ଆଗାମୀ ସାଧାରଣ ନିର୍ବାଚନରେ ନିଜ ଆସନ ବଞ୍ଚାଇ ପାରିବେ ନାହିଁ ଋଷି ସୁନକ!

ଲଣ୍ଡନ,୩୧।୩: ବର୍ଷର ଶେଷ ଛଅ ମାସରେ ବ୍ରିଟେନରେ ସାଧାରଣ ନିର୍ବାଚନ ହୋଇପାରେ। ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜେ ଏହା ସୂଚନା ଦେଇଛନ୍ତି। ଗତ କିଛି ମାସ ମଧ୍ୟରେ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ମେ’ରେ ନିର୍ବାଚନକୁ ଏଡ଼ାଇ ଦେଇଥିଲେ ଏବଂ ଚଳିତ ବର୍ଷ ଶେଷରେ ନିର୍ବାଚନ ହୋଇପାରେ ବୋଲି ସୂଚନା ଦେଇଥିଲେ। ସେପଟେ ଏକ ସର୍ଭେରେ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି। ଆସନ୍ତା ସାଧାରଣ ନିର୍ବାଚନରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଆସନ ମଧ୍ୟ ବିପଦରେ ଥିବା କୁହାଯାଇଛି।
ଏକ ଅଭିଯାନ ସଂଗଠନ ବେଷ୍ଟ ଫର ବ୍ରିଟେନ ସର୍ଭେ ପରେ କହିଛି ଯେ ଚଳିତ ବର୍ଷ ଶେଷରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଦେଶରେ ଶାସକ କଞ୍ଜରଭେଟିଭ ପାର୍ଟିକୁ ଏକ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡିପାରେ। କେବଳ ଏତିକି ନୁହେଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ଉତ୍ତର ୟାର୍କଶାୟାରର ଆସନକୁ ହୁଏତ ବଞ୍ଚାଇ ପାରିବେ ନାହିଁ। ବେଷ୍ଟ ଫର ବ୍ରିଟେନ ଏହି ସର୍ଭେ ପୂର୍ବରୁ ୧୫,୦୨୯ଲୋକଙ୍କ ମତ ନେଇଥିଲା। ଯାହା ଉପରେ ଆଧାର କରି ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ବିରୋଧୀ ଲେବର ପାର୍ଟିକୁ ୪୫ ପ୍ରତିଶତ ଭୋଟ ଅଂଶ ସହ ଶୀର୍ଷରେ ରହିଛି ଏବଂ କଞ୍ଜରଭେଟିଭ ତୁଳନାରେ ୧୯ ପଏଣ୍ଟ ଆଗୁଆ ରହିଛି। ସର୍ଭେ ଏହା ମଧ୍ୟ କହିଛି ଯେ ଆଗାମୀ ନିର୍ବାଚନରେ କଞ୍ଜରଭେଟିଭ ପାର୍ଟିର ଆଶା ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହା କୁହାଯାଉଛି ଯେ ସେମାନେ ଏଥର ୧୦୦ରୁ କମ ସିଟ ଜିତିଛନ୍ତି, ବିରୋଧୀ ଲେବର ପାର୍ଟି ଏଥିରୁ ଅନେକ ଲାଭ ପାଇବ। ଲେବର ପାର୍ଟି ଏଥର ୪୬୮ ଟି ସିଟ ଜିତିପାରେ।
ସର୍ଭେ ଅନୁଯାୟୀ, ଏଥର ୨୮ ଟି ସିଟିଂଥିବା କ୍ୟାବିନେଟ ସଦସ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ, ସେଥିମଧ୍ୟରୁ କେବଳ ୧୩ ଜଣ ପୁନଃ-ନିର୍ବାଚିତ ହେବେ। ଏହି ସର୍ଭେରେ ପୂର୍ବତନ ବ୍ରେକ୍ସିଟ ସଚିବ ତଥା ସୁନକଙ୍କର ଜଣେ ପ୍ରମୁଖ ସମାଲୋଚକ ଲର୍ଡ ଡେଭିଡ ଫ୍ରଷ୍ଟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ସର୍ବଶେଷ ସର୍ଭେ ତଥ୍ୟରୁ ଜଣାପଡିଛି ଯେ କଞ୍ଜରଭେଟିଭ ପାର୍ଟି ନିରାଶାର ସମ୍ମୁଖୀନ ହେଉଛି। ସେ କହିଛନ୍ତି ଯେ ସମୟ ସହିତ ମତଦାନ ଦିନକୁ ଦିନ ଖରାପ ହେବାରେ ଲାଗିଛି, ଯାହା ଭଲ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri