ଆଜିଠାରୁ ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା

(ଉପେନ୍ଦ୍ର ରାଉତ)
ବଅଁରପାଳ, ୧୨।୧୧ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ଠାରେ ଥିବା ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲୋଭୀ। ତେଣୁ ମା’ଙ୍କ ଏହି ବାର୍ଷିକ ଯାତ୍ରା ପାଇଁ ଦୁଇ ଗଁା ବେଶ୍‌ ଚଳଚଞ୍ଚଳ ହୋଇପଡ଼ିଛି। ୪ ଦିନ ବା ୧୫ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହେବ। ହଜାର ହଜାର ଲୋକଙ୍କ ସମାଗମ ହେବାକୁ ଥିବାରୁ ଚଳିତବର୍ଷ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ମା’ ଲୋଭୀ କଳା ଚୁଡ଼ି, କଳା ଶାଢ଼ି ଓ କଜଳ ପରିଧାନ କରୁଥିବାରୁ ଏହି ଦୁଇ ଗ୍ରାମରେ କେହି କଳାବସ୍ତ୍ର ପିନ୍ଧନ୍ତି ନାହିଁ। ବର୍ଷ ବର୍ଷ ଧରି ଏହି ପରମ୍ପରାକୁ ଗ୍ରାମବାସୀ ପାଳନ କରିଆସିଛନ୍ତି। ପୂଜା ବିଧି ଅନୁସାରେ ଗଡ଼ସନ୍ତ୍ରୀ ଠାରେ ମା’ଙ୍କ ପୀଠସ୍ଥଳି ରହିଥିବାବେଳେ ତୁଳସୀପାଳ ଗ୍ରାମରେ ଦିଅଁ ଘର ରହିଛି। ଯାତ୍ରା ଦିନ ସକାଳେ ଆଲମ ଘରେ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ପୂର୍ବାହ୍ନରେ ଠାକୁରାଣୀଙ୍କୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ପୀଠସ୍ଥଳିକୁ ଅଣାଯିବ। ସେଠାରେ ମାଜଣା ପୂଜା ପରେ ବଡ଼ ପୂଜା ସମ୍ପନ୍ନ ହେବ। ମାନସିକ ପାଇଁ ବହୁ ଶ୍ରଦ୍ଧାଳୁ ପୀଠରେ ଅଧିଆ ପଡ଼ିବା ସହ ଶିଶୁଙ୍କ ମୁଣ୍ଡନ କାର୍ଯ୍ୟ କରିବେ। ରାତିରେ ମା’ଙ୍କ ମହାଦେଶ ତୁଳସୀପାଳରୁ ଗଡ଼ସନ୍ତ୍ରୀକୁ ଅଣାଯିବ। ଯାତ୍ରା ଅବସରରେ ମେଲୋଡି, ଭଜନ ସମାରୋହ, ଦଣ୍ଡନୃତ୍ୟ ପ୍ରତିଯୋଗିତା ସମେତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଏ ସମ୍ପର୍କରେ ଗଡ଼ସନ୍ତ୍ରୀ ସରପଞ୍ଚ ନର୍ମଦା ମାଝି, ତୁଳସୀପାଳ ସରପଞ୍ଚ ଲୋକନାଥ ସାହୁ, ଅଞ୍ଜଳି ଭୋଇ, ଦୁଃଖବନ୍ଧୁ ବିଶ୍ୱାଳ, ପତିତପାବନ ମାଝି, ଟ୍ରଷ୍ଟିବୋର୍ଡ ସଭାପତି ସୁନୀଳ ମାଝି କୁହନ୍ତି, ମା ଲୋଭୀ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ଯିଏ ଯେଉଁ ମାନସିକ କରନ୍ତି ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଆସିଛି। ମା’ ନିଜେ କଳାଚୂଡ଼ି ଓ କଳାଶାଢ଼ି ପରିଧାନ କରୁଥିବାରୁ ଉଭୟ ଗ୍ରାମର କୌଣସି ଲୋକ କେବେ ଏପରି ବସ୍ତ୍ର ବ୍ୟବହାର କରନ୍ତି ନାହିଁ। ଏଥିସହ ଯାତ୍ରା ୪ ଦିନ ଘରକୁ ଆସୁଥିବା ଅତିଥିମାନଙ୍କୁ ସତ୍କାର କରାଯାଏ ନାହିଁ। କାରଣ ଏହି ୪ ଦିନ ମା ଲୋଭୀ ହେଉଛନ୍ତି ଅତିଥି। ଏହି ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏକ ଅସ୍ଥାୟୀ ଫାଣ୍ଡି ସହ ୨ ପ୍ଲାଟୁନ୍‌ ଫୋର୍ସ, ୨ ଇନ୍ସପେକ୍ଟର, ୪ ସବ୍‌ଇନ୍ସପେକ୍ଟର, ୫ ଏଏସ୍‌ଆଇଙ୍କୁ ଦାୟିତ୍ୱରେ ରଖାଯାଇଛି। ଏହି ଯାତ୍ରାକୁ ଉଭୟ ଗ୍ରାମବାସୀ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri