Categories: ଫୁରସତ

ଆଖିକୁ ଭଲ ନ ଦିଶିବା ସତ୍ତ୍ୱେ ୭ ଘଣ୍ଟାରେ ଚଢ଼ିଲେ ୪୫୦ ଫୁଟ ଉଚ୍ଚର ପାହାଡ଼

ଏଡିନ୍‌ବର୍ଗ: ମନରେ ଦୃଢ଼ ଇଚ୍ଛାଶକ୍ତି ଆଉ ବିଶ୍ୱାସ ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବ୍ରିଟେନ୍‌ର ଜେସି ଡଫ୍ଟନ। ଯାହାଙ୍କ ଆଖିକୁ ଭଲ ଦିଶେ ନାହିଁ। କହିବାକୁ ଗଲେ ତାଙ୍କର ଆଖିକୁ ମାତ୍ର ୧ ପ୍ରତିଶତ ଦେଖାଯାଏ। ଏହା ସତ୍ତ୍ୱେ ସେ ସ୍କଟ୍‌ଲାଣ୍ଡ୍‌ର ‘ଓଲ୍‌ଡ ମ୍ୟାନ୍‌ ଅଫ୍‌ ହାଇ’ପାହାଡ଼ ଚଢ଼ି ରେକର୍ଡ ସୃଷ୍ଟି କରିଛନ୍ତି। ୭ ଘଣ୍ଟାରେ ୪୫୦ ଫୁଟ ଉଚ୍ଚର ପାହାଡ଼ ଚଢ଼ିବା ପୂରା କରିଛନ୍ତି ଜେସି। ତାଙ୍କୁ ଆଖିକୁ ଭଲ ଦିଶୁ ନ ଥିବାରୁ ଏହି ପାହାଡ଼ ଚଢ଼ାରେ ତାଙ୍କ ଭାବି ସ୍ତ୍ରୀ ଥମ୍ପ୍‌ସନ୍‌ ହେଡ୍‌ସେଟ୍‌ରେ ଭଏସ୍‌ ଦେବାରେ ସାହାଯ୍ୟ କରିଛନ୍ତି।


ଜେସି ଏବଂ ଥମ୍ପ୍‌ସନ୍‌ ୨୦୦୪ ମସିହାରୁ ସାଥୀ ହୋଇ ପାହାଡ଼ ଚଢୁଛନ୍ତି। ସ୍କଟ୍‌ଲାଣ୍ଡ୍‌ର ଏହି ପାହାଡ଼ ଉତ୍ତର ଦିଗରେ ରହିଛି। ଜେସି କୁହନ୍ତି, ଏହି ପାହାଡ଼ ରିମୋଟ୍‌ ଏରିଆ ମଧ୍ୟରେ ହୋଇଥିବାରୁ ଚଢ଼ିବାରେ ବହୁ ଅସୁବିଧା ଦେଖାଦେଇଥିଲା।

ଏହା ସମୁଦ୍ର କୂଳରେ ଅବସ୍ଥିତ ଥିବାରୁ ଏହି ସ୍ଥାନକୁ ସେ ବାଛିଥିବା କହିଛନ୍ତି। ସେ ଏତେ ଉଚ୍ଚର ପାହାଡ଼ ଦେଖି ଭାବୁଥିଲେ ଏହାକୁ କେମିତି ଚଢ଼ିବି ଆଉ କେତେ ସମୟରେ ପୂରା କରିବି। ଶେଷରେ ସେ ତାଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚି ଥିବାରୁ ବହୁ ଖୁସି ବ୍ୟକ୍ତ କରିଛନ୍ତି।

Share