ଅନୁଗୋଳ ଅଫିସ୍, ୨୯।୧ – ଆସନ୍ତା ଫେବୃୟାରୀରେ ଜିଲା ମହୋତ୍ସବ ଆୟୋଜନ କରାଯିବ। ଏନେଇ ପ୍ରତି ବ୍ଲକ ସ୍ତରରେ ସଜବାଜ ଆରମ୍ଭ ହୋଇଛି। ଅନୁଗୋଳ ବ୍ଲକରେ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବୁଧବାର ପୂର୍ବାହ୍ନରେ ଅନୁଗୋଳ ବ୍ଲକ ବନ୍ତଳା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ମହୋତ୍ସବ କରାଯାଇ ଜିଲା ମହୋତ୍ସବ ପାଇଁ ଦଳ ବଛାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୩୦ରୁ ସାତକୋଶିଆରୁ ହିଙ୍ଗୁଳା ମହୋତ୍ସବ ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି। ଏ ନେଇ ଅନୁଗୋଳ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ଶେଷ ପର୍ଯ୍ୟାୟ ଆଲୋଚନା ହୋଇଛି ବୋଲି ବିଡିଓ ମାୟାଧର ବେହେରା ସୂଚନା ଦେଇଛନ୍ତି। ଅନୁଗୋଳ ବ୍ଲକରେ ଥିବା ୩୪ଟି ପଞ୍ଚାୟତରୁ ୨ଟି ଲେଖାଏଁ ଦଳ ପ୍ରତିଯୋଗିତାରେ ଯୋଗଦେବେ ବୋଲି ଜଣାପଡିଛି।
ବ୍ଲକସ୍ତରୀୟ ମହୋତ୍ସବରେ ପାଲା, ଦାଶକାଠିଆ, ଦଣ୍ଡ, ସଂକୀର୍ତ୍ତନ ଓ ଓଡ଼ିଶୀ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ଏହି ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳରୁ ଅଂଶଗ୍ରହଣ କରିବାକୁ ଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଗୋଟିଏ ଟ୍ରୁପ୍କୁ ବଛାଯାଇ ଜିଲା ମହୋତ୍ସବରେ ଭାଗ ନେବାକୁ ସୁଯୋଗ ପ୍ରଦାନ କରାଯିବ ବୋଲି ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ପିଡି ଅତୁଲ୍ୟ କୁମାର ଚମ୍ପତ୍ତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଓ ବିଡିଓଙ୍କ ଉପସ୍ଥିତିରେ ଏହି ବୈଠକ ଆୟୋଜନ କରାଯାଇଥିଲା। ସେହିପରି ୩୦ରେ ସାତକୋଶିଆରୁ ଜିଲାପାଳ ମନୋଜ କୁମାର ମହାନ୍ତି ମଶାଲ ଯାତ୍ରାର ଦାୟିତ୍ୱ ନେଇଥିବାରୁ ଏଥିପ୍ରତି ସମସ୍ତ ଜିଲା ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି। ସାତକୋଶିଆରୁ ମଶାଲ ବାହାରି ହିଙ୍ଗୁଳା ପୀଠକୁ ଯିବ। ମଶାଲ ଶୋଭାଯାତ୍ରାରେ କିପରି ଅଧିକ ସଂଖ୍ୟାରେ ଲୋକ ସାମିଲ ହେବେ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ପ୍ରତି ଛକରେ ସ୍ବୟଂ ସହାୟକ ଗୋଷ୍ଠୀ, ଜନ ପ୍ରତିନିଧି ଓ ସାଧାରଣ ଲୋକେ ମଶାଲକୁ ସ୍ବାଗତ କରିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ସାତକୋଶିଆରୁ ବାହାରିବାକୁ ଥିବା ମଶାଲ ଶେଭାଯାତ୍ରା ବନ୍ତଳା ପର୍ଯ୍ୟନ୍ତ ଆସିବା ପରେ ବେଡ଼ାଶାସନ ଦେଇ ମହୀଧରପୁର ପରେ ଫୁଲପଡ଼ା ଦେଇ ଖଲାରି ଅଭିମୁଖେ ଆସିବ। ଏହାପରେ କଲେଜ ଛକ ଦେଇ ସର୍କିଟ ହାଉସ ଓ ପରେ ବଅଁରପାଳ ଦେଇ ହିଙ୍ଗୁଳା ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ମିଳିଛି।
Posted inଅନୁଗୋଳ, ଆମ ଜିଲା ଖବର View All
ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…
ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ
ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…
ରାଜ୍ୟସଭା କ୍ରସ୍ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ
ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…
ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ
କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…
ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର
ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…
ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…
ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…
ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…
ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…
ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…
Archives

