ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ: ୩ରେ ନେବେ ଶପଥ

ଭୁବନେଶ୍ୱର, ୨ା୧(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ହରିବାବୁ କମ୍ଭମ୍‌ପତି ଶପଥ ନେବେ। ୩ ତାରିଖରେ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ରହିଛି। ଗୁରୁବାର ସେ ଓଡ଼ିଶାରେ ପହଞ୍ଚତ୍ବେ। ରାଜଭବନରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ। ମିଜୋରାମର ପୂର୍ବତନ ରାଜ୍ୟପାଳ କମ୍ଭମ୍‌ପତି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। କମ୍ଭମ୍‌ପତି ୨୦୨୧ ଜୁଲାଇ ୧୯ରେ ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟପାଳ ଥିବା ରଘୁବର ଦାସଙ୍କୁ ନିକଟରେ ହଟାଇ ଦିଆଯାଇଛି। ରଘୁବରଙ୍କୁ ଏପରି ହଠାତ୍‌ କାହିଁକି ରାଜ୍ୟପାଳ ପଦରୁ ହଟାଇ ଦିଆଗଲା ସେନେଇ କେହି ଆଉ ମୁହଁ ଖୋଲିନାହାନ୍ତି। ରଘୁବର ରାଜନୀତି ପ୍ରତି ରୁଚି ରଖୁଥିବା କାରଣରୁ ତାଙ୍କୁ କେନ୍ଦ୍ରରେ କିଛି ବଡ଼ ଦାୟିତ୍ୱ ମିଳିପାରେ ବୋଲି ଭାଜପା ନେତାମାନଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ହେଲେ ଆଉ କେତେଜଣ ଏହା ରଘୁବରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବୋଲି ମତ ରଖିଛନ୍ତି। ରଘୁବରଙ୍କୁ ରାଜ୍ୟପାଳ ପଦରୁ ହଟାଯିବା ପଛର ବାସ୍ତବ କଥା କ’ଣ ତାହା ଜଣାପଡ଼ି ନାହିଁ। ଅନ୍ୟପଟେ ଝାଡ଼ଖଣ୍ଡରେ ଭାଜପା ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ଏଥିଲାଗି କୁଆଡ଼େ ରଘୁବର ଦାୟୀ ବୋଲି ଅନେକେ ଚର୍ଚ୍ଚା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକ୍ସନ ମୋଡରେ ଭାଜପା ଅଧ୍ୟକ୍ଷ! ୮ ଘଣ୍ଟାର ବୈଠକରେ ୫ ରାଜ୍ୟର ନିର୍ବାଚନକୁ ନେଇ ମନ୍ଥନ

ନୂଆଦିଲ୍ଲୀ,୨୨।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଚାଲିଥିବା...

ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri