ଆଖଡା ଆରମ୍ଭ

ଇତିମଧ୍ୟରେ ପୁରୁଣା ଯାତ୍ରାବର୍ଷର ପରିସମାପ୍ତି ଘଟିଛି। ଆରମ୍ଭ ହୋଇଛି ନୂଆ ଯାତ୍ରାବର୍ଷ। ପ୍ରତ୍ୟେକ ପାର୍ଟି ପକ୍ଷରୁ ଆରମ୍ଭ ହୋଇଯାଇଛି ନୂଆ ଯାତ୍ରା ସିଜନ୍‌ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି। ଓଡ଼ିଶାର ପ୍ରମୁଖ ଯାତ୍ରାନୁଷ୍ଠାନ ସତ୍ୟ ଜେନାଙ୍କ ରଙ୍ଗର ମହଲ ‘ରଙ୍ଗମହଲ’ ମଧ୍ୟ ପଛରେ ପଡ଼ିନାହିଁ। ନୂଆ ସିଜନ୍‌ ଆରମ୍ଭର ବହୁପୂର୍ବରୁ ନିଜର ରଣନୀତି ଧାର୍ଯ୍ୟ କରିସାରିଛି ଏହି ଅନୁଷ୍ଠାନ। ଆରମ୍ଭ ହୋଇଛି ଅନୁଷ୍ଠାନର ଆଖଡ଼ା ପୂଜା। ଭୁବନେଶ୍ୱରର ଜାଗମରାସ୍ଥିତ ନୀଳାଦ୍ରି ନଗରଠାରେ ସତ୍ୟଜେନା ତାଙ୍କର ଆଖଡ଼ାଶାଳ କରିଛନ୍ତି, ଯେଉଁଠି କଳାକାର, ଟେକ୍ନିସିଆନ୍‌ଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକ ତଥା ଲେଖକ ଆସି ଏକତ୍ରିତ ହୋଇଛନ୍ତି। ଯାତ୍ରା ରଙ୍ଗମହଲକୁ ରଙ୍ଗିନ କରିବା ପାଇଁ ଏଥର ଯେଉଁମାନଙ୍କୁ ଦଳରେ ସାମିଲ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି କିଙ୍ଗଷ୍ଟାର ସୁବାସ ବେହେରା, ଟାହିଆ, ଦୀପୁ, ଗୁନୁ, ମାମା (କ), ମାମା (ଖ), ବେବି ମିଶ୍ର, କ୍ରିଷ୍ଣା, ବାସୁ ମହାନ୍ତି, ରମା, ପ୍ରମୋଦ, ମାନସୀ ଦଳେଇ, ମନୋଜ ବରାଳ, ଭରତ, ଗୁରୁ, ସୋନୁ ପ୍ରମୁଖ। ସୁବାସ, ଟାହିଆ, ଦୀପୁଙ୍କୁ ନେଇ ଦଳର ନାୟକ ବିଭାଗଟିକୁ ମଜଭୁତ କରାଯାଇଛି। ତେବେ ଟାହିଆଙ୍କୁ ଆବଶ୍ୟକ ସ୍ଥଳେ ଖଳ ଭୂମିକା ଦିଆଯାଇପାରେ। ମାନସୀ ଦଳେଇ, ଦୁଇଜଣ ମାମା, ଗାୟିକା ତଥା ଅଭିନେତ୍ରୀ କ୍ରିଷ୍ଣା, ନବାଗତା ବେବି ମିଶ୍ର ଆଦିଙ୍କୁ ନେଇ ଅନୁଷ୍ଠାନର ନାରୀ ବିଭାଗଟି ବେଶ୍‌ ସୁନ୍ଦର। ସ୍ବତନ୍ତ୍ର ଖଳନାୟକ ଭାବରେ ଥିଏଟର ଆର୍ଟିଷ୍ଟ ମନୋଜଙ୍କୁ ନିଆଯାଇଥିଲେ ମଧ୍ୟ ହୁଏତ ଦଳ ତାଙ୍କୁ ଆବଶ୍ୟକସ୍ଥଳେ ଚରିତ୍ର ଭୂମିକାକୁ ଆଣିପାରେ। ଅଭିଜ୍ଞ କଳାକାର ବାସୁ ମହାନ୍ତି, ରମା, ପ୍ରମୋଦଙ୍କୁ ନେଇ ଫାଦର ବିଭାଗଟି ବି କିଛି କମ୍‌ ଆକର୍ଷଣୀୟ ନୁହେଁ। ଏଥର ରଙ୍ଗମହଲର ପୁରୁଷ କମେଡ଼ି ବିଭାଗର ମଙ୍ଗ ଧରିବେ ଭରତ ଓ ନବାଗତ ଗୁରୁ ପୃଷ୍ଟି। ତାଙ୍କ ସହିତ ସାମିଲ୍‌ ହେବେ ଗାୟିକା କ୍ରିଷ୍ଣା ଓ ସୋନୁ। ଅନୁଷ୍ଠାନର ସଙ୍ଗୀତ ବିଭାଗର ଦାୟିତ୍ୱ ନେବେ ଉପେନ୍ଦ୍ର, ମିଲି, ଓମ୍‌, କ୍ରିଷ୍ଣା, କିରନ୍‌ କୁମାର। ନୃତ୍ୟ ବିଭାଗର ଦାୟିତ୍ୱ ନେଉଛନ୍ତି ହିରଣ୍ୟ। ମ୍ୟୁଜିକ୍‌ ବିଭାଗ ପାଇଁ ମଧ୍ୟ ବଛାବଛା କଳାକାରଙ୍କୁ ଚୟନ କରିଛି ରଙ୍ଗମହଲ। ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀକାନ୍ତ (ଅର୍ଗାନ୍‌), ଗୋପି ଓ ବବୁଲ (ରିଦମ୍‌), ବଳିଆ (ଅକ୍ଟୋପ୍ୟାଡ୍‌), ଅକ୍ଷୟ (ଭାୟୋଲିନ୍‌)। ୨୦୧୯-୨୦ ପାଇଁ ପ୍ରସ୍ତୁତି ସମ୍ପର୍କରେ ରଙ୍ଗମହଲର ପ୍ରୋପ୍ରାଇଟର ସତ୍ୟ ଜେନା କହନ୍ତି : ଏଥର ମୁଁ ସ୍ବତନ୍ତ୍ର ଭାବରେ ମୋ ଅନୁଷ୍ଠାନକୁ ପ୍ରସ୍ତୁତ କରିଛି। ସବୁଠୁ ବଡ଼କଥା ସାତଆଠ ମାସ ପୂର୍ବରୁ ନାଟକ କଥା ଚିନ୍ତା କରିଛି। ନାଟ୍ୟକାର, ନିର୍ଦ୍ଦେଶକଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରିଛି। ମୋ ଦର୍ଶକମାନଙ୍କୁ କିଛି ଭଲ ନାଟକ ଦେବା ହେଉଛି ମୋର ପ୍ରଥମ ଲକ୍ଷ୍ୟ। ମୁଁ ଏଥର ବ୍ୟାନର ଉପରେ ଗୁରୁତ୍ୱ ଦେଇନି ସତ; ହେଲେ ପୋଖତ ଅଭିନୟର ଦକ୍ଷତା ରଖିଥିବା କଳାକାରମାନଙ୍କୁ ଦଳରେ ସାମିଲ କରିଛି। ପ୍ରଥମଥର ପାଇଁ ଯାତ୍ରା ନାଟକର ପ୍ରମୋ କରାଇ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛି; ଯାହାକୁ ଦର୍ଶକମାନେ ଗ୍ରହଣ କରିଛନ୍ତି। ଏବେ ତ ଆରମ୍ଭ ହୋଇଗଲା ନୂଆ ଯାତ୍ରାଋତୁ। ମୁଁ ମୋ ଦର୍ଶକ ଭଗବାନଙ୍କୁ ନିରାଶ କରିବି ନାହିଁ ବୋଲି ସବୁପ୍ରକାର ଯୋଜନା କରିଛି। ବାକି ସବୁ ମୋ ଆରାଧ୍ୟ ସାଇବାବାଙ୍କ ଇଚ୍ଛା। ଯଦି ତାଙ୍କର ଇଚ୍ଛା ଆଉ ଆଶୀର୍ବାଦ ଥାଏ ତା’ହେଲେ ସବୁକିଛି ଠିକ୍‌ଠାକ୍‌ ଚାଲିବ। ସୂଚନାଯୋଗ୍ୟ ଯେ, ଏଥର ଚାରିଗୋଟି ନୂଆ ନାଟକକୁ ନେଇ ମୈଦାନକୁ ଓହ୍ଲେଇବ ରଙ୍ଗମହଲ। ସେଥିମଧ୍ୟରେ ରହିଛି ‘ମଁୁ ସେଇ ଭଦ୍ରକିଆ ଟୋକା’, ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’, ‘ମୁଁ ବଡ଼ଦାଣ୍ଡ ଭିକାରି’ ଏବଂ ‘ସ୍ବାମୀ ମରିଗଲେ କାନ୍ଦିବି ନାହିଁ’।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri