ଆଗକୁ ବର୍ଷା ଋତୁ : ସରିନିି ରାସ୍ତା ମରାମତି

ବୋଲଗଡ଼,୩୧ା୫(ଡି.ଏନ.ଏ.)-ଆଗକୁ ବର୍ଷା ଋତୁ। ଜୁନ୍‌ ୩ୟ ସପ୍ତାହରେ ମୌସୁମୀ ଆସିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ବର୍ଷା ପୂର୍ବରୁ ବୋଲଗଡ଼ ବ୍ଲକ ଅଞ୍ଚଳରେ ରାସ୍ତା ମରାମତି କାର୍ଯ୍ୟ ସରିନି କିମ୍ବା ନୂତନ ଭାବେ ନିର୍ମିତ ୨ଟି ସେତୁର ଆପ୍ରୋଚ ରୋଡ କାର୍ଯ୍ୟ ମଧ୍ୟ ଶେଷ ହୋଇନି। ଏଥିଯୋଗୁ ଲୋକେ ବର୍ଷା ଦିନେ ଅସୁବିଧା ଭୋଗିବେ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ବୋଲଗଡ଼ଠାରୁ ଦଳାଇସାହି ରାସ୍ତା କାର୍ଯ୍ୟ ୨୦୧୬ ରୁ ଶେଷ ହୋଇଛି । ମାତ୍ର ଏହି ରାସ୍ତାର ଏକ ନାଳ ଉପରେ ନିର୍ମିତ ବ୍ରିଜର ଉଭୟ ପାଶର୍‌ବରେ ଆପ୍ରୋଚ ରୋଡ କାର୍ଯ୍ୟ ସରିନି। ଏହି ରାସ୍ତାଦେଇ କଳାଙ୍ଗ, ଫାସିଓଦା ଦଳାଇସାହି ପଞ୍ଚାୟତବାସୀ ବ୍ଲକ କାର୍ଯ୍ୟାଳୟକୁ ଆସିଥାନ୍ତି। ତେଣୁ ତୁରନ୍ତ ଆପ୍ରୋଚ ରୋଡଟିକୁ ପକ୍କା କରିବା ପାଇଁ ଲୋକେ ଦାବି କରିଛନ୍ତି। ସେହିପରି ବାଙ୍କୋଇଠାରୁ ବିନୋଦପଡ଼ା ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ରାସ୍ତାଟି ନିର୍ମାଣାଧୀନ ଅବସ୍ଥାରେ ରହିଛି । ଏହି ରାସ୍ତା କାର୍ଯ୍ୟ ଆରମ୍ଭ ପୂର୍ବରୁ ହଡାନଦୀଠାରେ ବିଜୁ ସେତୁ ନିର୍ମାଣ ହୋଇଛି । ଏଠାରେ ମଧ୍ୟ ରାସ୍ତାର ଅବସ୍ଥା ଭଲ ନୁହେଁ। ବିଜୁ ସେତୁର ଉଭୟ ପାର୍ଶ୍ୱରେ ଆପ୍ରୋଚ ରୋଡ଼ ନିର୍ମାଣ ହୋଇପାରିନି। ରାଜସୁନାଖଳାଠାରୁ ବାଙ୍କୋଇ ଦେଇ ଯାଇଥିବା ପୂର୍ତ୍ତ ରାସ୍ତାଟି ମଧ୍ୟ ଶୋଚନୀୟ ଅବସ୍ଥାରେ ରହିଛି। ଏହି ରାସ୍ତାଟି ଭାପୁର ବ୍ଲକ ଏବଂ ବାଙ୍କୀ ଅଞ୍ଚଳକୁ ରାଜସୁନାଖଳାଠାରେ ୫୭ନଂ ଜାତୀୟ ରାଜପଥକୁ ସଂଯୋଗ କରୁଛି। ଏଠାରେ ପ୍ରତ୍ୟହ ବଡକୁମାରୀ, ବାଙ୍କୋଇଦେଶ, ସାଗରଗଁା, ଆରିକମା, ପାଟପୁର ଶାସନ ଏବଂ ଧଳାପଥର ପଞ୍ଚାୟତବାସୀ ଯାତାୟାତ କରିଥାନ୍ତିି । ବଡକୁମାରୀ ହାଟବସ୍ତ ମଧ୍ୟବର୍ତ୍ତୀ ରାସ୍ତା କଦର୍ଯ୍ୟ ଅବସ୍ଥାରେ ଥିଲେ ମଧ୍ୟ ଏହାକୁ ମରାମତି କରାଯାଉନି। ଏବେଠାରୁ ରାସ୍ତାକାମ ଶେଷ ନ କଲେ ବର୍ଷାଦିନେ ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇ ଦୁର୍ଘଟଣାର କାରଣ ପାଲଟିବ। ତେଣୁ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ବର୍ଷାଦିନ ପୂର୍ବରୁ ରାସ୍ତା ମରାମତି, ଆପ୍ରୋଚ ରୋଡ଼ଗୁଡିର କାର୍ଯ୍ୟ ଶେଷ କରିବାକୁ ବିିଭିନ୍ନ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri