ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ

ବ୍ରହ୍ମଗିରି, ୧୮।୬(ଡି.ଏନ୍‌.ଏ.): ଯୁଗେ ଯୁଗେ ଭକ୍ତ ପାଇଁ ଭଗବାନ ବିଭିନ୍ନ ଅବତାର ନେଇ ଅନେକ ଲୀଳାଖେଳା କରିଛନ୍ତି। କେତେବେଳେ ରାମ ଅବତାରରେ ଶବରୀଠାରୁ ଅଇଁଠା ଖାଇ ଛନ୍ତି ତ ପୁଣି ଅହଲ୍ୟାଙ୍କୁ ପାଶାଣରୁ ମୁକ୍ତ କରିଛନ୍ତି। କେବେ ଦାରୁବ୍ରହ୍ମ ହୋଇ ଦାସିଆ ବାଉରି ହାତରୁ ନଡିଆ ନେଇଛନ୍ତି। ପୁଣି ଭକ୍ତ ସାଲବେଗ ପାଇଁ ନନ୍ଦିଘୋଷକୁ ଅଟକାଇ ରଖିଛନ୍ତି। ଲୀଳାମୟଙ୍କ ଏହି ଲୀଳା ମଧ୍ୟରୁ ଅଲାରନାଥ ରୂପ ମଧ୍ୟ ଆଉ ଏକ ଲୀଳା। ଭକ୍ତ ଲାଗି ମହାପ୍ରଭୁ ଜଗନ୍ନାଥ ୧୪ ଦିନ ପାଇଁ ଛୁଟିଆସନ୍ତି ଦ୍ୱିତୀୟ ଶ୍ରୀକ୍ଷେତ୍ର ବ୍ରହ୍ମଗିରି ପୀଠକୁ। ଅଣସର ୧୪ ଦିନ ପର୍ଯ୍ୟନ୍ତ ବ୍ରହ୍ମଗିରି ପାଲଟିଯାଏ ଭିନ୍ନ ଏକ ପୁଣ୍ୟପୀଠ, ଆରମ୍ଭ ହୁଏ ମହାପ୍ରଭୁଙ୍କ ଲୀଳାଖେଳା। ଏଠାକୁ ଛୁଟିଆସନ୍ତି ଅଗଣିତ ଭକ୍ତ, ଖୋଲିଯାଏ ଆନନ୍ଦବଜାର।
ଅନବସର ଅର୍ଥାତ ନ ଅବସର ବା ଅଣସର। ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀଜୀଉ ୧୦୮ ଗରା ଜଳରେ ମହାସ୍ନାନ ପରେ ୧୪ ଦିନ ଧରି ଜ୍ୱରରେ ପଡିଥାନ୍ତି। ଶ୍ରୀବିଗ୍ରହ ଭକ୍ତମାନଙ୍କୁ ଦର୍ଶନ ନ ଦେଇ ଗୁପ୍ତସେବା ପାଇଥାନ୍ତି। ଠାକୁରଙ୍କୁ ନ ପାଇ ଭକ୍ତମାନଙ୍କ ଏହି କଷ୍ଟକୁ ଲାଘବ କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ଅଲାରନାଥ ରୂପରେ ଦର୍ଶନ ଦେଇଥାନ୍ତି। ଏନେଇ ମଙ୍ଗଳବାରଠାରୁ ୧୪ ଦିନ ଧରି ବ୍ରହ୍ମଗିରିରେ ଚାଲିବ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ। ଏହି ସବୁଦିନ ଅଲାରନାଥ ପୀଠ ପାଲଟିଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର। ଅଲାରନାଥଙ୍କ ଦର୍ଶନ କରି ଭକ୍ତମାନେ ଜଗନ୍ନାଥ ଦର୍ଶନର ଫଳପ୍ରାପ୍ତି ପାଇଥାନ୍ତି। ଏହି ଅଣସର ସମୟରେ ଶ୍ରୀମନ୍ଦିର ସମ ମହାପ୍ରସାଦ ଅଲାରନାଥ ପୀଠରୁ ମିଳିଥାଏ। ଅଲାରନାଥଙ୍କ ପ୍ରିୟ ଭୋଗ ଖିରି ପ୍ରସାଦ ଆନନ୍ଦ ବଜାରରୁ ମିଳିଥାଏ।
ମହାପ୍ରଭୁ ଅଲାରନାଥଙ୍କ ପ୍ରିୟ ଭୋଗ ଖିରିକୁ ନେଇ କିମ୍ବଦନ୍ତୀ ଏବଂ କପିଳ ସଂହିତାରେ ଆଉ ଏକ ବର୍ଣ୍ଣନା ରହିଛି। ଉପନୟନ ଓ ମନ୍ତ୍ର ଶିଖି ନ ଥିବା ୫ ବର୍ଷର ବାଳକ ହାତରୁ ଖିରି ଖାଇ ଅଲାରନାଥ ନିଜେ ପ୍ରମାଣ କରିଦେଇଛନ୍ତି ଭକ୍ତ ମନରେ ଭାବ ଥିଲେ ମନ୍ତ୍ର ଉପଚାରର ଆବଶ୍ୟକତା ନାହିଁ। ଯୁଗେ ଯୁଗେ ଏହାର ପ୍ରମାଣ ଦେବା ପାଇଁ ଏବେ ବି ମହାପ୍ରଭୁଙ୍କ ଦେହରେ ଫୋଟକା ଦାଗ ରହିଛି। ଏହି ବ୍ରାହ୍ମଣ ପରିବାରର ନାମ ଅନୁଯାୟୀ ମହାପ୍ରଭୁ ଅଲାରନାଥ ହେବାର ପ୍ରମାଣ ଅଛି।
ଚୈତନ୍ୟ ଦେବଙ୍କୁ ନେଇ ରହିଥିବା କିମ୍ବଦନ୍ତୀ
ଭକ୍ତି ଆନ୍ଦୋଳନ ସମୟରେ ଶ୍ରୀଚୈତନ୍ୟ ତାଙ୍କ ଜୀବନର ଶେଷ ୧୮ ବର୍ଷ ପୁରୀରେ ଅବସ୍ଥାନ କରିଥିଲେ। ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଦେଖି ବିଭୋର ହୋଇଯାଇଥିଲେ। କିନ୍ତୁ ଏହା ପରଦିନ ଅଣସର ସମୟରେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ମ୍ରିୟମାଣ ହୋଇପଡ଼ିଥିଲେ। ସମୁଦ୍ର କୂଳେ କୂଳେ ଯାଉଥିବା ସମୟରେ ବ୍ରହ୍ମଗିରିସ୍ଥ ଅଲାରନାଥ ପୀଠରେ ପହଞ୍ଚତ୍ ନାରାୟଣ ମୂର୍ତ୍ତିକୁ ଦେଖି ଏତେ ବିଭୋର ହୋଇଯାଇଥିଲେ ଯେ, ସେଠାରେ ପଡ଼ିଥିବା ଏକ ପଥର ଉପରେ ପ୍ରଣିପାତ ହୋଇଥିଲେ। ଜଗନ୍ନାଥଙ୍କ ଦର୍ଶନ ନ ପାଇ ବିରହ ଜ୍ୱାଳାରେ ତାଙ୍କ ଶରୀର ଏତେ ଉତ୍ତପ୍ତ ହୋଇଯାଇଥିଲା ଯେ ଉକ୍ତ ପ୍ରସ୍ତର ଖଣ୍ଡକ ତାଙ୍କ ଶରୀର ଆକୃତି ଭଳି ତରଳି ଯାଇଥିଲା। ଏବେ ବି ଉକ୍ତ ପ୍ରସ୍ତର ଖଣ୍ଡିକ ସର୍ବାଙ୍ଗ ଶିଳା ଭାବେ ମନ୍ଦିର ପରିସରରେ ପୂଜା ପାଉଛି।

ଅଣସର ଦର୍ଶନ ନୀତିନିର୍ଘଣ୍ଟ

ମହାପ୍ରଭୁ ଅଲାରନାଥଙ୍କ ପୀଠରେ ଅଣସର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଏହାକୁ ସୁଚାରୁରୂପେ ସମ୍ପାଦନ ପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ସୋମବାର ମହାପ୍ରଭୁଙ୍କ ନୀତିନିର୍ଘଣ୍ଟ ପ୍ରକାଶ ପାଇଛି। ପ୍ରତ୍ୟେକ ଦିନ ଭୋର୍‌ ୪ଟାରୁ ମନ୍ଦିର ଦ୍ୱାରା ଫିଟାଯାଇ ରାତି ୧୨ଟାରେ ପହୁଡ଼ ପଡ଼ିବ। ଦିନକୁ ୪ ଥର ଠାକୁରଙ୍କ ସର୍ବସାଧାରଣ ଦର୍ଶନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ନୀତି ସମୟ
ଦ୍ୱାରଫିଟା ଭୋର୍‌ ୪ ଘଟିକା
ମଙ୍ଗଳ ଆଳତି ଭୋର୍‌ ୪ଟା ୧୫
ଅବକାଶ ଭୋର୍‌ ୪ଟା ୩୦
ତଡ଼ପ ଲାଗି ଭୋର୍‌ ୪ଟା ୪୦
ବେଶ ଭୋର୍‌ ୫ଟା
ଗୋପାଳ ବଲ୍ଳଭ ସକାଳ ୫ଟା ୩୦
ସର୍ବସାଧାରଣ ଦର୍ଶନ ସକାଳ ୬ ଟାରୁ ୧୧ଟା ୩୦
ମନ୍ଦିର ଶୋଧ ଦିବା ୧୧ଟା ୩୫
ସକାଳ ଧୂପ ମଧ୍ୟାହ୍ନ ୧୨ଟା
ମଧ୍ୟାହ୍ନ ଧୂପ ଅପରାହ୍ନ ୨ଟା
ପହୁଡ଼ ଅପରାହ୍ନ ୨ଟା ୩୦
ସର୍ବସାଧାରଣ ଦର୍ଶନ ଅପରାହ୍ନ ୨ଟା ୪୫ରୁ ୪ଟା
ଭଅଣ୍ଡ(ଭୋଗ) ଅପରାହ୍ନ ୪ଟା ୧୦
ସର୍ବସାଧାରଣ ଦର୍ଶନ ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୭ଟା
ସନ୍ଧ୍ୟା ଆଳତି ସନ୍ଧ୍ୟା ୭ଟା ୧୦ରୁ ୭ଟା ୪୦
ମଇଲମ ବେଶ ରାତ୍ର ୮ରୁ ୮ଟା ୩୦
ସର୍ବସାଧାରଣ ଦର୍ଶନ ରାତ୍ର ୮ଟା ୩୦ରୁ ୧୦ଟା
ସନ୍ଧ୍ୟାଧୂପ ରାତ୍ର ୧୦ଟାରୁ ୧୦ଟା ୩୦
ବଡ଼ସିଂହାର ବେଶ ଓ ଧୂପ ରାତ୍ର ୧୦ଟା ୫୦ରୁ ୧୧ଟା ୧୦
ପହୁଡ଼ ରାତ୍ର ୧୨ଟା


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri