ଆଙ୍କୋରଡ଼ା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୧.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ, ସରପଞ୍ଚ ଅଟକ

ଦିଗପହଣ୍ଡି,୧୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ. ୱାର୍ଡ ନୀଳାଦ୍ରି ବିହାରରେ ରହୁଥିବା ବିଜେଡି ନେତା ତଥା ଆଙ୍କୋରଡା ସରପଞ୍ଚ ଉସନ୍ତ କୁମାର ସାହୁଙ୍କ ୨ ମହଲା ବିଶିଷ୍ଟ ବାସଭବନରେ ବୁଧବାର ଭୋର ପ୍ରାୟ ୫ଟାରେ ବ୍ରହ୍ମପୁର ଭିଜିଲାନ୍ସ ଟିମ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ବାସଭବନରୁ ଏକ ବନ୍ଧୁକ, ୬ଟି ଗୁଳି, ସୁନା, ରୁପା ଅଳଙ୍କାର, ୪ଟି ବାସଗୃହ, ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ୩ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା, ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୪ଟି ପ୍ଲଟ, ୩୦ ଲକ୍ଷ ଟଙ୍କାର ୨ଟି ୪ ଚକିଆ ଗାଡ଼ି, ୨ଟି ବାଇକ୍‌, ଏଲ୍‌ଆଇସି ଓ ବିଭିନ୍ନ ବ୍ୟାଙ୍କରେ ଥିବା ଫିକ୍ସଡ ଡିପୋଜିଟ ନଥିପତ୍ର, ନଗଦ ୪୪ ହଜାର ୬୦୦ ଟଙ୍କା ଆଦି ପ୍ରାୟ ୧.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ କହିଛନ୍ତି ।
ସରପଞ୍ଚ ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ଜାରି କରାଯାଇଥିବା ତଲାସି ୱାରେଣ୍ଟକୁ ଭିତ୍ତିକରି ନଂ.୧/୧୯ରେ ମାମଲା ରୁଜୁ କରି ଏହି ଚଢ଼ାଉ କରାଯାଇଥିବା ବେଳେ ସରପଞ୍ଚଙ୍କୁ ଅଟକ ରଖାଯାଇଥିବା ଏସ୍‌ପି କହିଛନ୍ତି। ବ୍ରହ୍ମପୁର ଭିଜିଲାନ୍ସ ଡିଏସ୍‌ପି ଏସ୍‌ଏନ ପାଣିଗ୍ରାହୀ, ଇନ୍ସପେକ୍ଟର କୁମୁଦିନି ସାହୁ, ସୋମନାଥ ବାରିକ ପ୍ରମୁଖ ସରପଞ୍ଚଙ୍କ ନବରଙ୍ଗପୁର ଗ୍ରାମର ପୈତୃକ ଘର, ରାଜପୁରରେ ଥିବା ୧ ମହଲା ଘର, ଆଙ୍କୋରଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଆଦି ୬ ଜାଗାରେ ଚଢ଼ାଉ କରିଥିଲେ। ୨୦୦୭ରୁ ୨୦୧୨ ସମିତିସଭ୍ୟ ଥିବା ଉଷାନ୍ତଙ୍କ ସ୍ତ୍ରୀ ସୁକାନ୍ତ ସାହୁ ୨୦୧୨ରୁ ୨୦୧୭ ସରପଞ୍ଚ ଥିଲେ। ୨୦୧୭ରେ ଉଷାନ୍ତ ପୁଣିଥରେ ସରପଞ୍ଚ ଭାବେ ନିର୍ବାଚିତ ହୋଇ ଦିଗପହଣ୍ଡି ନିକଟ ନିମପଲ୍ଲୀ ସରକାରୀ ଦେଶୀମଦ ଭାଟିରେ ସେ ପ୍ରମୁଖ ଅଂଶୀଦାର ଥିବା ଭିଜିଲାନ୍ସ ଟିମର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ଆସିଲାଣି ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, କାକରରେ ଭିଜିବ ଓଡ଼ିଶା

ନୂଆଦିଲ୍ଲୀ,୧୭।୨: ଦେଶର ଅଧିକାଂଶ ସ୍ଥାନରେ ପାଗ ନିରନ୍ତର ପରିବର୍ତ୍ତନ ହେଉଛି। ଫେବୃଆରୀ ମାସ ମାର୍ଚ୍ଚ ମାସ ପରି ଅନୁଭବ ହେବା ଆରମ୍ଭ କରିଛି। ତାପମାତ୍ରାରେ ନିରନ୍ତର ବୃଦ୍ଧି…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ତିନି ଦିନିଆ ଗସ୍ତରେ ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି; ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାକ୍ରନ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ,୧୭।୨: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି (ଫେବୃଆରୀ ୧୭) ଅର୍ଥାତ୍‌ ମଙ୍ଗଳବାର ସକାଳେ ତିନି ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା…

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri