ଆଜିଠୁ ଉଡ଼ିବ କାର୍ଗୋ ବିମାନ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଶନିବାରଠାରୁ ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା। ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏକ ସ୍ବତନ୍ତ୍ର ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟସାମଗ୍ରୀ ଆଣି ଭୁବନେଶ୍ୱର ଆସିବ ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯିବ। ଅପରାହ୍ନ ୩ଟା ୩୦ରେ ରାୟପୁରରୁ ଉଡ଼ାଣ ଆରମ୍ଭ କରି ଏହି ବିମାନ ୪ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ ସନ୍ଧ୍ୟା ୫ଟା୨୦ରେ ଛାଡ଼ି ରାତି ୮ଟା୨୦ରେ ଦିଲ୍ଲୀରେ ପହଞ୍ଚିବ। ପରବର୍ତ୍ତୀ ସମୟରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବ କାର୍ଗୋ ବିମାନ। ଦେଶରେ ଲକ୍‌ଡାଉନ୍‌ ପାଇଁ ଗତ ୨୨ ତାରିଖରୁ ଅନ୍ୟ ବିମାନ ସେବା ବନ୍ଦ ରହିଛି।