Categories: ଜାତୀୟ

ଆଜମଙ୍କ ଘର ଗେଟ୍‌ରେ ଲାଗିଛି ୮୦ରୁ ଊର୍ଦ୍ଧ୍ୱ ମାମଲାର ନୋଟିସ

ରାମପୁର,୨୪।୯: ଉତ୍ତରପ୍ରଦେଶ ରାମପୁରସ୍ଥିତ ସମାଜବାଦୀ ପାର୍ଟି(ଏସ୍‌ପି)ର ଏମ୍‌ପି ଆଜମ ଖାନଙ୍କ ବାସଭବନର ମୁଖ୍ୟ ଗେଟ ସମ୍ମୁଖରେ ୮୦ରୁ ଊର୍ଦ୍ଧ୍ୱ ମାମଲାରେ କୋର୍ଟଙ୍କ ନୋଟିସ ଲାଗିଥିବା ଦେଖିବାକୁ ମିଳିଛି। ଏହି ନୋଟିସ ଏତେ ମାତ୍ରାରେ ଲାଗିଛି ଯେ ତାଙ୍କ କବାଟ ସମ୍ପୂର୍ଣ୍ଣ ଘୋଡେଇ ହୋଇଯାଇଛି। ଜମି ଦୁର୍ନୀତି ଅଭିଯୋଗରେ ସୋମବାର ପୋଲିସ ତାଙ୍କ ଗେଟ୍‌ରେ ୨୭ଟି ନୋଟିସ ଲଗାଇଛି। ଆଉ ଏହି ନୋଟିସ ଆଜମଙ୍କ ସ୍ତ୍ରୀ ଫାତିମା ଓ ପୁଅ ଅବଦ୍ଦୁଲା ଆଜମଙ୍କ ନାଁରେ ରହିଥିବା ଜଣାପଡ଼ିଛି।

Share