ଆଖୁବାଡ଼ିରେ ନିଆଁ ଲଗାଇବା ସମୟରେ ଜୀବନ୍ତ ଦଗ୍ଧ

ବସ୍ତା,୫।୮(ସ୍ବ.ପ୍ର) : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଗିଲାଜୋଡ଼ି ଗ୍ରାମରେ ସୋମବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ଗ୍ରାମର କାଳୀଚରଣ ଜେନା(୬୭) ନିଜ ଆଖୁବାଡ଼ିକୁ ଯାଇ ଅମଳ ପରେ ଥିବା ଆଖୁପାଳରେ ନିଆଁ ଲଗାଇ ଦେଇଥିଲେ। ହଠାତ୍‌ ଚାରିଆଡ଼େ ନିଆଁ ବ୍ୟାପି ଯିବାରୁ ସେ ଆଖୁ କ୍ଷେତରୁ ବାହାରି ପାରି ନ ଥିଲେ ା ଫଳରେ ସେଠାରେ ସେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି।