ଆଜିଠୁ ପ୍ରଣାମ ମହାନଦୀ କାର୍ଯ୍ୟକ୍ରମ

କଟକ ଅଫିସ, ୨୧।୭: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀର ନିର୍ମଳ ଓ ନିରନ୍ତର ପ୍ରବାହ ପାଇଁ ରବିବାର ପ୍ରଣାମ ମହାନଦୀ କାର୍ଯ୍ୟକ୍ରମ ଆରମ୍ଭ ହେବ। ସମୁଦ୍ର ବୁଡାଳି ସବିର ବକ୍ସ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ଯୋବ୍ରା ଘାଟରେ ସଫେଇ କରାଯିବ। ଏହି ଉପଲକ୍ଷେ ବିଶିଷ୍ଟ ଚିତ୍ରଶିଳ୍ପୀ ରବି ରଥ ଚିତ୍ର ଆଙ୍କିବେ ଓ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀଛାତ୍ରମାନେ ନଦୀ ସୁରକ୍ଷା ବାର୍ତ୍ତା ପ୍ରସାର କରିବେ। ଏହି କାର୍ଯ୍ୟକ୍ରମରେ ସିଏମସି କମିଶନର ଅନନ୍ୟା ଦାସ, ବିଧାୟକ ମହମ୍ମଦ ମୋକିମ, ଦେବୀ ପ୍ରସାଦ ମିଶ୍ର, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଅଭିନେତା ଶ୍ରୀତମ ଦାସ, ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଧୀର ରାଉତ, ପ୍ରବାସୀ ଓଡ଼ିଆ ପ୍ରଣବ ପ୍ରକାଶ ପାଣି, ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ବନଲତା ଦେବୀ, ବିଜୟ ପ୍ରଧାନ, ନୀରଦ ଖୁଣ୍ଟିଆ, ପ୍ରସନ୍ନ ବିଶୋଇ, ଦେବେନ୍ଦ୍ର ସୂତାର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।