ଆଜିର ଅର୍ଥନୀତି/ଆହ୍ବାନର ବର୍ଷ

ମାନ୍ଦାବସ୍ଥା ଓ ନୈରାଶ୍ୟ ଦେଇ ୨୦୧୯ ବିତିଲା। ବିଗତବର୍ଷରେ ଅର୍ଥନୀତି କ୍ଷେତ୍ରରେ ଯେଉଁସବୁ ସମସ୍ୟା ଦେଖିବାକୁ ମିଳିଲା, ସେଗୁଡ଼ିକ ଭିତରେ ଅଛି: ଜିଡିପିରେ ରେକର୍ଡ ପରିମାଣ ହ୍ରାସ, ଟିକସ ଆଦାୟରେ ହ୍ରାସ, ସଂକୁଚିତ ଖାଉଟି ଚାହିଦା, ଅଟୋମାବାଇଲ ପ୍ରମୁଖ ଶିଳ୍ପରେ ଅବନତି, ରପ୍ତାନି ହ୍ରାସ, ଘରୋଇ ପୁଞ୍ଜିନିବେଶର ଅଭାବ, ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ନିଯୁକ୍ତି ହ୍ରାସ ତଥା ବେରାଜଗାରି ବୃଦ୍ଧି। ୨୦୧୯ର ଅଧିକାଂଶ ଭାଗ ଏନ୍‌ଡିଏ ସରକାର ନିଜର ରାଜନୈତିକ କାର୍ଯ୍ୟସୂଚୀ ନେଇ ବ୍ୟସ୍ତ ରହିଲେ। ବର୍ତ୍ତମାନ କିଛି ତତ୍କାଳ ରାଜନୈତିକ ଲକ୍ଷ୍ୟ ହାସଲ କରିବାର ନ ଥିବାବେଳେ ସରକାର ଅର୍ଥନୀତିକୁ ସଜାଡ଼ିବା ଉପରେ ଧ୍ୟାନ ଦେବେ ବୋଲି ବିଶ୍ୱାସ କରାଯାଉଛି। ସେଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ଜାତୀୟ ଭିତ୍ତିଭୂମି ପାଇପ୍‌ଲାଇନ (ଏନ୍‌ଆଇପି) ଅଧୀନରେ ୧୦୨ ଲକ୍ଷ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି, ଯାହାଦ୍ୱାରା ଅର୍ଥନୀତିରେ ଉନ୍ନତି ଘଟିବ ଏବଂ ୨୦୨୫ ସୁଦ୍ଧା ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଦେଶରେ ପରିଣତ ହେବା ଦିଗରେ ଅଗ୍ରସର ହେବ। ଏନ୍‌ଆଇପି ଅଧୀନରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୩ଟି କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ଚିହ୍ନଟ କରାଯାଇଛି, ଯାହାକୁ ଆସନ୍ତା ୫ ବର୍ଷ ଭିତରେ କେନ୍ଦ୍ର ଓ ସମ୍ପୃକ୍ତ ରାଜ୍ୟ ସରକାର ତଥା ବିଭିନ୍ନ ଘରୋଇ ସଂସ୍ଥା ପାଣ୍ଠି ଯୋଗାଇବେ।
ତେବେ ୨୦୨୦ ସରକାରଙ୍କ ପାଇଁ ବିଭିନ୍ନ ଆହ୍ବାନର ବର୍ଷ ହେବ। ୨୦୨୦ ଜୁନ୍‌ ପରେ ସରକାରୀ ଏୟାରଲାଇନ୍‌ର ଅସ୍ତିତ୍ୱ ନ ରହିପାରେ। ସରକାର ଏହାକୁ ଏକ ଘରୋଇ ଏୟାରଲାଇନ୍‌କୁ ବିକ୍ରି କରିଦେବା କଥା ଚିନ୍ତା କରୁଛନ୍ତି। କିନ୍ତୁ ଏହାକୁ କିଣିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି, ଯାହା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଏୟାର ଇଣ୍ଡିଆ ବନ୍ଦ ହୋଇଯିବା ଭାରତର ବେସାମରିକ ବିମାନ ଚଳାଚଳ ଇତିହାସରେ ଏକ ଅତୀବ ମହତ୍ତ୍ୱପୂର୍ଣ୍ଣ ଘଟଣା ହେବ। ଆଉ ମାସକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ତାଙ୍କର ଦ୍ୱିତୀୟ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା କରିବା ପାଇଁ ସରକାର କି ପଦକ୍ଷେପ ନେବାକୁ ଯାଉଛନ୍ତି, ତାହା ଏହି ବଜେଟରୁ ହିଁ ଜଣାପଡ଼ିବ। ଏଥିପାଇଁ ସୀତାରାମନ୍‌ ଚଳିତ ସପ୍ତାହରେ ସୂଚନା ଦେଇଥିବା ପରି ଖର୍ଚ୍ଚ ବୃଦ୍ଧି କରିବେ କି ବିତ୍ତୀୟ ସୁଦୃଢ଼ୀକରଣ ପାଇଁ ଟିକସ ହ୍ରାସ କରିବେ, ତାହା ବଜେଟ ଉପସ୍ଥାପନ ପରେ ହିଁ ଜଣାପଡ଼ିବ। ସରକାରଙ୍କ ବାସ୍ତବ ଆଭିମୁଖ୍ୟ ଓ ଆର୍ଥିକ ସ୍ଥିତି ଜାଣିବା ପାଇଁ ଆମକୁ ସେଯାଏ ଅପେକ୍ଷା କରିବାକୁ ପଡ଼ିବ। ଆଗକୁ ଜିଏସ୍‌ଟି କାଉନ୍‌ସିଲ ବୈଠକ ବିତର୍କମୂଳକ ହେବ। ଭାଜପା ଆଉ ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡକୁ ହରାଇଥିବାରୁ ଜିଏସ୍‌ଟି କାଉନ୍‌ସିଲରେ ଏହା ଜୋର କରି ନିଜର ନିଷ୍ପତ୍ତି ଲଦିଦେଇ ପାରିବ ନାହିଁ। କାଉନ୍‌ସିଲରେ କେନ୍ଦ୍ର ସରକାର ୩୩ ପ୍ରତିଶତ ମତ ଦେବାର ଅଧିକାର ଥିବାବେଳେ ଅବଶିଷ୍ଟ ଅଧିକାର ରାଜ୍ୟଗୁଡ଼ିକ ଉପରେ ନ୍ୟସ୍ତ।
ଅନେକ ତ୍ରିମାସୀ ହେଲା ଭାରତର ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇଚାଲିଛି ଏବଂ ନିକଟ ଭବିଷ୍ୟତରେ ଏଥିରେ କୌଣସି ସୁଧାର ଆସିବାର ସମ୍ଭାବନା ଦେଖିବାକୁ ମିଳୁନାହିଁ। ଝାଡ଼ଖଣ୍ଡ ହାତରୁ ଚାଲିଯିବା ପରେ ଭାରତୀୟ ଭୂଭାଗରେ ଭାଜପାର ପଦାଙ୍କ ୭୧ ପ୍ରତିଶତରୁ ୩୫ ପ୍ରତିଶତକୁ ହ୍ରାସ ପାଇଛି। ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଇବା ସହ ରାଜ୍ୟଗୁଡ଼ିକରେ ଭାଜପାର ଉପସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଦେଶର ଆର୍ଥିକ ବିକାଶର ଗତିକୁ ତ୍ୱରାନ୍ବିତ କରିବା ଲାଗି ଭୂମି ଓ ଶ୍ରମ ଆଇନ ପ୍ରଭୃତିରେ ଯେଉଁ ସଂସ୍କାରର ଆବଶ୍ୟକତା ଥିଲା, ସେ ଦିଗରେ ପଦକ୍ଷେପ ନେବାର ସୁଯୋଗ ରାଜ୍ୟଗୁଡ଼ିକ ଉପରୁ ନିୟନ୍ତ୍ରଣ ହରାଇବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏକପ୍ରକାର ହରାଇଦେଲେ। ଆଗକୁ ସରକାରଙ୍କ ପାଇଁ ସମୟ ଅଧିକ କଷ୍ଟକର ହେବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) କହିଛି ଯେ, ଆର୍ଥିକ ସଂସ୍କାର ମାଧ୍ୟମରେ ହିଁ ଭାରତ ଆର୍ଥିକ ଅଭିବୃଦ୍ଧିର ଅଧୋଗତିକୁ ରୋକିପାରିବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପ୍ରଶାସନକୁ ସୁଦୃଢ଼ କରିବା ସହ ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀଗୁଡ଼ିକର ଯଥାଯଥ ନିୟନ୍ତ୍ରଣ କରିବା ଭିତରଦେଇ ବ୍ୟାଙ୍କଗୁଡ଼ିକର ବାଲାନ୍ସ ଶୀଟ୍‌କୁ ପରିଷ୍କାର କରାଯାଇପାରିବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ କିଛି ପୁଞ୍ଜି ଦେଇ ସରକାର ସଚଳ ରଖିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଶାସନିକ ସଂସ୍କାର ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଆର୍ଥିକ ସୁଦୃଢ଼ୀକରଣକୁ ଆର୍ଥିକ ଉତ୍ତରଦାୟିତ୍ୱ ଓ ବଜେଟ ପରିଚାଳନା ଅଧିନିୟମ ସହ ଯୋଡ଼ିବା ଦରକାର। ସରକାର ଋଣ ପରିମାଣ ଅନ୍ତତଃ ଜିଡିପିର ୬୦ ପ୍ରତିଶତକୁ ହ୍ରାସ କରିବା ଉଚିତ, ଯାହା ଏବେ ପାଖାପାଖି ୭୦ ପ୍ରତିଶତ ରହିଛି। ସରକାରୀ ଉଧାର ପରିମାଣ ଯେତେ ଅଧିକ ରହିବ ତାହା ଟଙ୍କାର ମୂଲ୍ୟକୁ ସେତେ ବଢ଼ାଇବ। ଯୁକ୍ତିସଙ୍ଗତ ସବ୍‌ସିଡି ପ୍ରଦାନ ତଥା ଟିକସ ଆଦାୟ ବଢ଼ାଇ ରାଜସ୍ବ ବୃଦ୍ଧି ମାଧ୍ୟମରେ ସଞ୍ଚୟ ବଢ଼ାଇବା ହେଉଛି ସରକାରଙ୍କ ପାଇଁ ଏକ ବଡ଼ କାମ। ତା’ଛଡ଼ା ଆର୍ଥିକ ଅଭିବୃଦ୍ଧି ବଢ଼ାଇବା ପାଇଁ ଶ୍ରମ ଓ ଭୂ-ସଂସ୍କାରର ବିକଳ୍ପ ନାହିଁ। ଏସବୁଗୁଡ଼ିକୁ ଦେଖିଲେ ଜଣାପଡ଼େ ଚଳିତବର୍ଷ ସରକାରଙ୍କ ପାଇଁ ଏକ ଆହ୍ବାନର ବର୍ଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri