ଆଖଡା ଆରମ୍ଭ

ଇତିମଧ୍ୟରେ ପୁରୁଣା ଯାତ୍ରାବର୍ଷର ପରିସମାପ୍ତି ଘଟିଛି। ଆରମ୍ଭ ହୋଇଛି ନୂଆ ଯାତ୍ରାବର୍ଷ। ପ୍ରତ୍ୟେକ ପାର୍ଟି ପକ୍ଷରୁ ଆରମ୍ଭ ହୋଇଯାଇଛି ନୂଆ ଯାତ୍ରା ସିଜନ୍‌ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି। ଓଡ଼ିଶାର ପ୍ରମୁଖ ଯାତ୍ରାନୁଷ୍ଠାନ ସତ୍ୟ ଜେନାଙ୍କ ରଙ୍ଗର ମହଲ ‘ରଙ୍ଗମହଲ’ ମଧ୍ୟ ପଛରେ ପଡ଼ିନାହିଁ। ନୂଆ ସିଜନ୍‌ ଆରମ୍ଭର ବହୁପୂର୍ବରୁ ନିଜର ରଣନୀତି ଧାର୍ଯ୍ୟ କରିସାରିଛି ଏହି ଅନୁଷ୍ଠାନ। ଆରମ୍ଭ ହୋଇଛି ଅନୁଷ୍ଠାନର ଆଖଡ଼ା ପୂଜା। ଭୁବନେଶ୍ୱରର ଜାଗମରାସ୍ଥିତ ନୀଳାଦ୍ରି ନଗରଠାରେ ସତ୍ୟଜେନା ତାଙ୍କର ଆଖଡ଼ାଶାଳ କରିଛନ୍ତି, ଯେଉଁଠି କଳାକାର, ଟେକ୍ନିସିଆନ୍‌ଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକ ତଥା ଲେଖକ ଆସି ଏକତ୍ରିତ ହୋଇଛନ୍ତି। ଯାତ୍ରା ରଙ୍ଗମହଲକୁ ରଙ୍ଗିନ କରିବା ପାଇଁ ଏଥର ଯେଉଁମାନଙ୍କୁ ଦଳରେ ସାମିଲ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି କିଙ୍ଗଷ୍ଟାର ସୁବାସ ବେହେରା, ଟାହିଆ, ଦୀପୁ, ଗୁନୁ, ମାମା (କ), ମାମା (ଖ), ବେବି ମିଶ୍ର, କ୍ରିଷ୍ଣା, ବାସୁ ମହାନ୍ତି, ରମା, ପ୍ରମୋଦ, ମାନସୀ ଦଳେଇ, ମନୋଜ ବରାଳ, ଭରତ, ଗୁରୁ, ସୋନୁ ପ୍ରମୁଖ। ସୁବାସ, ଟାହିଆ, ଦୀପୁଙ୍କୁ ନେଇ ଦଳର ନାୟକ ବିଭାଗଟିକୁ ମଜଭୁତ କରାଯାଇଛି। ତେବେ ଟାହିଆଙ୍କୁ ଆବଶ୍ୟକ ସ୍ଥଳେ ଖଳ ଭୂମିକା ଦିଆଯାଇପାରେ। ମାନସୀ ଦଳେଇ, ଦୁଇଜଣ ମାମା, ଗାୟିକା ତଥା ଅଭିନେତ୍ରୀ କ୍ରିଷ୍ଣା, ନବାଗତା ବେବି ମିଶ୍ର ଆଦିଙ୍କୁ ନେଇ ଅନୁଷ୍ଠାନର ନାରୀ ବିଭାଗଟି ବେଶ୍‌ ସୁନ୍ଦର। ସ୍ବତନ୍ତ୍ର ଖଳନାୟକ ଭାବରେ ଥିଏଟର ଆର୍ଟିଷ୍ଟ ମନୋଜଙ୍କୁ ନିଆଯାଇଥିଲେ ମଧ୍ୟ ହୁଏତ ଦଳ ତାଙ୍କୁ ଆବଶ୍ୟକସ୍ଥଳେ ଚରିତ୍ର ଭୂମିକାକୁ ଆଣିପାରେ। ଅଭିଜ୍ଞ କଳାକାର ବାସୁ ମହାନ୍ତି, ରମା, ପ୍ରମୋଦଙ୍କୁ ନେଇ ଫାଦର ବିଭାଗଟି ବି କିଛି କମ୍‌ ଆକର୍ଷଣୀୟ ନୁହେଁ। ଏଥର ରଙ୍ଗମହଲର ପୁରୁଷ କମେଡ଼ି ବିଭାଗର ମଙ୍ଗ ଧରିବେ ଭରତ ଓ ନବାଗତ ଗୁରୁ ପୃଷ୍ଟି। ତାଙ୍କ ସହିତ ସାମିଲ୍‌ ହେବେ ଗାୟିକା କ୍ରିଷ୍ଣା ଓ ସୋନୁ। ଅନୁଷ୍ଠାନର ସଙ୍ଗୀତ ବିଭାଗର ଦାୟିତ୍ୱ ନେବେ ଉପେନ୍ଦ୍ର, ମିଲି, ଓମ୍‌, କ୍ରିଷ୍ଣା, କିରନ୍‌ କୁମାର। ନୃତ୍ୟ ବିଭାଗର ଦାୟିତ୍ୱ ନେଉଛନ୍ତି ହିରଣ୍ୟ। ମ୍ୟୁଜିକ୍‌ ବିଭାଗ ପାଇଁ ମଧ୍ୟ ବଛାବଛା କଳାକାରଙ୍କୁ ଚୟନ କରିଛି ରଙ୍ଗମହଲ। ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀକାନ୍ତ (ଅର୍ଗାନ୍‌), ଗୋପି ଓ ବବୁଲ (ରିଦମ୍‌), ବଳିଆ (ଅକ୍ଟୋପ୍ୟାଡ୍‌), ଅକ୍ଷୟ (ଭାୟୋଲିନ୍‌)। ୨୦୧୯-୨୦ ପାଇଁ ପ୍ରସ୍ତୁତି ସମ୍ପର୍କରେ ରଙ୍ଗମହଲର ପ୍ରୋପ୍ରାଇଟର ସତ୍ୟ ଜେନା କହନ୍ତି : ଏଥର ମୁଁ ସ୍ବତନ୍ତ୍ର ଭାବରେ ମୋ ଅନୁଷ୍ଠାନକୁ ପ୍ରସ୍ତୁତ କରିଛି। ସବୁଠୁ ବଡ଼କଥା ସାତଆଠ ମାସ ପୂର୍ବରୁ ନାଟକ କଥା ଚିନ୍ତା କରିଛି। ନାଟ୍ୟକାର, ନିର୍ଦ୍ଦେଶକଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରିଛି। ମୋ ଦର୍ଶକମାନଙ୍କୁ କିଛି ଭଲ ନାଟକ ଦେବା ହେଉଛି ମୋର ପ୍ରଥମ ଲକ୍ଷ୍ୟ। ମୁଁ ଏଥର ବ୍ୟାନର ଉପରେ ଗୁରୁତ୍ୱ ଦେଇନି ସତ; ହେଲେ ପୋଖତ ଅଭିନୟର ଦକ୍ଷତା ରଖିଥିବା କଳାକାରମାନଙ୍କୁ ଦଳରେ ସାମିଲ କରିଛି। ପ୍ରଥମଥର ପାଇଁ ଯାତ୍ରା ନାଟକର ପ୍ରମୋ କରାଇ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛି; ଯାହାକୁ ଦର୍ଶକମାନେ ଗ୍ରହଣ କରିଛନ୍ତି। ଏବେ ତ ଆରମ୍ଭ ହୋଇଗଲା ନୂଆ ଯାତ୍ରାଋତୁ। ମୁଁ ମୋ ଦର୍ଶକ ଭଗବାନଙ୍କୁ ନିରାଶ କରିବି ନାହିଁ ବୋଲି ସବୁପ୍ରକାର ଯୋଜନା କରିଛି। ବାକି ସବୁ ମୋ ଆରାଧ୍ୟ ସାଇବାବାଙ୍କ ଇଚ୍ଛା। ଯଦି ତାଙ୍କର ଇଚ୍ଛା ଆଉ ଆଶୀର୍ବାଦ ଥାଏ ତା’ହେଲେ ସବୁକିଛି ଠିକ୍‌ଠାକ୍‌ ଚାଲିବ। ସୂଚନାଯୋଗ୍ୟ ଯେ, ଏଥର ଚାରିଗୋଟି ନୂଆ ନାଟକକୁ ନେଇ ମୈଦାନକୁ ଓହ୍ଲେଇବ ରଙ୍ଗମହଲ। ସେଥିମଧ୍ୟରେ ରହିଛି ‘ମଁୁ ସେଇ ଭଦ୍ରକିଆ ଟୋକା’, ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’, ‘ମୁଁ ବଡ଼ଦାଣ୍ଡ ଭିକାରି’ ଏବଂ ‘ସ୍ବାମୀ ମରିଗଲେ କାନ୍ଦିବି ନାହିଁ’।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri