ଆଜିର ଅର୍ଥନୀତି/ ଆହୁରି ସଂସ୍କାର ଲୋଡ଼ା

ସମ୍ପ୍ରତି ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାକୁ କିପରି ମୁକାବିଲା କରାଯିବ, ସେ ନେଇ ସରକାର କିଛି ବାଟ ପାଉ ନ ଥିବା ମନେହେଉଛି। ଏହା ବିଭିନ୍ନ ବର୍ଗର ଲୋକଙ୍କ ଭାବନାକୁ ସୁହାଇଲା ଭଳି ଯାହା କିଛି ବିକ୍ଷିପ୍ତ ପଦକ୍ଷେପ ନେଇଛନ୍ତି, ତାହା ଏଯାଏ ବିଶେଷ କିଛି କାମ ଦେଇନାହିଁ। ସରକାର ଜାଣନ୍ତି ଯେ, ଉଗ୍ର ଜାତୀୟତା ଓ ଦେଶର ସୁରକ୍ଷାକୁ ନେଇ ଲୋକଙ୍କ ମାନସିକ ଉଦ୍‌ବେଗକୁ ବଢ଼େଇ ତୋଳିଲେ ତାହାଦ୍ୱାରା ଲୋକମାନେ କିଛି କାଳ ହୁଏତ ଅର୍ଥନୈତିକ ସମସ୍ୟାକୁ ଛାଡ଼ି ସେହି ବିଷୟକ ଚିନ୍ତାରେ ନିମଗ୍ନ ରହିବେ, କିନ୍ତୁ ଏହାର ବି ସୀମା ଅଛି। ଅଟୋମୋବାଇଲ ସମେତ ବିଭିନ୍ନ ଶିଳ୍ପ କ୍ଷେତ୍ର ଏବେ ଭୀଷଣ ମାନ୍ଦାବସ୍ଥା ଦେଇ ଗତି କରୁଛି। ଉତ୍ତର ଭାରତର ବୃହତ୍‌ ରାଜ୍ୟଗୁଡ଼ିକ ଏବେ ବନ୍ୟା ବିତ୍ପାତରେ ଜର୍ଜରିତ। ସେହିସବୁ ରାଜ୍ୟର ଲକ୍ଷ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଓଡ଼ିଶାରେ ୧୦ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଥିଲେ ମଧ୍ୟ ଏହାଦ୍ୱାରା ଫସଲ ଭଲ ହେବ ବୋଲି କୌଣସି ନିଶ୍ଚୟତା ନାହିଁ। କୋର୍‌ ସେକ୍ଟର ବା ଦେଶର ୮ଟି ପ୍ରମୁଖ ଅର୍ଥନୈତିକ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ପ୍ରଥମ ଥର ପାଇଁ ବିଯୁକ୍ତାତ୍ମକ ଦିଗରେ ମୁହାଁଇଛି କାରଣ ଗତ ୪ ବର୍ଷ ଭିତରେ ଏଗୁଡ଼ିକ ମଧ୍ୟରୁ ୫ଟି କ୍ଷେତ୍ରର ସୂଚକାଙ୍କ ହ୍ରାସ ପାଇଛି। ଏହିସବୁ କ୍ଷେତ୍ରର ସାମଗ୍ରିକ ଅଭିବୃଦ୍ଧି ଅଗଷ୍ଟମାସରେ -୦.୫ ପ୍ରତିଶତକୁ ହ୍ରାସ ପାଇଛି, ଯାହା ଗତବର୍ଷ ଉକ୍ତ ମାସରେ ୪.୭ ପ୍ରତିଶତ ଥିଲା। କୋଇଲା କ୍ଷେତ୍ରର ଅଭିବୃଦ୍ଧି ସବୁଠାରୁ ଅଧିକ ହ୍ରାସ ପାଇଛି, ଯାହା ଅତୀତରେ ବର୍ଷ ପରେ ବର୍ଷ ସମାନ ସମୟକୁ ହାରାହାରି ୮.୭ ପ୍ରତିଶତ ଥିଲା। ଇସ୍ପାତ, ସାର ଓ ରିଫାଇନେରି ଉତ୍ପାଦଗୁଡ଼ିକ ମଧ୍ୟ ଅନୁକୂଳ ଅଭିବୃଦ୍ଧି ହାସଲ କରିଥିଲା।
ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ହ୍ରାସ ପାଇଛି, ଯାହା ଗତ ଛଅ ବର୍ଷରେ ସବୁଠାରୁ କମ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗତ କିଛି ସପ୍ତାହ ଭିତରେ ବିଭିନ୍ନ ଉତ୍ସାହପ୍ରଦ ଘୋଷଣା କରିଆସୁଛନ୍ତି ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ଫେବୃୟାରୀରୁ ସୁଧହାର ହ୍ରାସ କରିଚାଲିଛନ୍ତି। କିନ୍ତୁ ଏସବୁ ପଦକ୍ଷେପ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାରେ ବିଫଳ ହୋଇଛି। ସୀତାରାମନ୍‌ କର୍ପୋରେଟ୍‌ ଟିକସ ୨୨ ପ୍ରତିଶତକୁ ହ୍ରାସ କରିବା ସହ ପ୍ରାୟ ୬୫,୦୦୦ କୋଟି ଟଙ୍କାର ଟିକସ ହ୍ରାସଜନିତ ଲାଭ, ସେସ୍‌ ଓ ସର୍‌ଚାର୍ଜ କମ୍ପାନୀଗୁଡ଼ିକ ହାତରେ ଛାଡ଼ିଦେଇଛନ୍ତି। ସେପ୍ଟେମ୍ବର ମାସରେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଆଦାୟ ମାତ୍ର ୯୧,୯୧୬ କୋଟି ଟଙ୍କା ଆଦାୟ ହୋଇଛି ଯାହା ଗତ ୧୯ ମାସ ଭିତରେ ସବୁଠାରୁ କମ୍‌। ଦେଶର ଅର୍ଥନୈତିକ ମାନ୍ଦାବସ୍ଥାକୁ ଏହା ଆହୁରି ବ୍ୟାପକ କରିଛି। ଜିଏସ୍‌ଟି ଆଦାୟରେ କ୍ରମାଗତ ଦ୍ୱିତୀୟ ମାସରେ ଏହା ଅତି କମ୍‌ ରହିଛି। ଗତ ଅଗଷ୍ଟ ମାସରେ ଜିଏସ୍‌ଟି ୯୮,୨୦୨ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ତା’ର ମାସକ ପୂର୍ବରୁ ୯୪,୪୪୨ କୋଟି ଟଙ୍କା ଆଦାୟ ହୋଇଥିଲା। ସରକାର ଏପର୍ଯ୍ୟନ୍ତ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ସଂଶୋଧନ କରି ନ ଥିବା ବେଳେ କିପରି ସେହି ଲକ୍ଷ୍ୟ ହାସଲ କରିବେ, ତାହା ବର୍ତ୍ତମାନ ଦେଖିବାକୁ ବାକି ରହିଲା।
ଏପରି ଅର୍ଥନୈତିକ ପୃଷ୍ଠଭୂମିରେ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି କମିଟି (ଏମ୍‌ପିସି) ମଙ୍ଗଳବାର ତା’ର ଦ୍ୱିମାସିକ ଆର୍ଥିକ ସମୀକ୍ଷା ଆରମ୍ଭ କରିଥିବା ବେଳେ ଏହା ଖାଉଟିଙ୍କ ଚାହିଦା ବୃଦ୍ଧି କରିବା ପାଇଁ ରେପୋ ରେଟ୍‌ ଆହୁରି ହ୍ରାସ କରିବା ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ପଦକ୍ଷେପକୁ ତ୍ୱରାନ୍ବିତ କରିବା ଆଶା କରାଯାଏ। ସବୁ ଦୃଷ୍ଟିରୁ ବିଚାରକଲେ ଆର୍‌ବିଆଇ ଆଉ ୨୫ ବେସିସ୍‌ ପଏଣ୍ଟ ରେପୋ ରେଟ୍‌ ହ୍ରାସ କରିପାରେ। ଉକ୍ତ ସ୍ବଳ୍ପ ସୁଧ ହାର ଅର୍ଥନୀତିକୁ ଅଧିକ ଚଳଚଞ୍ଚଳ କରିବା ଆଶା କରାଯାଏ। ଏଥି ସହ ସରକାର ମଧ୍ୟ ଦୀପାବଳି ପୂର୍ବରୁ ବ୍ୟକ୍ତିଗତ ଆୟକର ହ୍ରାସ କରି ଖାଉଟିଙ୍କ ଉତ୍ସାହ ବୃଦ୍ଧି କରିବା ଆବଶ୍ୟକ। ସରକାର ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କ ଆୟକର ୨୦ ପ୍ରତିଶତ ସ୍ଲାବ୍‌ ବଦଳରେ ୧୦ ପ୍ରତିଶତ କରିପାରନ୍ତି। ସରକାର ମଧ୍ୟ ବିଭିନ୍ନ ପ୍ରକାର ସେସ୍‌ ଓ ସର୍‌ଚାର୍ଜ ଉଠାଇ ଦେଇପାରନ୍ତି। ତା’ ସହ ସରକାର ୨.୫ ଲକ୍ଷ ସ୍ଥାନରେ ଛାଡ଼ ସୀମା ୫ ଲକ୍ଷକୁ ବୃଦ୍ଧି କରିପାରନ୍ତି।
ଅଟୋମୋବାଇଲ କମ୍ପାନୀଗୁଡ଼ିକ ବିକ୍ରି ବଢ଼ାଇବା ପାଇଁ ବୃହତ୍‌ ରିହାତି ପ୍ରଦାନ ଆରମ୍ଭ କରିଛନ୍ତି। ଏହିସବୁ ପଦକ୍ଷେପ ଫଳପ୍ରସୂ ହେବା ଆରମ୍ଭ କରିଛି। ଗାଡ଼ି ପଞ୍ଜୀକରଣ ସେପ୍ଟେମ୍ବର ମାସରେ ବୃଦ୍ଧି ପାଇଛି। କାର୍‌ ଓ ଟ୍ରାକ୍ଟର କମ୍ପାନୀଗୁଡ଼ିକ ଗତବର୍ଷ ତୁଳନାରେ ସଂକୋଚନ ହାର ହ୍ରାସ କରିଛନ୍ତି। ଗତବର୍ଷ ବିକ୍ରି ହାର ପୂର୍ବାବସ୍ଥାକୁ ଫେରିଥିଲା। ତେବେ ସାମଗ୍ରିକ ଅର୍ଥନୀତିରେ ଉନ୍ନତି ଆଣିବାକୁ ହେଲେ ଏହାର ଆହୁରି ବୃଦ୍ଧିର ଆବଶ୍ୟକତା ରହିଛି। ଗତ ମାସରେ କର୍ପୋରେଟ୍‌ ଟିକସ ହ୍ରାସ କରାଯିବା ପରି ଅଭିବୃଦ୍ଧିକୁ ସ୍ଥାୟୀଭାବେ ଠିକଣା ବାଟକୁ ଆଣିବା ପାଇଁ ହେଲେ ଆହୁରି ସଂରଚନାତ୍ମକ ସଂସ୍କାର ପ୍ରୟୋଜନ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri