Categories: କନ୍ଧମାଳ

ଆଜି କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳା

ଫୁଲବାଣୀ ଅଫିସ୍‌,୨ା୨-କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୦ ରବିବାର ଉଦ୍‌ଘାଟନ ହେବ। କୋରନେଶନ ପଡିଆଠାରେ ଏହା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ମୋଟ ୧୩୪ ଷ୍ଟଲ କରାଯାଇଥିବାବେଳେ କନ୍ଧମାଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ଏସ୍‌ଏଚ୍‌ଜି ଗ୍ରୁପ୍‌ମାନେ ଉପତ୍ାଦିତ ସାମଗ୍ରୀ ଏଠାରେ ପ୍ରଦର୍ଶନ ଓ ବିକ୍ରି କରିବେ। ଏଥିସହ ଜିଲାର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। କନ୍ଧମାଳ ସମେତ ରାଜ୍ୟର ବିଭିନ୍ନ ଜିଲାର ଲୋକନୃତ୍ୟ ଏବଂ ମହାରାଷ୍ଟ୍ରର ଲବଣି, ରାଜସ୍ଥାନର ଚକ୍ରି, ପୁରୁଲିଆର ଛଉ, ଆସାମର ବିହୁ ନୃତ୍ୟ ପରିବେଷଣ ହେବ। ଏଥିସହ ୪ତାରିଖରେ ସିନେ ତାରାକାମାନଙ୍କୁ ନେଇ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହେବ। ରବିବାର ମହୋତ୍ସବକୁ ଏମ୍‌ପି ଅଚ୍ୟୁତ ସାମନ୍ତ ଉଦ୍‌ଘାଟନ କରିବାକୁ ଥିବାବେଳେ ବିଭିନ୍ନ ସନ୍ଧ୍ୟାରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଆନ୍ତର୍ଜାତିକ କ୍ରୀଡାବିତ୍‌ ଦୂତୀ ଚାନ୍ଦ ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।