Categories: ଜାତୀୟ

ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ପଥରମାଡ

ପାଟନା,୧୬।୧୨: ବିହାର ଲଖିସରାୟ ଜିଲାର ଆଜମେରରୁ ଆସୁଥିବା ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ସୋମବାର କିଛି ଦୁର୍ବୃତ୍ତ ପଥରମାଡ କରିଛନ୍ତି। କିଉଲ-ପାଟନା ରେଳଖଣ୍ଡର ମେକରା ହାଲ୍ଟ ନିକଟରେ କିଛି ଦୁର୍ବୃତ୍ତ ଟ୍ରେନ୍‌ ଉପରକୁ ପଥରମାଡ କରିଥିଲେ। ଏହି ଦୁର୍ଘଟଣାରେ ଏକ ବଗିର ଝରକା କାଚ ଭାଙ୍ଗିଯାଇଥିବା ବେଳେ ଏଥିରେ ଜଣେ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି। ତେବେ କିଏ ଏହି ପଥରମାଡ କରିଛି ସେନେଇ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Share