ଆଜିର ଅର୍ଥନୀତି/ଅନୁବର୍ତ୍ତୀ ପଦକ୍ଷେପ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗତ ସପ୍ତାହରେ କର୍ପୋରେଟ୍‌ ଟିକସ ୨୨ ପ୍ରତିଶତକୁ ହ୍ରାସ କରିଛନ୍ତି, ଯାହା କମ୍ପାନୀଗୁଡ଼ିକ ପାଇଁ ଏକ ବଡ଼ ଆଶ୍ୱସ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ବିତ୍ତ ବଜାର ଉଚ୍ଛ୍ବସିତ ସ୍ବାଗତ ଜଣାଇଛି। ସରକାର ଭାବିଲେ ଟିକସ ହ୍ରାସ ହେଲେ କମ୍ପାନୀଗୁଡ଼ିକ ଅଧିକ ପୁଞ୍ଜିନିବେଶ କରିପାରିବେ, ଯାହା ଫଳରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ। ଭାରତରେ କର୍ପୋରେଟ୍‌ ଟିକସ ହାରରେ ପରିବର୍ତ୍ତନ ଧୀରମନ୍ଥର ପ୍ରକ୍ରିୟାରେ ଘଟିଛି। ୧୯୯୧ ମସିହାରେ ଏହା ୪୫ ପ୍ରତିଶତ ଥିବା ବେଳେ ୨୦୧୯ରେ ୨୨ ପ୍ରତିଶତକୁ ଖସିଯାଇଛି, ଅର୍ଥାତ୍‌ ୨୮ ବର୍ଷରେ ଏହା ୫୧ ପ୍ରତିଶତ ହ୍ରାସ ପାଇଛି। ବ୍ୟକ୍ତିଗତ ଆୟକର ବିପରୀତ କ୍ରମେ ସମ୍ପୂର୍ଣ୍ଣ ଭିନ୍ନ ପଥ ନେଇଛି। ବ୍ୟକ୍ତିଗତ ଆୟକରର ସର୍ବୋଚ୍ଚ ହାର (ସରଚାର୍ଜ ଓ ସେସ୍‌ ବ୍ୟତୀତ) ୧୯୯୧ରେ ୫୦ ପ୍ରତିଶତ ଥିବାବେଳେ ମାତ୍ର ୬ ବର୍ଷରେ ଏହା ୪୦ ପ୍ରତିଶତ ହ୍ରାସ ପାଇ ୧୯୯୭ରେ ୩୦ ପ୍ରତିଶତକୁ ଖସିଆସିଛି। କିନ୍ତୁ ଏହି ସର୍ବୋଚ୍ଚ ହାର ସେବେଠାରୁ ଆଉ ହ୍ରାସ ନ ପାଇ ସେହି ସ୍ତରରେ ହିଁ ରହିଛି। ତା’ ସହ ଏହି ସମୟ ଭିତରେ ବିଭିନ୍ନ ସରଚାର୍ଜ ଓ ସେସ୍‌ ବି ଲାଗୁ ହୋଇଛି। ଯେଉଁ ଯୁକ୍ତି ଦର୍ଶାଇ କର୍ପୋରେଟ୍‌ ଟିକସ ହ୍ରାସ କରାଗଲା, ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ମଧ୍ୟ ସମାନ ଯୁକ୍ତି ପ୍ରଯୁଜ୍ୟ। ପ୍ରତ୍ୟକ୍ଷ କର ଉପରେ ନିଷ୍ପତ୍ତି ନେବା ପାଇଁ ଗଠିତ ଟାସ୍କ ଫୋର୍ସର ସୁପାରିସକୁ ସରକାର ବିଚାରକୁ ନେବେ ବୋଲି ଆଶା କରାଯାଏ। ଉକ୍ତ ଟାସ୍କ ଫୋର୍ସ ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟରେ ବ୍ୟକ୍ତିଗତ ଆୟକର ହାର ଓ ସ୍ଲାବ୍‌ ହ୍ରାସ କରିବା ପାଇଁ ପ୍ରସ୍ତାବ ଦେଇଛି।
ଖାଉଟି ଚାହିଦା ବୃଦ୍ଧି କରିବା ପାଇଁ କର୍ପୋରେଟ୍‌ ଟିକସ ହ୍ରାସ କରିବା ପରେ ସରକାର ବ୍ୟକ୍ତିଗତ ଆୟକର ହ୍ରାସ କରିବାକୁ ଟାସ୍କଫୋର୍ସର ପ୍ରଦତ୍ତ ପ୍ରସ୍ତାବ ଉପରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି। ବ୍ୟକ୍ତିଗତ ଆୟକରରେ ଏକ ବଡ଼ ଧରଣର ହ୍ରାସ ଘଟିବା ସହ ଟିକସ ସ୍ଲାବ୍‌ରେ ବୃଦ୍ଧି ଘଟିପାରେ, ଯାହାଦ୍ୱାରା ଟିକସ ହ୍ରାସ ପାଇପାରେ। ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ମଧ୍ୟବିତ୍ତ ବର୍ଗ, ବିଶେଷତଃ ବେତନଭୋଗୀ କର୍ମଚାରୀମାନେ ସବୁଠାରୁ ଅଧିକ ଉପକୃତ ହେବେ। ଏହାଫଳରେ ସେମାନେ ଘରକୁ ନେଉଥିବା ଦରମା ପରିମାଣ ବୃଦ୍ଧି ପାଇବ ଏବଂ ସାମ୍ପ୍ରତିକ ମାନ୍ଦାବସ୍ଥା ଯୋଗୁ ସେମାନଙ୍କର ହ୍ରାସପ୍ରାପ୍ତ କ୍ରୟକ୍ଷମତାରେ ଉନ୍ନତି ଆସିବ। ବର୍ତ୍ତମାନ ରହିଥିବା ଛାଡ଼ସୀମା ୨.୫୦ ଲକ୍ଷ ଟଙ୍କାରୁ ସରକାର ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ସେହିପରି ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଭିତରେ ଆୟ କରୁଥିବା ଲୋକମାନେ ବର୍ତ୍ତମାନର ୨୦ ପ୍ରତିଶତ ବଦଳରେ ୧୦ ପ୍ରତିଶତ ଟିକସ ଦେବାକୁ ନିଷ୍ପତ୍ତି ନିଆଯାଇପାରେ। ୧୦ ଲକ୍ଷରୁ ୨୦ ଲକ୍ଷ ଭିତରେ ଆୟ କରୁଥିବା ଲୋକମାନଙ୍କ ପାଇଁ ଆୟକର ଦେୟ ୨୦ ପ୍ରତିଶତ ଧାର୍ଯ୍ୟ କରାଯାଇପାରେ। ୨୦ ଲକ୍ଷରୁ ୨ କୋଟି ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ପାଇଁ ୩୦ ପ୍ରତିଶତ ଏବଂ ତଦୂର୍ଦ୍ଧ୍ୱ ଆୟକାରୀଙ୍କ ପାଇଁ ୩୫ ପ୍ରତିଶତ ଆୟକର ଧାର୍ଯ୍ୟ କରାଯାଇପାରେ। ପୁନଶ୍ଚ ଆୟକର ଉପରେ ଲାଗୁଥିବା ବିଭିନ୍ନ ପ୍ରକାର ସର୍‌ଚାର୍ଜ ଓ ସେସ୍‌ ବ୍ୟବସ୍ଥା ମଧ୍ୟ ଉଠେଇ ଦିଆଯାଇପାରେ। ଆୟକର ହ୍ରାସ ପାଇଲେ ଅଧିକ ଲୋକ ଆୟକର ଦାଖଲ କରିବାକୁ ଉତ୍ସାହିତ ହୋଇପାରନ୍ତି ଏବଂ ଏହା ଅଧିକ ଲୋକଙ୍କୁ ଆୟକର ରିଟର୍ନ ଦାଖଲ କରିବା ପାଇଁ ଅନୁପ୍ରେରିତ କରିପାରେ।
ତେବେ ଆୟକର ହ୍ରାସ ପାଇଲେ ଯେ ଖାଉଟି ଚାହିଦା ବୃଦ୍ଧି ପାଇବ, ବିଶେଷତଃ ଏକ ମାନ୍ଦାବସ୍ଥା-ବାଧିତ ଅର୍ଥନୀତି କ୍ଷେତ୍ରରେ, ତାହା ନୁହେଁ। ଅର୍ଥନୈତିକ ଚଳଚଞ୍ଚଳତାରେ ପରିବର୍ତ୍ତନ ଅନେକ କାରକ ଉପରେ ନିର୍ଭର କରେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିକଟରେ ପ୍ରକାଶିତ ବାର୍ଷିକ ରିପୋର୍ଟ ଅନୁସାରେ ଖାଉଟି ଚାହିଦା ବୃଦ୍ଧି କରିବା ପାଇଁ ହେଲେ ବ୍ୟାଙ୍କିଙ୍ଗ୍‌ ଓ ଅଣ-ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ଅଭିବୃଦ୍ଧି ଆବଶ୍ୟକ। ତା’ ଛଡ଼ା ଭିତ୍ତିଭୂମି କ୍ଷେତ୍ରରେ ବ୍ୟୟବୃଦ୍ଧି ଏବଂ ଶ୍ରମ ଆଇନ ଓ ଟିକସ ଧାର୍ଯ୍ୟ ଉପରେ ରଚନାତ୍ମକ ସଂସ୍କାର ସହ ଅନ୍ୟାନ୍ୟ ଆଇନଗତ ସଂସ୍କାରର ଆବଶ୍ୟକତା ରହିଛି। ହାତରେ ଅଧିକ ଟଙ୍କା ରହିଲେ ଯେ ଲୋକମାନେ ତାକୁ ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରିବାରେ ବିନିଯୋଗ କରିବେ ତାହା ନୁହେଁ। ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ଲୋକମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଘଟେ। ସେମାନେ ହାତରେ ଟଙ୍କା ରଖି ମାପିଚୁପି ଖର୍ଚ୍ଚ କରିବାକୁ ଚାହାନ୍ତି। ଭବିଷ୍ୟତର ଆବଶ୍ୟକତାକୁ ନଜରରେ ରଖି ସେମାନେ ହିସାବ କରି ଖର୍ଚ୍ଚ କରନ୍ତି। ତଥାପି ବ୍ୟକ୍ତିଗତ ଆୟକର ସ୍ଲାବ୍‌ ହ୍ରାସ କରିବା ଏକ ଉତ୍ତମ ଅନୁବର୍ତ୍ତୀ (ଫଲୋ-ଅପ୍‌) ପଦକ୍ଷେପ ହେବ ଏବଂ ଆଗାମୀ ପାର୍ବଣ ଋତୁ ପରିପ୍ରେକ୍ଷୀରେ ଏହା ଲୋକଙ୍କୁ ଅଧିକ ଜିନିଷ କ୍ରୟ କରିବା ପାଇଁ ଉତ୍ସାହିତ କରିବ, ଯାହା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ତେବେ ବର୍ତ୍ତମାନ ସବୁଠୁ ବଡ଼ ଆବଶ୍ୟକତା ହେଉଛି ରଚନାତ୍ମକ ସଂସ୍କାର ଆଣି ଉତ୍ପାଦକତା ବୃଦ୍ଧି କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri