ଆଜିର ଅର୍ଥନୀତି/ ରେପୋ ହ୍ରାସର ସୁଫଳ ମିଳୁନି

ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ରେପୋ ହାର ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି- ଆର୍ଥିକ ନୀତି କମିଟିର ଦ୍ୱିମାସିକ ସମୀକ୍ଷା ପରେ ଏହି ହ୍ରାସ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଘଟିଛି। ଏହା ମଧ୍ୟ ନୀତି ସ୍ଥିତିକୁ ‘ନ୍ୟୁଟ୍ରାଲ’ (ନିରପେକ୍ଷ)ରୁ ‘ଆକମଡେଟିଭ୍‌’ (ଉଦାର)କୁ ପରିବର୍ତ୍ତନ କରିଛି, ଯାହା ଭବିଷ୍ୟତରେ ପୁନଶ୍ଚ ରେପୋ ହାର ହ୍ରାସକୁ ଇଙ୍ଗିତ କରୁଛି। ଏହି ହ୍ରାସକୁ ମିଶାଇ ୨୦୧୯ରେ ଏପର୍ଯ୍ୟନ୍ତ ମୋଟ ୭୫ ବେସିସ୍‌ ପଏଣ୍ଟ ହ୍ରାସ ଘଟି ସାରିଲାଣି। ଆଶା କରାଯାଉଛି ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟ ତାହାର ଲାଭ ସାଧାରଣ ଋଣଗ୍ରହୀତାମାନଙ୍କୁ ଦେବେ। ସରକାର ମଧ୍ୟ ଭବିଷ୍ୟତ ଅଭିବୃଦ୍ଧିକୁ ଲକ୍ଷ୍ୟ ରଖିଛନ୍ତି। ଏହା ପୂର୍ବରୁ ଦେଶର ଆର୍ଥିକ ପରିସ୍ଥିତିକୁ ନେଇ ସରକାର ଉଦ୍‌ବେଗ ପ୍ରକାଶ କରିବା ସହ ଅଭିବୃଦ୍ଧି ହାର ବୃଦ୍ଧି କରିବା ଓ ନୂତନ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟରେ ଦୁଇଟି କ୍ୟାବିନେଟ୍‌ କମିଟି ଗଠନ କରିଥିଲେ। ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଥିବା ତିନିମାସରେ ଦେଶର ଅଭିବୃଦ୍ଧି ହାର ପାଞ୍ଚବର୍ଷର ସର୍ବନିମ୍ନ ସ୍ତର ୫.୮କୁ ହ୍ରାସ ପାଇବା ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବ୍ୟାଙ୍କ ଏପରି ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା। କୃଷି ଓ ନିର୍ମାଣ କ୍ଷେତ୍ରର ଦୁର୍ବଳ ପ୍ରଦର୍ଶନ ଯୋଗୁ ଦେଶର ଅର୍ଥନୀତି ଏପରି ଧିମା ହୋଇଯାଇଥିବା କୁହାଯାଉଛି।
ଏପରି କି ଚାଇନାଠାରୁ ଭାରତର ଅଭିବୃଦ୍ଧି କମିଯାଇଛି ଏବଂ ଚାଇନା ସେହି ଏକା ସମୟ ଭିତରେ ୬.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରି ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇପାରିଛି। ଏହି ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ମଧ୍ୟ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଦେଶର ଜିଡିପି ଲକ୍ଷ୍ୟ ୭.୨ରୁ କମାଇ ୭ ପ୍ରତିଶତ ରଖିଛି। ଆଉ ଏକ ଉଦ୍‌ବେଗର ବିଷୟ ହେଉଛି, ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ନିଯୁକ୍ତି ତଥ୍ୟ (ଯାହା ଗତ ସାଧାରଣ ନିର୍ବାଚନ ପୂର୍ବରୁ ଲିକ୍‌ ହୋଇଥିଲା) ଅନୁସାରେ ୨୦୧୭-୧୮ରେ ଦେଶର ବେକାରି ହାର ୬.୧ ପ୍ରତିଶତ ଥିଲା ଯାହା ଗତ ୪୫ ବର୍ଷରେ ସର୍ବାଧିକ। ତେବେ ରିଜର୍ଭ ବ୍ୟାଙ୍କର ଉକ୍ତ ପଦକ୍ଷେପରୁ କିଛି ସୁଫଳ ମିଳିବ, ଯଦି ବ୍ୟାଙ୍କଗୁଡ଼ିକ ମଧ୍ୟ ଗ୍ରାହକମାନଙ୍କ ଋଣ ସୁଧହାର ହ୍ରାସ କରନ୍ତି। ମାତ୍ର ପୂର୍ବର ୫୦ ବେସିସ୍‌ ପଏଣ୍ଟ ରେପୋ ହାର ହ୍ରାସ ପରିପ୍ରେକ୍ଷୀରେ ବ୍ୟାଙ୍କଗୁଡ଼ିକ ଜମାକାରୀ ଓ ଋଣଗ୍ରହୀତାମାନଙ୍କ ସୁଧହାରରେ ସମାନୁପାତିକ ପରିବର୍ତ୍ତନ କରିନାହାନ୍ତି। ବରଂ କେତେକ ବ୍ୟାଙ୍କ ଜମାବୃଦ୍ଧି ଆଶାରେ ଜମାସୁଧ ହାର ବୃଦ୍ଧି କରିଛନ୍ତି। କିନ୍ତୁ ସରକାରୀ ଋଣ ବୃଦ୍ଧି ପାଇବା ସହ ସ୍ବଳ୍ପ ସଞ୍ଚୟ ସୁଧହାର ଅଧିକ ରହିଥିବା ଯୋଗୁ ନିବେଶ ବୃଦ୍ଧି କରିବା ଲାଗି ବ୍ୟାଙ୍କଗୁଡ଼ିକ କଠିନତାର ସମ୍ମୁଖୀନ ହେଉଛନ୍ତି। ବ୍ୟାଙ୍କଗୁଡ଼ିକ ମଧ୍ୟ ବହୁପରିମାଣର ଅଚଳ ପରିସମ୍ପତ୍ତି ଜନିତ ସମସ୍ୟାରେ ପୀଡ଼ିତ ହେବା ସହ ଏନ୍‌ବିଏଫ୍‌ସି (ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ)ଗୁଡ଼ିକର ଆର୍ଥିକ କ୍ଷମତା ହ୍ରାସ ପାଉଛି। ତେଣୁ ବଡ଼ ବଡ଼ ଖିଲାପିଙ୍କ ପାଇଁ ଯେଉଁ ପରିବେଶ ସୃଷ୍ଟି ହୋଇଛି, ସେହି ଦୃଷ୍ଟିରୁ ଗ୍ରାହକମାନଙ୍କୁ ଅଧିକ ଋଣ ନେବା ପାଇଁ ଉତ୍ସାହିତ କରିବା ଲାଗି ବ୍ୟାଙ୍କଗୁଡ଼ିକ ସୁଧହାର କମାଇବାର ସମ୍ଭାବନା ଦେଖାଯାଉ ନାହିଁ।
କିପରି ଚାହିଦା ବୃଦ୍ଧି କରାଯାଇପାରିବ ତାହା ହେଉଛି ସବୁଠାରୁ ବଡ଼ ସମସ୍ୟା। ସାରା ଦେଶରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଚାହିଦା ହ୍ରାସ ପାଇବାରେ ଲାଗିଛି। ତେଣୁ ବିଶେଷତଃ ମଧ୍ୟବିତ୍ତ ବର୍ଗରେ ଚାହିଦା ବଢ଼ାଇବା ପାଇଁ ସେମାନେ ବିତ୍ତୀୟ ନୀତିରେ ପରିବର୍ତ୍ତନ କରିପାରନ୍ତି। ପାଣିପାଗ ବିଭାଗ ଚଳିତବର୍ଷ ଦୁର୍ବଳ ମୌସୁମୀର ପୂର୍ବାନୁମାନ କରିଥିବା ବେଳେ କୃଷିକ୍ଷେତ୍ରକୁ ସାହାଯ୍ୟ କଲାଭଳି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ରିଜର୍ଭ ବ୍ୟାଙ୍କ ରେପୋହାର ହ୍ରାସ କରିଚାଲିଥିବା ବେଳେ ଆଗାମୀ ବଜେଟରେ ସରକାର ଟିକସ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ଉଭୟ ଆନୁଷ୍ଠାନିକ ଓ ବୟକ୍ତିକ ଚାହିଦା ବୃଦ୍ଧି ପାଇବା ଅତ୍ୟନ୍ତ ଆବଶ୍ୟକ। ଗତ ନଅମାସ ଭିତରେ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତିକୁ ୪ ପ୍ରତିଶତ ଭିତରେ ରଖିବା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ମଧ୍ୟ ପୂରଣ ହୋଇପାରୁନାହିଁ, ଯାହା ଦୁର୍ବଳ ଚାହିଦାର ଅନ୍ୟତମ କାରଣ। ପୁଣି ନିର୍ବାଚନ ପୂର୍ବରୁ ସରକାର ଯେଉଁସବୁ ଯୋଜନା ଘୋଷଣା କରିଛନ୍ତି, ତାକୁ ନିର୍ବାଚନ ପରେ ନୂଆ ସରକାର ଚାଲୁ କରିବା ଓ ପୁରୁଣା ଯୋଜନା ସବୁ ଚାଲୁ ରଖିବା ପାଇଁ ଅର୍ଥମନ୍ତ୍ରୀ କେଉଁଠୁ ଅର୍ଥ ବ୍ୟବସ୍ଥା କରିବେ, ତାହା ଏକ ବଡ଼ ସମସ୍ୟା। ଆମ ଅର୍ଥନୀତି ପାଇଁ କିଛି ବାହ୍ୟ ପ୍ରଭାବ ମଧ୍ୟ ବାଧକ ସାଜୁଛି। ଆମେରିକା-ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟଯୁଦ୍ଧ, ଆମେରିକା ସହ ଭାରତର ସମୀକରଣ ଏବଂ ଇରାନ ଓ ଭେନିଜୁଏଲାରୁ ତୈଳ ଆମଦାନି ବନ୍ଦ ହୋଇଯିବା ପରେ ଅନ୍ୟ ଆଡ଼ୁ ତୈଳ ଆଣିବା ପାଇଁ ଭାରତ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ତାହା ଆମର ଅର୍ଥନୀତି ଉପରେ ଅତ୍ୟନ୍ତ କୁପ୍ରଭାବ ପକାଇବ। ଏହିସବୁ ଆହ୍ବାନର ସମ୍ମୁଖୀନ ହେବା ପାଇଁ ସରକାର କିଛି ବାଟ ବାହାର କରିବା ଦରକାର, ଯାହାଫଳରେ ଦେଶର ଅଭିବୃଦ୍ଧି ହାରକୁ ପୂର୍ବସ୍ଥିତିକୁ ଫେରାଇ ଅଣାଯାଇପାରିବ ଏବଂ ଦେଶର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri