ଆଜି ଅଖିମୁଠି, ଚିନ୍ତାରେ ଚାଷୀ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରବିବାର ଅକ୍ଷୟ ତୃତୀୟା ବା ଅଖିମୁଠୀ। ପ୍ରତିବର୍ଷ ଭଳି ଚାଷୀପୁଅ କୃଷି କାର୍ଯ୍ୟର ଶୁଭାରମ୍ଭ କରିବ। ମାଟି ମା’କୁ ପୂଜାକରି ବର୍ଷକ ପାଇଁ ଯୋଗାଡ଼ କରିବ ଆହାର। ରାଜ୍ୟରେ ଏହି ଦିନ ହେଉଛି ଓଡ଼ିଆ ଚାଷୀ ପରିବାରଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ। ଏହି ଦିନ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ପାଇଁ କାଠ ଅନୁକୂଳ ହୁଏ। କେଉଁ ଅନାଦି କାଳରୁ ରାଜ୍ୟରେ ପ୍ରଚଳିତ ହୋଇ ଆସିଛି ଏହି ପରମ୍ପରା। ତେବେ ଚଳିତ ବର୍ଷ କରୋନା(କୋଭିଡ-୧୯) ମହାମାରୀ ଚାଷୀ ଆଗରେ ଏକ ବିରାଟ ପ୍ରତିବନ୍ଧକ ଭାବେ ଛିଡ଼ା ହୋଇଛି। ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ମାସକାଳ ବିଲକୁ ହଳ ଯାଇ ନାହିଁ। ଯାହାକିଛି ପନିପରିବା, ଶାଗମୁଗ ଚାଷ ହୋଇଥିଲା ସେସବୁ ବିଲରେ ଉଜୁଡ଼ି ଗଲା। ମାସ ମାସ ଧରି ଲହୁ ଲୁହକୁ ଏକାଠି କରି ଫଳେଇଥିବା ଫସଲର ମୂଲ ପାଇଲା ନାହିଁ। ଆର୍ଥିକସ୍ତରରେ ଚାଷୀମାନେ ଏକ ପ୍ରକାର ଦେବାଳିଆ ହୋଇ ଯାଇଛନ୍ତି। ନିକଟରେ ଚାଷ କାର୍ଯ୍ୟ ପାଇଁ ସରକାର ଲକ୍‌ଡାଉନ କଟକଣାରେ କୋହଳ କରିବା ପରେ ଚାଷୀ ବିଲକୁ ଯାଇପାରୁଛି। ତେବେ ଅକ୍ଷୟ ତୃତୀୟାରୁ ଚାଷୀମାନେ ପୁଣି ଅଣ୍ଟା ଭିଡ଼ିବେ। ପରମ୍ପରା ଅନୁଯାୟୀ ଅଖିମୁଠିଅନୁକୂଳ ହେବ ବୋଲି ଚାଷୀ ଚୈତନ୍ୟ ପରିଡ଼ା କହିଛନ୍ତି। ସେ କହିଛନ୍ତି ଯେ, ଲକ୍‌ଡାଉନ ଯୋଗୁ ପନିପରିବା ଉଜୁଡ଼ି ଗଲା। ଏବେ ଅଦିନିଆ ବର୍ଷା ମୁଗ ବିରି ଫସଲକୁ ଉଜାଡ଼ି ଦେଇଛି। ଲକ୍‌ଡାଉନ ଯୋଗୁ ବିଲ ହଳ ନ ହୋଇ ପଡ଼ିଆ ପଡ଼ିଛି। ଘାସ ମରି ନ ଥିବାରୁ ଧାନ ଫସଲ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଲକ୍‌ଡାଉନ କଟକଣା ଉଠାଇ ଦିଆଯାଇଥିବାରୁ ଏବେ ହଳଲଙ୍ଗଳ ଏବଂ ଟ୍ରାକ୍ଟର ଚାଷ କାମ ଆରମ୍ଭ ହୋଇଛି। ଚାଷ ଆମର ଜୀବିକା। ଏହାକୁ ଛାଡ଼ି ଆମେ ବଞ୍ଚତ୍ପାରିବୁ ନାହିଁ। ସରକାର ସାର, ବିହନ, କୀଟନାଶକ ଏବଂ ଋଣ ଯୋଗାଇଦେଲେ ଆମେ ଚାଷୀକୁଳ ଟିକେ ଉପକୃତ ହୋଇପାରିବୁ ବୋଲି ସେ କହିଛନ୍ତି। ସେହିପରି ଅନ୍ୟଜଣେ ଚାଷୀ ମୋହନ ବିଶ୍ୱାଳ କହିଛନ୍ତି ଯେ, ଆମ ଜୀବନ କାଳରେ ଏଭିଳ ବିପତ୍ତି କେବେ ଦେଖି ନ ଥିଲୁ। ରୋଗ ଏମିତି ଅଚଳ କରିଦେବ କେବେବି ବିଶ୍ୱାସ କରି ହେଉନି। ଜୀବନ ରକ୍ଷା ପାଇଁ ସରକାର ବନ୍ଦ ଘୋଷଣା କଲେ। ଏହା ଏକ ଭଲ ପଦକ୍ଷେପ। ଜୀବନ ସିନା ବଞ୍ଚତ୍ୟିବ, ହେଲେ ଜୀବିକା ମରିଯାଉଛି। ମାଣେ ଜମିରେ ବାଇଗଣ, ଆଳୁ, ପିଆଜ, ପୋଟଳ, କଖାରୁ, ଟମାଟର କରିଥିଲି। ନିଜ ପରିଶ୍ରମକୁ ଛାଡ଼ି ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲି। ଅଳ୍ପକିଛି ଆଦାୟ ହୋଇଥିବା ବେଳେ ମୂଳଜମା ଉଠିବା ପୂର୍ବରୁ ସବୁକିଛି ବନ୍ଦ ହୋଇଗଲା। ବିଲରେ ପରିବା ପାଚି ଶୁଖି ନଷ୍ଟ ହୋଇଗଲା। ଅଦରରେ ମଧ୍ୟ ବେପାରୀ ନେଲେ ନାହିଁ। ବିଲରେ ଗୋରୁଙ୍କୁ ଛାଡ଼ି ଦେଲୁ। ଏବେ ଧାନ ଚାଷ ସମୟ ଆସୁଛି। ଅଖିମୁଠିତ ନିଶ୍ଚୟ କରିବୁ ହେଲେ ଚାଷ ପାଇଁ ଟଙ୍କା କେଉଁଠୁ ଆଣିବୁ, ତାକୁ ନେଇ ଚିନ୍ତାରେ ରହିଛୁ। କେବଳ ଏ ଦୁଇ ଚାଷୀ ନୁହନ୍ତି, ସମଗ୍ର ରାଜ୍ୟରେ ଚାଷୀଙ୍କର ସମାନ ଅବସ୍ଥା। କରୋନା ମହାମାରୀ ସଙ୍କଟ ଚାଷୀକୁଳକୁ ଦୁର୍ଦ୍ଦିନକୁ ଠେଲି ଦେଇଛି। ପୁଣି ଅଣ୍ଟା ଭିଡ଼ି ଆଗକୁ ଯିବା ଲାଗି ଚାଷୀକୁଳ ସଜବାଜ ହେଉଛି। ରାଜ୍ୟରେ ଚଳିତ ବର୍ଷ ୬୦ଲକ୍ଷ ହେକ୍ଟରରେ ଧାନ ଚାଷ ହେବାର ଲକ୍ଷ୍ୟ ରହିଛି। ଚଳିତ ବର୍ଷ ଦକ୍ଷିଣପଶ୍ଚିମ ମାୈସୁମୀ ସ୍ବାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଗଯୋଗ ଠିକ ରହିଲେ ଓଡିଶା ପୁଣି ଧାନ ଉପତ୍ାଦନରେ ଆଗୁଆ ରାଜ୍ୟ ହୋଇପାରିବ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri