Categories: ଜାତୀୟ

ଆଜିର ଦିନରେ ଦେଶରେ ଆରମ୍ଭ ହୋଇଥିଲା ମୋଦି ଲହର

ନୂଆଦିଲ୍ଲୀ, ୧୬।୫: ଆଜକୁ ପ୍ରାୟ ଠିକ୍‌ ପାଞ୍ଚ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୪ ମେ ୧୬ ଦିନ ବିରୋଧୀଙ୍କୁ ଚିତ୍‌ କରି ଭାଜପା ଏକତରଫା ବିଜୟ ହାସଲ କରିଥିଲା। ଏହି ଦିନ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହେବ ବୋଲି ସ୍ପଷ୍ଟ ହୋଇଥିଲା। ସବୁ ଆକଳନକୁ ଭୁଲ ପ୍ରମାଣିତ କରି ୧୯୮୪ ପରେ ଦେଶରେ ଏକ ବହୁମତ ସରକାର ଗଠନର ବାଟ ଫିଟିଥିଲା। ଭାଜପା ଏକାକୀ ୨୮୨ଟି ଲୋକ ସଭା ଆସନ ଜିତିଥିଲା। ସହଯୋଗୀ ଏନଡିଏର ସହଯୋଗୀ ଦଳକୁ ମିଶାଇ ସଂଖ୍ୟା ୩୩୬ରେ ପହଞ୍ଚିଥିଲା। ୟୁପିଏକୁ ମାତ୍ର ୫୯ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବିରୋଧୀ ଦଳର ମାନ୍ୟତା ପାଇବାକୁ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିଲା। ଉଜ୍ଜଳା ଯୋଜନା, ସ୍ବଚ୍ଛ ଭାରତ ଅଭିଯାନ ଏବଂ ଜନଧନ ଭଳି ଲୋକପ୍ରିୟ ଯୋଜନା ଗୁଡିକ ଜରିଆରେ ଲୋକଙ୍କ ପାଖକୁ ଯିବାକୁ ସରକାର ଚେଷ୍ଟା କରିଥିଲେ ମଧ୍ୟ ବେରୋଜଗାରୀ, କଳାଧନ, ନୋଟ ବନ୍ଦୀ, କାଶ୍ମୀର ମୁଦ୍ଦାକୁ ନେଇ ସରକାରଙ୍କୁ ଆଲୋଚନାର ଶରବ୍ୟ ହେବାକୁ ପଡିଥିଲା।

Share