ଆଗନ୍ତୁକଙ୍କ ଉପରେ କଡ଼ା ନଜର

କୋମାକ୍ଷାନଗର, ୬।୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବାକୁ ସତର୍କ ହୋଇଉଠିଛି କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ। ସହରାଞ୍ଚଳକୁ ଆସୁଥିବା ଆଗନ୍ତୁକଙ୍କ ଉପରେ କଡ଼ା ନଜର ରଖାଯିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଉଛି। ଏ ନେଇ କାମାକ୍ଷାନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ପୂର୍ବାହ୍ନରେ କରୋନା ମୁକାବିଲା ନେଇ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କରୋନାକୁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଲାଗି ସମସ୍ତଙ୍କ ମତାମତ ଲୋଡ଼ା ଯାଇଥିଲା।
କରୋନା ସଂକ୍ରମିତ ଜିଲାରୁ ଉପଖଣ୍ଡକୁ ଆସୁଥିବା ବ୍ୟକ୍ତିଙ୍କୁ ନିଜ ଘରେ ରହିବାକୁ ଅନୁମତି ଦିଆଯିବନାହିଁ। ସେମାନଙ୍କୁ ପ୍ରଶାସନ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ଗୃହରେ ରଖାଯିବ। ଲୋକମାନେ ଯେପରି ସାମାଜିକ ଦୂରତା ରକ୍ଷା କରିବେ ସେଥିଲାଗି ପୋଲିସ ଦୃଢ଼ ପଦକ୍ଷେପ ନେବାକୁ ଉପଜିଲାପାଳ ପରାମର୍ଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ପାଖରେ ସାମଗ୍ରୀ ପହଞ୍ଚାଇବା, କାର୍ଡଧାରୀଙ୍କୁ ୧ ହଜାର ଟଙ୍କା ଯେପରି ସହଜରେ ମିଳିପାରିବ ସେଥିଲାଗି ସମନ୍ବୟ ରଖି କାର୍ଯ୍ୟ କରିବାକୁ ଉପଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସହରର ପରିମଳ ବ୍ୟବସ୍ଥା ସୁଧାରିବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ, ଥାନାଧିକାରୀ ଅଭିନବ ଡାଳୁଆ, ତହସିଲଦାର ସଞ୍ଜୟ ରାଉତ, ବିଡିଓ ବିକାଶ ମହାନ୍ତି, ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ, ରାଜସ୍ବ ଅଧିକାରୀ ମାନସ ଦଣ୍ଡପାଟ, ଉପଖଣ୍ଡ ଚିକିତ୍ସାଧିକାରୀ ଡା. ରତ୍ନାକର ସାମଲ, ଯୋଗାଣ ଅଧିକାରୀ ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri