କରିବା ସହ ବାତ୍ୟାରେ ପଶୁପକ୍ଷୀଙ୍କ ସୁରକ୍ଷା ନେଇ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ପ୍ରଂଶସା କରିଥିଲେ। ବର୍ଷାଦିନ ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ମଙ୍ଗଳବାରରୁୁ ଦୁଇଟି ପାର୍କ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ସହ ସଫାରିର ମଜା ମଧ୍ୟ ପର୍ଯ୍ୟଟକ ଉଠାଇପାରିବେ ବୋଲି ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri