ଆଗୁଆ ନୂଆଁଖାଇ ପର୍ବ ପାଳନ: ଜୋରରେ ଚାଲିିଛି ପ୍ରସ୍ତୁତି ପର୍ବ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଅଧୀନ କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ପଥର୍ଲା ଗାଁରେ ଆଗୁଆ ନୂଆଁଖାଇ ପର୍ବ ପାଳନ କରାଯାଇଥାଏ। ଏଣୁ ପଥର୍ଲା ନୂଅଁାଖାଇକୁ ଆଉ ମାତ୍ର ଆଠ ଦିନ ବାକି ରହିଛି। ଏହି ଗାଁର ଲୋକେ ୩୦ ତାରିଖ ସପ୍ତପୁରୀ ଅମାବାସ୍ୟାରେ ଦେବଦେବୀଙ୍କଠାରେ ପୂଜାର୍ଚ୍ଚନା କରିବେ ଏବଂ ଉପବାସ ରହି ତା’ ପରଦିନ ପ୍ରତିପଦା ଶନିବାର ନୂଆଁଖାଇ ପର୍ବ ପାଳନ କରିବେ ବୋଲି ଗ୍ରାମବାସୀ କହିଛନ୍ତି। ଏ ନେଇ ପ୍ରସ୍ତୁତି ପର୍ବ ବହୁଜୋରରେ ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ, ଏହି ପର୍ବ କଳାହାଣ୍ଡି ଜିଲା ମଧ୍ୟରେ ୩ଟି ପର୍ଯ୍ୟାୟରେ ପାଳନ କରାଯାଇଥାଏ। ସେଥିମଧ୍ୟରେ ପଥର୍ଲା ଗାଁ ଜିଲା ମଧ୍ୟରେ ଆଗୁଆ ନୂଆଁଖାଇ ପର୍ବ ପାଳନ କରିଥାଏ।