ଆଜି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ: ବିଦେଶୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ପାଠ୍ୟକ୍ରମ

ଭୁବନେଶ୍ୱର,୪ା୧(ବ୍ୟୁରୋ): ଶନିବାର ୨୧ତମ ପ୍ରତିଷ୍ଠା ଦିବସ ପାଳିବ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ। ଦେଶର ଏହି ଏକମାତ୍ର ସଂସ୍କୃତି ବିଶ୍ୱବିଦ୍ୟାଳୟକୁ ଇତିମଧ୍ୟରେ ୨୦ବର୍ଷ ଅତିକ୍ରମ କରିସାରିଥିବାବେଳେ ଶିକ୍ଷାର ମାନ ବୃଦ୍ଧି କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଛି। ୨୦୧୯-୨୦ ଶିକ୍ଷାବର୍ଷରୁ କେତେକ ନୂତନ ପାଠ୍ୟକ୍ରମ ସାମିଲ କରିବାକୁ ଯୋଜନା ହୋଇଥିବାବେଳେ ଆଗାମୀ ଶିକ୍ଷାବର୍ଷରେ ଭିତ୍ତିଭୂମି ବିକାଶ ସହ ଏହି ବିଶ୍ୱବିଦ୍ୟାଳୟକୁ ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବାକୁ ଯୋଜନା ରହିଛି।
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଆଗାମୀ ବର୍ଷଠାରୁ ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବାକୁ ପଦକ୍ଷେପ ନିଆଯିବ। ଭାରତୀୟ କଳା, ସଂସ୍କୃତି ସମ୍ପର୍କରେ ଜାଣିବାକୁ କିମ୍ବା ଏଠାକାର ନୃତ୍ୟ, ସଙ୍ଗୀତ ଶିଖିବାକୁ ଯେଉଁମାନେ ବିଦେଶରୁ ସ୍ବଳ୍ପ ସମୟ ପାଇଁ ଆସୁଛନ୍ତି ସେମାନଙ୍କୁ ଟାର୍ଗେଟ୍‌ କରି କିଛି ସ୍ବତନ୍ତ୍ର ପାଠ୍ୟକ୍ରମ ବା କ୍ରାଶ କୋର୍ସ ଖୋଲାଯିବ। ବିଶେଷକରି ଓଡ଼ିଶୀ ନୃତ୍ୟ, ଓଡ଼ିଶାର ସମରକଳା, ଏଠାକାର ଲୋକନୃତ୍ୟ ଓ ଲୋକସଙ୍ଗୀତ ଶିଖିବାକୁ ବିଦେଶୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁଥିବାରୁ ସେମାନଙ୍କ ଉଦ୍ଦେଶ୍ୟରେ ଏହି ସ୍ବଳ୍ପ ଅବଧି ବିଶିଷ୍ଟ ପାଠ୍ୟକ୍ରମ ଖୋଲାଯିବ। ଏନେଇ ଆଲୋଚନା ଚାଲିଥିବାବେଳେ ନୂତନ କୁଳପତି ଦାୟିତ୍ୱ ଗ୍ରହଣ କରିବା ପରେ ପଦକ୍ଷେପ ନିଆଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ତଥା ସଂସ୍କୃତି ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି। ସେହିଭଳି ଓଡ଼ିଶାର ଐତିହ୍ୟ, ପୁରାତନ କୀର୍ତ୍ତିରାଜି, ବୌଦ୍ଧଧର୍ମର ଅବସ୍ଥିତି ଆଦି ଉପରେ ଅଧିକ ଗବେଷଣା କରିବା ଉପରେ ଏହି ବିଶ୍ୱବିଦ୍ୟାଳୟ ଗୁରୁତ୍ୱ ଦେବ। ଆନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ସହ ବିଶ୍ୱବିଦ୍ୟାଳୟ ମିଳିତଭାବେ ଓଡ଼ିଶାରେ ଥିବା ପୁରାତନ କୀର୍ତ୍ତିରାଜି ଓ ଐତିହ୍ୟ ଉପରେ ଉଚ୍ଚତର ଗବେଷଣା କରିବା ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ଆନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆକୁ ମଦନପୁରସ୍ଥିତ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସରେ କିଛି ସ୍ଥାନ ଯୋଗାଇ ଦିଆଯିବ। ବିଶ୍ୱବିଦ୍ୟାଳୟର କଳେବର ବୃଦ୍ଧି ସହ ଏହାର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯିବ। ମଦନପୁରସ୍ଥିତ କ୍ୟାମ୍ପସକୁ ଯେପରି ଏକ ଅତ୍ୟାଧୁନିକ କ୍ୟାମ୍ପସରେ ପରିଣତ କରାଯାଇପାରିବ ଏବଂ ତାହାର ବିଉଟିଫିକେଶନ କରାଯାଇପାରିବ ତାହାକୁ ପ୍ରାଥମିକତା ଦିଆଯିବ।
ଚଳିତବର୍ଷଠାରୁ ନୂଆ କ୍ୟାମ୍ପସ୍‌କୁ ସିଟି ବସ୍‌ ସେବା
ଅନ୍ୟପକ୍ଷରେ ମଦନପୁର କ୍ୟାମ୍ପସ ଭୁବନେଶ୍ୱର ସହର ଉପକଣ୍ଠରେ ରହୁଥିବାରୁ ଛାତ୍ରୀଛାତ୍ର ଏବଂ କର୍ମଚାରୀଙ୍କୁ ଯାତାୟାତରେ ଯେଉଁ ସମସ୍ୟା ହେଉଛି, ତାହାର ସମାଧାନ ଲାଗି ଚଳିତବର୍ଷ ପଦକ୍ଷେପ ନିଆଯିବ। ଏଠାକୁ ସିଟି ବସ୍‌ ଚଳାଚଳ ଲାଗି ବିଭାଗ ପକ୍ଷରୁ ବିଏମ୍‌ସିକୁ ଚିଠି ଲେଖାଯାଇଥିବାବେଳେ ଏବର୍ଷ ଯେମିତି ବି ହେଲେ ବସ୍‌ ଚଳାଚଳ ଆରମ୍ଭ କରାଯିବ ବୋଲି ସଚିବ କହିଛନ୍ତି। ୫ଟି ଏକାଡେମିକ୍‌ ବ୍ଲକ୍‌ ମଧ୍ୟରୁ ୨ଟି ବ୍ଲକ୍‌ର କାମ ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ ପ୍ରତିଷ୍ଠା ଦିବସରେ ବ୍ଲକ୍‌-୧ ଏବଂ ବ୍ଲକ୍‌-୨କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉଦ୍‌ଘାଟନ କରିବେ। ଅନ୍ୟ ୩ଟି ବ୍ଲକ୍‌ର କାମ ସାମାନ୍ୟ ବାକି ଥିବାବେଳେ ତାହାକୁ ଖୁବ୍‌ଶୀଘ୍ର ଶେଷ କରାଯିବ। ଏହାଛଡ଼ା ବିଶ୍ୱବିଦ୍ୟାଳୟ ପରିସରରେ ୩୦୦ରୁ ୪୦୦ ଲୋକ ବସିବା ଭଳି ଏକ ସ୍ବତନ୍ତ୍ର ଅଡିଟୋରିୟମ୍‌ ନିର୍ମାଣ ହେବ। ପିଲାମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ, ଉତ୍ସବ, ମହୋତ୍ସବ ଏହି ଅଡିଟୋରିମ୍‌ରେ ଆୟୋଜିତ ହେବ। ଏହା ପରିସରରେ ଏକ ଆମ୍ପି ଥିଏଟର ମଧ୍ୟ ନିର୍ମାଣ କରାଯିବାକୁ ଯୋଜନା ରହିଥିବା ସଚିବ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ନୂତନ କୁଳପତି ଦାୟିତ୍ୱ ଗ୍ରହଣ କରିବା ପରେ ଖାଲିଥିବା ପଦବୀ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri