Posted inଖେଳ

ଆଖି ହରାଇବା ପରେ ସାମ୍‌ଙ୍କ ଅଲିମ୍ପିକ ଖେଳିବା ଲକ୍ଷ୍ୟ

ଲଣ୍ଡନ, ୨୬।୧୧- ହକିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଛି ବୋଲି ନିକଟରେ ବଲ୍‌ ବାଜି ବାମଆଖି ହରାଇଥିବା ଗ୍ରେଟ୍‌ ବ୍ରିଟେନ ଓ ଇଂଲଣ୍ଡ ହକି ଖେଳାଳି ସାମ୍‌ ଓ୍ବାର୍ଡ କହିଛନ୍ତି। ୨୮ ବର୍ଷୀୟ ସାମ୍‌ ଗତ ନଭେମ୍ବର ୩ରେ ମାଲେସିଆ ବିପକ୍ଷ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳୁଥିବାବେଳେ ଏହି ଅଘଟଣ ଘଟିଥିଲା। ମ୍ୟାଚ୍‌ ଅବସରରେ ଏକ ବଲ ତାଙ୍କ ବାମଆଖି ପାର୍ଶ୍ୱରେ ମାଡ଼ ହୋଇଥିଲା। ଏହି ମ୍ୟାଚ୍‌ରେ ଗ୍ରେଟ୍‌ ବ୍ରିଟେନ ବିଜୟୀ ହୋଇଥିବାବେଳେ ସାମ୍‌ ୨ଟି ଗୋଲସ୍କୋର କରି ମୁଖ୍ୟ ନାୟକ ସାଜିଥିଲେ। ଏଥିସହ ଗ୍ରେଟ୍‌ ବ୍ରିଟେନ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିଲା। ତେବେ ଏହି ଘଟଣାରେ ସାମ୍‌ଙ୍କ ରେଟିନାରେ ଗୁରୁତର ଆଘାତ ଲାଗିବା ସହ ବାମଆଖି ହରାଇଥିଲେ। ସେହିଭଳି ମୁହଁର କିଛି ହାଡ଼ ମଧ୍ୟ ଭାଙ୍ଗି ଯାଇଥିଲା।
କିଛି ସପ୍ତାହ ହେବ ମୁଁ ୩ଜଣ ଆଖି ବିଶେଷଜ୍ଞଙ୍କ ନିକଟରୁ ପରାମର୍ଶ ପାଇଛି। ମୋ ବାମଆଖିର ରେଟିନା ନଷ୍ଟ ହୋଇଯାଇଛି। ଏହି କ୍ଷତି ଆଶିଂକଭାବେ ଅପୂରଣୀୟ ବୋଲି ସେମାନେ କହିଛନ୍ତି। ମୋର କିଛି ଦୃଷ୍ଟିଶକ୍ତି ଫେରିପାରେ କିନ୍ତୁ ଏହା ବିଳମ୍ବିତ ପ୍ରକ୍ରିୟା। ଅନ୍ତର୍ଜାତୀୟ ହକିକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଏହା ମୋ ପାଇଁ ପର୍ଯ୍ୟାପ୍ତ ହେବ କି ନାହିଁ ଜାଣିନି। କେବଳ ସମୟ ହିଁ ସବୁକିଛି କହିବ’ ବୋଲି ସାମ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସମସ୍ତେ ଜାଣିଛନ୍ତି ମୁଁ ସହଜରେ ମାନେ ନାହିଁ। ଟୋକିଓ ଅଲିମ୍ପିକକୁ ଚୟନ ପାଇଁ ନିଜକୁ ଉପଲବ୍ଧ ରଖିବାକୁ ଚାହେଁ ଏହି ଗ୍ରେଟ୍‌ ବ୍ରିଟେନ ହକି ତାରକା କହିଛନ୍ତି। ‘ସାମ୍‌ ଗୁରୁତର ଆଘାତର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବା ସହ ସର୍ବଶ୍ରେଷ୍ଠ ଚିକିତ୍ସା ଯୋଗାଇଦେବା ପାଇଁ ଫୋକସ୍‌ ରଖିଛୁ। ଏହି କଠିନ ସମୟରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ତାଙ୍କର ଶୁଭକାମନା କରୁଛନ୍ତି’ ବୋଲି ଟ୍ରେଟ୍‌ ବ୍ରିଟେନ ହକି ପରଫର୍‌ମାନ୍ସ ଡିରେକ୍ଟର ଏଡ୍‌ ବାର୍ନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri