Posted inଖେଳ

ଆଜିର ଦିନରେ ହୋଇଥିଲା ଛ’ ଛକାର ରେକର୍ଡ, ଟୁଇଟ୍‌ କଲେ ଯୁବି

ନୂଆଦିଲ୍ଲୀ,୧୯।୯: ଆଜିକୁ ଠିକ ୧୨ ବର୍ଷ ତଳେ ଯୁବରାଜ ସିଂ (ଯୁବି) ଗୋଟିଏ ଓଭରରେ ଛ’ ଛକା ଲଗାଇଥିଲେ। ଟି୨୦ ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟରେ ଭାରତକୁ ଭେଟିଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୧୮ତମ ଓଭର ସୁଦ୍ଧା ୩ ଉଇକେଟ ହରାଇ ୧୭୧ ରନ୍‌ କରିଥିଲା। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ କ୍ରିଜରେ ଥିଲେ ଯୁବି। ୧୮ତମ ଓଭରରେ ଆଣ୍ଡ୍ର୍ୟୁ ପ୍ଲିଣ୍ଟଫଙ୍କ ବଲରେ ଯୁବି ଦୁଇଟି ଚୌକା ଲଗାଇଥିଲେ। ଏଥିଯୋଗୁ ପେସର ପ୍ଲିଣ୍ଟଫ ଓ ଯୁବିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାର ଜବାବ ପରବର୍ତ୍ତୀ ଓଭର ବୋଲିଂ କରୁଥିବା ଷ୍ଟ୍ରୁଆର୍ଟ ବ୍ରଡଙ୍କୁ ଦେଇଥିଲେ। ପ୍ରଥମ ବଲକୁ ମିଡ୍‌ ଉଇକେଟ ଅଞ୍ଚଳକୁ ଛକା ମାରିଥିଲେ। ଦ୍ୱିତୀୟ ବଲକୁ ସ୍କୋୟାର ଲେଗ, ତୃତୀୟ ବଲକୁ ଲଙ୍ଗ ଅଫ, ଚତୁର୍ଥ ବଲକୁ ଡିପ୍‌ ପଏଣ୍ଟ ଓ ପଞ୍ଚମ ବଲକୁ ସ୍କୋୟାର ଲେଗ ଅଞ୍ଚଳକୁ ଛକା ଲଗାଇଥିଲେ। ବ୍ରଡଙ୍କ ଅନ୍ତିମ ବଲ ଲଙ୍ଗ ଅନ ଅଞ୍ଚଳକୁ ଏକ ବିରାଟ ଛକା ଲଗାଇ ଗୋଟିଏ ଓଭରରେ ୬ ଛକା ପୂରଣ କରିଥିଲେ। ଏହି ମ୍ୟାଚ୍‌ରେ ଯୁବି ୧୨ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ଅନ୍ତର୍ଜାତୀୟ କ୍ରିକେଟର ଦ୍ରୁତତମ ଅର୍ଦ୍ଧଶତକ ହୋଇ ରହିଛି। ଏହି ଐତିହାସିକ ମୁହୂର୍ତ୍ତକୁ ଯୁବି ମନେ ପକାଇ ଉକ୍ତ ଇନିଂସର ଭିଡିଓ ଟୁଇଟରେ ଶେୟାର କରିଛନ୍ତି। ଉଲ୍ଲେଖଥାଉ କି, ଯୁବିଙ୍କ ବସ୍ଫୋରକ ଇନିଂସ ଯୋଗୁ ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ୪ ଉକେଟ ହରାଇ ୨୧୮ ରନ୍‌ କରିଥିଲା। ଜବାବରେ ଇଂଲଣ୍ଡ ୬ ଉଇକେଟ ହରାଇ ୨୦୦ ରନ୍‌ କରିପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri