ଆଗକୁ ବଢ଼ିଲେ ଜବାବ ଦେବୁ: ପାକ୍‌

ଇସ୍‌ଲାମାବାଦ,୧୨ା୧(ପି.ଟି.): ଭାରତୀୟ ସେନା ପିଓକେ ଆଡ଼କୁ ଅଗ୍ରସର ହେଲେ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ ବୋଲି ପାକିସ୍ତାନ କହିଛି। ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରଓ୍ବଣେଙ୍କ ମନ୍ତବ୍ୟକୁ ନେଇ ପାକିସ୍ତାନ ଏହି ପ୍ରତିକ୍ରିୟା ଦେଇଛି। ସେଠାକାର ସେନାର ଇଣ୍ଟର-ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍ସ (ଆଇଏସ୍‌ପିଆର) ମହାନିର୍ଦ୍ଦେଶକ ମେଜର ଜେନେରାଲ ଆସିଫ୍‌ ଗଫୁର ଏକ ଟୁଇଟ୍‌ରେ କହିଛନ୍ତି, ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ସଂକ୍ରାନ୍ତ ଭାରତୀୟ ସେନାମୁଖ୍ୟଙ୍କ ମନ୍ତବ୍ୟ ନୂଆ କଥା ନୁହେଁ। ଭାରତରେ ଆଭ୍ୟନ୍ତରୀଣ ସଙ୍କଟ ଲାଗିରହିଥିବାବେଳେ ସେଥିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏପରି ମନ୍ତବ୍ୟ ଦିଆଯାଇଛି। ସୀମା ଲଂଘିଲେ ଜବାବ ଦେବା ପାଇଁ ପାକିସ୍ତାନୀ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇରହିଛି।

Share