ଆଜିଠୁ ଆରମ୍ଭ ହେବ କୋଭିଡ୍‌-୧୯ ହସ୍ପିଟାଲ

ଢେଙ୍କାନାଳ ଅଫିସ, ୧୨।୪-ଢେଙ୍କାନାଳ ବାଜିଚୌକସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମାବାରଠାରୁ କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୂର୍ବାହ୍ନ ୧୧ଟା ୧୫ରୁ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ପ୍ରଥମ ପର୍ଯ୍ୟାୟରେ ଏହାକୁ ୬୦ ଶଯ୍ୟା ବିଶିଷ୍ଟ କରାଯାଇଛି। ଆବଶ୍ୟକ ପଡ଼ିଲେ ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବ ବୋଲି ସିଡିଏମ୍‌ଓଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।