ଆଗକୁ ଆସୁଛି ପର୍ବପର୍ବାଣି, ଡିସିପିଙ୍କ ବୈଠକ : ଅପରାଧୀଙ୍କୁ ଧରିବାକୁ କମିଶନ୍‌ରେଟ ପୋଲିସର ବ୍ଲ୍ୟୁ ପ୍ରିଣ୍ଟ

ଭୁବନେଶ୍ୱର,୨୩ା୮(ବ୍ୟୁରୋ) : ଆଗକୁ ଆସୁଛି ଗଣେଶ ପୂଜାଠାରୁ ଆରମ୍ଭ କରି ଦଶହରା ପର୍ଯ୍ୟନ୍ତ ପର୍ବପର୍ବାଣି। ତେଣୁ ରାଜଧାନୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ। ତେଣୁ କିଭଳି ଶାନ୍ତିଶୃଙ୍ଖଳାରେ ପର୍ବ ଶେଷ ହେବ ସେଥିଲାଗି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ପୌରୋହିତ୍ୟରେ ଏକ ବୈଠକ ଗୁରୁବାର ଅପରାହ୍ନରେ ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜୋନ୍‌ ଏସିପି ଓ ଥାନା ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବିଶେଷକରି ପୂଜା ପାର୍ବଣରେ ରାଜ୍ୟ ବାହାରର ଅପରାଧୀ ସହ ଅନ୍ୟ ଜିଲାର ଅପରାଧୀମାନେ ଭୁବନେଶ୍ୱର ଆସିବେ। ତେଣୁ କିଭଳି ଏହିସବୁ ଅପରାଧୀଙ୍କୁ ପୂଜା ପୂର୍ବରୁ ଗିରଫ କରାଯିବ ସେନେଇ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ପ୍ରତି ଥାନା ଅଞ୍ଚଳରେ ରହୁଥିବା ପେସାଦାର ଆପରାଧିକଙ୍କ ତାଲିକା ବାହାରି କରି ସେମାନଙ୍କୁ ଗିରଫ କରିବାକୁ ଥାନା ଅଧିକାରୀମାନଙ୍କୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଥାନାଗୁଡିକରେ ପଡି ରହିଥିବା ମାମଲାକୁ କ୍ଲୋଜ୍‌ କରିବା ସହ ଏହିସବୁ ମାମଲାରେ ଫେରାର ଥିବା ଅପରାଧୀଙ୍କୁ ଗିରଫ କରିବାକୁ କୁହାଯାଇଛି। ସ୍ପେଶାଲ ସ୍କ୍ବାଡ ଏବଂ କ୍ୟୁଏଟିକୁ ଅଧିକ ସଜାଗ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ପୋଲିସ ରବି ରାଓ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରି ଜେଲ ପଠାଇଛନ୍ତି। ହେଲେ ଏହି ଗ୍ୟାଙ୍ଗରେ ଆଉ କେତେଜଣ ରହି ଯାଇଛନ୍ତି। ସେମାନଙ୍କ ଉପରେ ନଜର ରଖିବା ସହ ସେମାନେ କୌଣସି ଅପରାଧ ଘଟାଇବା ପୂର୍ବରୁ ଗିରଫ କରିବାକୁ ବୈଠକରେ ଡିସିପି କହିଛନ୍ତି। ପୂଜାରେ ଅନେକ ଗୋଷ୍ଠୀ କନ୍ଦଳ ଓ ଗଣ୍ଡଗୋଳ ହେବାର ଆଶଙ୍କା ରହିଛି। ତେଣୁ ପୋଲିସ କିଭଳି ନିଜର କାର୍ଯ୍ୟ କରିବା ସହ ଗଣ୍ଡଗୋଳ ହେବା ପୂର୍ବରୁ ଗଣ୍ଡଗୋଳକାରୀଙ୍କୁ ଗିରଫ କରିବ ସେ ନେଇ ମଧ୍ୟ କୁହାଯାଇଛି। ପୂଜା ପାଇଁ ଯଦି କୌଣସି ମଣ୍ଡପ ଓ କ୍ଲବ ଜୋରଜବରଦସ୍ତ ଚାନ୍ଦା ମାଗନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ପୂଜାରେ କିଭଳି ଲାଇସେନ୍ସ ଦିଆଯିବ, ବିଳମ୍ବିତ ରାତିରେ ଯଦି କୌଣସି ଅନୁଷ୍ଠାନ ମ୍ୟୁଜିକ୍‌ ବଜାଇବେ ସେମାନଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ। ଏହାସହ ରାଜଧାନୀରେ ଥିବା ପୂଜା ମଣ୍ଡପଗୁଡିକର ମୁରବୀମାନଙ୍କୁ ନେଇ ଆଲୋଚନା କରିବା ସହ ସେମାନଙ୍କ ସହ ନିୟମିତ ସମ୍ପର୍କ ରଖି ପଦକ୍ଷେପ ନେବାକୁ କୁହାଯାଇଛି। ଏଥିସହ ଗୁଇନ୍ଦା ପୋଲିସକୁ ରାଜ୍ୟ ବାହାର ଅପରାଧୀଙ୍କ ଉପରେ ନଜର ରଖିବ। ଅନ୍ୟ ଜିଲାର ଏସ୍‌ପିଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ କୁହାଯାଇଛି। ରାଜ୍ୟ ବାହାର କେଉଁ ପେସାଦାର ଅପରାଧୀ ଜେଲରୁ ବାହାରିଛନ୍ତି ସେମାନେ ଜେଲରୁ ବାହାରିବା ପରେ କୁଆଡେ ଯାଉଛନ୍ତି ସେନେଇ ମଧ୍ୟ ନଜର ରଖାଯିବ। ଫଳରେ ଅନ୍ୟ ଜିଲାରୁ ରାଜଧାନୀକୁ ଆସୁଥିବା ଅପରାଧୀଙ୍କୁ କିଛି ଘଟଣା ଘଟାଇବା ପୂର୍ବରୁ ଗିରଫ କରାଯିବ। ସହରରେ ଏବେ କିଛି ଛୋଟ ଅପରାଧୀ ଗ୍ୟାଙ୍ଗ୍‌ ରହିଛନ୍ତି। ସେମାନଙ୍କୁ ମଧ୍ୟ ଗିରଫ କରାଯିବାକୁ କୁହାଯାଇଛି। ବିଶେଷକରି କେଉଁ ଥାନା ଅଞ୍ଚଳରେ କିଭଳି ଅପରାଧ ଘଟୁଛି ସେନେଇ ଡିସିପି ଥାନା ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏପରିକି ଏହିସବୁ ଅପରାଧକୁ କିଭଳି ନିୟନ୍ତ୍ରଣ କରିହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ପାର୍ବଣ ଋତୁକୁ ନଜରରେ ଥିବା ଅପରାଧୀ ନିୟନ୍ତ୍ରଣ ପାଇଁ ବୈଠକରେ ଆଲୋଚନା ହୋଇଛି।
ଏହାସହ ନିକଟରେ ନୂଆ ପୋଲିସ କମିଶନର ନିୟୁକ୍ତ ହୋଇଛନ୍ତି। ତାଙ୍କ ଆଭିମୁଖ୍ୟ କ’ଣ ରହିବ ସେନେଇ ମଧ୍ୟ ଏଥିରେ ପ୍ରମୁଖ ବିଷୟ ହୋଇଥିଲା। ସେ କେଉଁ ପ୍ରକାର ଷ୍ଟାଷ୍ଟେଜି ଆପଣାଇଛନ୍ତି ସେହି ଅନୁଯାୟୀ କାର୍ଯ୍ୟ କରିବାକୁ ଏସିପି ଏବଂ ଥାନା ଅଧିକାରୀମାନଙ୍କୁ କୁହାଯାଇଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକାଧିକ ଥାନା ପରିଦର୍ଶନରେ ଯାଉଛନ୍ତି। ଦାୟିତ୍ୱ ନେବା ପରେ ବୁଧବାର ରାତିରେ ସେ ନୟାପଲ୍ଲୀ ଥାନା ଯାଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ସିପି ଷଡଙ୍ଗୀ ଖଣ୍ଡଗିରି ଥାନା ପରିଦର୍ଶନ କରିଥିଲେ। ତେଣୁ ସିପିଙ୍କ ଏଭଳି ଥାନା ପରିଦର୍ଶନ ପାଇଁ ଥାନା ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି। ଏ ନେଇ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି, ବୈଠକ ଅଫିସିଆଲି ହୋଇଥିଲା। ଏଥିରେ ଅପରାଧ ନିୟନ୍ତ୍ରଣ ଓ ଅନ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri