ଆଜିଠୁ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ: ସ୍ବାଗତ କରୁଛି ଭୁବନେଶ୍ୱର

ଭୁବନେଶ୍ୱର,୬ା୬(ବ୍ୟୁରୋ): ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌, ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟ ଭଳି ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟର ଆୟୋଜନ କରି ଇତିହାସ ରଚିଥିବା ଓଡ଼ିଶା ଏବେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲର ଆୟୋଜକ ହୋଇଛି। ଓଡ଼ିଶାର କ୍ରୀଡ଼ା ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଏହା ୬ ତାରିଖ ଗୁରୁବାରଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୮ଟି ଟିମ୍‌ ଭୁବନେଶ୍ୱରରେ ପହଞ୍ଚତ୍ଥିବାବେଳେ ସେମାନଙ୍କ ରହଣି ଓ ଆତିଥ୍ୟ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ କିଛିଦିନ ତଳେ ବାତ୍ୟା ଫନୀରେ ବ୍ୟାପକ ଭାବେ କ୍ଷତିଗସ୍ତ ଭୁବନେଶ୍ୱର ଏହାମଧ୍ୟରେ ନିଜକୁ ସଜାଡ଼ି ପୁଣିଥରେ ସମଗ୍ର ବିଶ୍ୱରୁ କ୍ରୀଡାବିତ୍‌ ଓ ଦର୍ଶକମାନଙ୍କୁ ସ୍ବାଗତ କରୁଛି।
ମେ’ ୩ ପ୍ରଳୟଙ୍କରୀ ବାତ୍ୟାରେ କଳିଙ୍ଗ ଷ୍ଟାଡିୟମ୍‌ କ୍ଷତିଗସ୍ତ ହୋଇଥିଲା। ହେଲେ ମାସକ ମଧ୍ୟରେ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ ଭଳି ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ କରି ସମଗ୍ର ଦେଶ ପାଇଁ ଏବେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ସବୁଠାରୁ ବଡ଼କଥା ହେଲା ବାତ୍ୟାରେ ପୁରୀରେ ସର୍ବାଧିକ ୮୦୦ ହୋଟେଲ ଭାଙ୍ଗିରୁଜି ଯାଇଥିବା ବେଳେ ଭୁବନେଶ୍ୱର ଓ କଟକରେ ୨୦୦ ହୋଟେଲ ପ୍ରଭାବିତ ହୋଇଥିଲା। ହୋଟେଲ ସ୍ବସ୍ତି ପ୍ରିମିୟମ୍‌, ମେ’ ଫେୟାର, ଟ୍ରାଇଡେଣ୍ଟ୍‌, ସ୍ୟାଣ୍ଡିସ୍‌ ଟାଓ୍ବାର, ହୋଟେଲ କ୍ରାଉନ୍‌ ଭଳି ଭୁବନେଶ୍ୱରର ପ୍ରମୁଖ ତାରକା ହୋଟେଲଗୁଡ଼ିକ ବାତ୍ୟାରେ ବହୁଳଭାବେ କ୍ଷତିଗ୍ରସ୍ତ ହୋଇଥିଲା। ହୋଟେଲ ଶିଳ୍ପର ୫୦୦ କୋଟି ଟଙ୍କାର ଭିତ୍ତିଭୂମି କ୍ଷତିଗସ୍ତ ହୋଇଥିଲା। ଏଥିଯୋଗୁ ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ହେବାକୁ ଥିବା ମେଗା କନ୍‌ଫରେନ୍ସ, ବାହାଘର ତଥା ଡେଷ୍ଟିନେଶନ ଓ୍ବେଡିଂକୁ ମଧ୍ୟ ବାତିଲ କରାଯାଇଥିଲା। ଏଭଳି ସ୍ଥିତିରେ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲର କ୍ରୀଡାବିତ୍‌, ଅଫିସିଆଲ ଓ ଦେଶ ବିଦେଶରୁ ଆସିବାକୁ ଥିବା ଦର୍ଶକ ତଥା ପର୍ଯ୍ୟଟକଙ୍କ ରହଣି ପାଇଁ ବ୍ୟବସ୍ଥା କରିବା ଆୟୋଜକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ହେଲେ ଏଫ୍‌ଆଇଏଚ୍‌ ସିରିଜ ପାଇଁ ହୋଟଲ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ରହିଛି ବୋଲି ବାତ୍ୟାର ମାତ୍ର କିଛିଦିନ ମଧ୍ୟରେ ଦୃଢ଼ତାର ସହ କହିଥିଲା ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ)। ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ.କେ. ମହାନ୍ତି ଯାହା କହିଥିଲେ ତାହାର ବାସ୍ତବତା ଏବେ ଦେଖିବାକୁ ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ହୋଟେଲକୁ ସଜଡ଼ା ଯାଇ କ୍ରୀଡାବିତ୍‌ ଓ ସେମାନଙ୍କ ଅଫିସିଆଲମାନଙ୍କୁ ସ୍ବାଗତ କରାଯାଇଛି। ମେକ୍ସିକୋ, ୟୁଏସ୍‌ଏ, ଉଜ୍‌ବେକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ଜାପାନ ଓ ଆୟୋଜକ ଇଣ୍ଡିଆ ଟିମ୍‌କୁ ଆତିଥ୍ୟ ଯୋଗାଇଦେଇଛି ଭୁବନେଶ୍ୱର ହୋଟେଲ ଶିଳ୍ପ। ରହଣିରୁ ଆରମ୍ଭକରି ଖାଦ୍ୟପେୟ ପର୍ଯ୍ୟନ୍ତ, କେଉଁଥିରେ ଯେପରି କୌଣସି ପ୍ରକାର ଅସୁବିଧା ନହୁଏ ତାହାକୁ ନଜରରେ ରଖାଯାଇଛି। ସେମାନଙ୍କ ଦେଶର ଖାଦ୍ୟ ସହ ପାରମ୍ପରିକ ଓଡ଼ିଆ ଏବଂ ଭାରତୀୟ ଖାଦ୍ୟ ପରଷିବାର ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri